କୃମିମୁକ୍ତ’ ଓଡିଶା ଗଠନ ପାଇଁ ଅଭିଯାନ ଓଡିଶାରେ ଏକ କୋଟିରୁ ଅଧ‌ିକ ମହିଳା ଏବଂ ଶିଶୁଙ୍କୁ କୃମି ନାଶକ ଔଷଧ

କୃମିମୁକ୍ତ’ ଓଡିଶା ଗଠନ ପାଇଁ ଅଭିଯାନ  ଓଡିଶାରେ ଏକ କୋଟିରୁ ଅଧ‌ିକ ମହିଳା ଏବଂ ଶିଶୁଙ୍କୁ କୃମି ନାଶକ ଔଷଧ

କୃମିମୁକ୍ତ’ ଓଡିଶା ଗଠନ ପାଇଁ ଅଭିଯାନ

ଓଡିଶାରେ ଏକ କୋଟିରୁ ଅଧ‌ିକ ମହିଳା ଏବଂ ଶିଶୁଙ୍କୁ କୃମି ନାଶକ ଔଷଧ

ଭୁବନେଶ୍ବର, ୮ ଅଗଷ୍ଟ, ୨୦୨୪: ପ୍ରଜନନକ୍ଷମ ବୟସର ମହିଳା ଏବଂ ଶିଶୁମାନଙ୍କୁ କୃମିମୁକ୍ତ କରିବା ପାଇଁ ସାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା ଦ୍ବାରା ଅଗଷ୍ଟ ୧୦ରେ ରାଜ୍ୟର ଏକ କୋଟିରୁ ଅଧ‌ିକ ମହିଳା ଓ ଶିଶୁଙ୍କୁ କୃମିନାଶକ ଔଷଧ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ଅଗଷ୍ଟ ୧୦ ରେ କୃମି ନାଶକ ଔଷଧ ନେଇନଥିବା ହିତାଧିକାରୀମାନେ ଅଗଷ୍ଟ ୧୭ରେ ମପ୍- ଅପ୍ ରାଉଣ୍ଡରେ ଏହି ଔଷଧ ଖାଇବେ ।

କୃମିମୁକ୍ତ ଅଭିଯାନ ସହିତ ଭିଟାମିନ୍-ଏ ସପ୍ଲିମେଣ୍ଡେସନ୍‌ ପ୍ରୋଗ୍ରାମ୍ ମଧ୍ଯ କାର୍ଯ୍ୟକାରୀ ହେବ । ଅଗଷ୍ଟ ମାସରେ ୯ ରୁ ୬୦ ମାସ ବୟସର ଶିଶୁମାନଙ୍କୁ ଭିଟାମିନ୍ -ଏ କୁ ରୁଟିନ୍ ଇମ୍ୟୁନାଇଜେସନ୍ ସାଇଟ୍ ଏବଂ ସତନ୍ତ୍ର ଗ୍ରାମ ସ୍ବାସ୍ଥ୍ୟ ପରିମଳ ଓ ପୋଷଣ ଦିବସରେ ଦିଆଯିବ ।

ଭୁବନେଶ୍ବରରେ ଗଣମାଧ୍ୟମକୁ ସମ୍ବୋଧୂତ କରି ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡକ୍ଟର ସଂଯୁକ୍ତା ସାହୁ ସୂଚନା ଦେଇଛନ୍ତି, " ଏନ୍‌ତିକି ସମୟରେ, ୬-୧୯ ବର୍ଷ ବୟସର ପିଲା ଏବଂ ୨୦-୨୪ ବର୍ଷ ବୟସର ପ୍ରଜନନକ୍ଷମ ମହିଳାମାନଙ୍କୁ କୃମିନାଶକ ବଟିକା (ଆଲବେଣ୍ଡାଜୋଲ୍ ବଟିକା) ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକରେ ଡକ୍ଟର ସଂଯୁକ୍ତା ସାହୁ ଶିକ୍ଷକ, ଅଙ୍ଗନଓ୍ବାଡି କର୍ମୀ ଏବଂ ଆଶା ଜର୍ମୀଙ୍କ ଦ୍ବାରା ଯୋଗାଇ ଦିଆଯିବ । ଏଥିସହିତ ୧-୫ ବର୍ଷ ବୟସର ଶିଶୁମାନଙ୍କୁ ଆଲବେଣ୍ଡାଜୋଲ୍ ଦ୍ରବଣ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକରେ ଯୋଗାଇ ଦିଆଯିବ ।

ଜାତୀୟ କୃମି ନାଶକ ଦିବସ(ଏନ୍‌ଜିଦି) ଅଗଷ୍ଟ ୨୦୨୪ ରାଉଣ୍ଟ୍, ୧୯ଟି ଜିଲ୍ଲା- ବାଲେଶ୍ଵର, ଭଦ୍ରକ, ବଲାଙ୍ଗିର, ବୌଦ୍ଧ, କଟକ, ଦେଓଗଡ଼, ଗଜପତି, ଜଗତସିଂପୁର, କେନ୍ଦ୍ରାପଡା, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନୟାଗଡ଼, ନବରଙ୍ଗପୁର, ନୂଆପଡା, ରାୟଗଡା ଏବଂ ପୁରୀରେ ଆୟୋଜିତ ହେବାକୁ ଯାଉଛି ।

* ଲିମ୍ଫାଟିସ୍ ଫାଇଲାରିଆସିସ୍-ମାସ୍ ଡ୍ରଗ୍ ଆଡ୍‌ମିନିଷ୍ଟ୍ରେସନ୍(ଏଲ୍‌ଏଫ୍ଏମ୍‌ଡିଏ) ଚିହ୍ନଟ କରାଯାଇଥିବା ଇମ୍ପ୍ଲିମେଣ୍ଟେସନ୍‌ ୟୁନିଟ୍(ଆଇୟୁ) /ଅବଶିଷ୍ଟ ୧୧ଟି ଜିଲ୍ଲାର ବ୍ଲକ୍‌- ଅନୁଗୁଳ, ବରଗଡ଼, ଢେଙ୍କାନାଳ, ଗଞ୍ଜାମ, ଝାରସୁଗୁଡା, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ସୋନପୁର, ସୁନ୍ଦରଗତରେ ୧-୨ ବର୍ଷର ଶିଶୁମାନଙ୍କୁ ଏନ୍‌ଡିତି ଅଧୁନରେ ଆଲ୍‌ବେଣ୍ଡାଜୋଲ୍ ଦ୍ରବଣ ଯୋଗାଇ ଦିଆଯିବ । ଏଲ୍‌ଏମ୍‌ଡିଏ ଦ୍ବାରା ୧୧ଟି ଜିଲ୍ଲାର କାର୍ଯ୍ୟକାରୀ ହୋଇନଥିବା ଅବଶିଷ୍ଟ ବୃକଗୁଡିକରେ ଶିଶୁ ଏବଂ ମହିଳାମାନେ ଏନ୍‌ଡିତି ଅଧୁନରେ କୃମିନାଶକ ଔଷଧ ଦିଆଯିବ ବୋଲି ଡକ୍ଟର ସାହୁ କହିଛନ୍ତି" ।

ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନୱାଡି କେନ୍ଦ୍ରମାନଙ୍କରେ ଏନ୍‌ଡିତି ଅଭିଯାନ କାର୍ଯ୍ୟକାରୀ ହେବ ଏବଂ ଆଲ୍‌ବେଣ୍ଡାଜୋଲ୍ ଔଷଧ ଦିଆଯିବ । ଏହି ଅଭିଯାନରେ ସମସ୍ତ ସରକାରୀ ଓ ସରକାରଙ୍କ ଦ୍ବାରା ଅନୁମୋଦିତ ବିଦ୍ୟାଳୟ, ବେସରକାରୀ ବିଦ୍ୟାଳୟ, ଶିଶୁ ବାଟିକା ଓ ଶିଶୁ ଯତ୍ନ ଅନୁଷ୍ଠାନଗୁଡିକ ଅନ୍ତର୍ଭୁକ୍ତ ହେବେ ।

ଏହି କାର୍ଯ୍ୟକ୍ରମରେ ୟୁନିସେଫ୍‌ର ପୋଷଣ ବିଶେଷଜ୍ଞ ସୌରଭ ଭଟ୍ଟାଚାର୍ଯ୍ୟ କହିଛନ୍ତି, “ ଆମ ଶିଶୁଙ୍କ ସାସ୍ଥ୍ୟ ରକ୍ଷା ଓ ସୁସ୍ମ ସମାଜ ଗଠନ ପାଇଁ ଜାତୀୟ କୃମି ନାଶକ ଦିବସ ଏକ ଗୁରୁତପୂର୍ଣ୍ଣ ପଦକ୍ଷେପ । ଏହି ବ୍ୟାପକ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସାମଗ୍ରିକ ସ୍ବାସ୍ଥ୍ୟ, ପୋଷଣ ସ୍ଥିତି, ଶିକ୍ଷାର ସୁବିଧା ଏବଂ ପ୍ରଜନନକ୍ଷମ ମହିଳା ଓ ଶିଶୁମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା । କୃମିନାଶକ ଔଷଧ ପ୍ରଦାନ କରି ଆମେ କେବଳ ଅନ୍ତନଳୀ କ୍ଷତିକାରକ କୃମିର ପ୍ରଭାବକୁ ପ୍ରତିରୋଧ କରୁନାହୁଁ ବରଂ ସାସ୍ଥ୍ୟକର ଭବିଷ୍ୟତକୁ ମଧ୍ୟ ବୃଦ୍ଧି କରୁଛୁ" ।

ଏହି ଅଭିଯାନ ସାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ଏବଂ ୟୁନିସେଫ୍ ସହଭାଗୀତାର ଏକ ମିଳିତ ପ୍ରୟାସ ।

ଏହି ଗଣମାଧ୍ଯମ ସମ୍ମିଳନୀରେ ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡକ୍ଟର ସଂଯୁକ୍ତା ସାହୁ, ୟୁନିସେଫ୍‌ର ପୋଷଣ ବିଶେଷଜ୍ଞ ସୌରଭ ଭଟ୍ଟାଚାର୍ଯ୍ୟ; ଅତିରିକ୍ତ ନିର୍ଦ୍ଦେଶକ, ଶିଶୁ ସାସ୍ଥ୍ୟ ଡକ୍ଟର ଆଦିତ୍ୟ ମହାପାତ୍ର, ପୋଷଣ ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର

ସ୍ମୃତିଜିତ୍ ପଟ୍ଟନାୟକ, ଏବଂ ୟୁନିସେଫ୍‌ର ପୋଷଣ ଅଧିକାରୀ ଡକ୍ଟର ସଂଞ୍ଜୟ କୁମାର ସାହୁ ଯୋଗ ଦେଇଥିଲେ ।