ଫସାଇଦେଲା ’ଫୋନ୍ ପେ’ ; ଗୋପାଳପୁର ଗଣଦୁଷ୍କର୍ମ ଘଟଣାରେ ନୂଆ ତଥ୍ୟ I
ଫସାଇଦେଲା ’ଫୋନ୍ ପେ’ ; ଗୋପାଳପୁର ଗଣଦୁଷ୍କର୍ମ ଘଟଣାରେ ନୂଆ ତଥ୍ୟ I
ଗୋପାଳପୁର ଗଣଦୁଷ୍କର୍ମ ଘଟଣା । ଅଭିଯୁକ୍ତଙ୍କ ଫୋନ୍ ପେ ରୁ ମିଳିଲା ପ୍ରମାଣ ଦୁଷ୍କର୍ମ ପରେ ପୀଡ଼ିତାଙ୍କ ଆକାଉଣ୍ଟରୁ ଅଭିଯୁକ୍ତ ଜ୍ଞାନରଞ୍ଜନ ନେଇଥିଲେ ହଜାରେ ଟଙ୍କା । କ୍ରାଇମ୍ବ୍ରାଞ୍ଚ ତଦନ୍ତବେଳେ ମାନିଲା ସତ ।
ଗୋପାଳପୁର ଗଣଦୁଷ୍କର୍ମ ଘଯଣାରେ ଆସିଛି ନୂଆ ତଥ୍ୟ । ପୀଡ଼ିତାଙ୍କ ଫୋନ୍ ପେ’ରୁ ହଜାରେ ଟଙ୍କା ଅଭିଯୁକ୍ତ ନେବା ପରେ କେମିତି ଖର୍ଚ୍ଚ କରିଥିଲେ ତାହାର ପୂରା ତଥ୍ୟ ଲାଗିଛି କନକ ନ୍ୟୁଜ୍ ହାତରେ । ଅଭିଯୁକ୍ତମାନେ ଜୋର କରି ପୀଡ଼ିତାଙ୍କ ଫୋନର ପାସୱାର୍ଡ ନେବାପରେ ଫୋନ୍ ପେ’ ଖୋଲିଥିଲେ । ପରେ ଜଣେ ନାବାଳକ ଅଭିଯୁକ୍ତ ନିଜ ସାଙ୍ଗ ଫୋନ୍ ପେ’ରେ ପୀଡ଼ିତାଙ୍କ ଫୋନ୍ ପେ’ରୁ ହଜାରେ ଟଙ୍କା ପଠାଇଥିଲେ । ପୀଡ଼ିତାଙ୍କ ଆକାଉଣ୍ଟରେ ଅଧିକ ଟଙ୍କା ନଥିବାରୁ ସେମାନେ ତାଙ୍କୁ ଛାଡ଼ି ଦେଇଥିଲେ। ତେବେ ପୀଡ଼ିତାଙ୍କ ଆକାଉଣ୍ଟରୁ ଜ୍ଞାନରଞ୍ଜନ ଜେନା ନାମକ ଜଣେ ଯୁବକଙ୍କ ଆକାଉଣ୍ଟକୁ ଯାଇଥିଲା ସେହି ହଜାରେ ଟଙ୍କା। କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ଜ୍ଞାନ ସବୁ ସତ କଥା ମାନିଯାଇଥିବା ଜଣାପଡ଼ିଛି ।



