ଚନ୍ଦ୍ରପୁର ରେ ୨୦୨୭ ଗୃହ ଗଣନା ଏବଂ ଜନ ଗଣନା ପାଇଁ ସରକାରୀ କର୍ମ ଚାରି ମାନଙ୍କୁ ତାଲିମ ପ୍ରଦାନ

ଚନ୍ଦ୍ରପୁର ରେ ୨୦୨୭ ଗୃହ ଗଣନା ଏବଂ ଜନ ଗଣନା ପାଇଁ  ସରକାରୀ କର୍ମ ଚାରି ମାନଙ୍କୁ ତାଲିମ ପ୍ରଦାନ

ତାରିଖ :30/03/26

ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ

ଚନ୍ଦ୍ରପୁର ତହସିଲ, ତହସିଲଦାର ତଥା ସେନସସ୍ ଚାର୍ଜ ଅଧିକାରି ଶ୍ରୀ ସୁନିଲ କୁମାର ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏନୁମେରୋଟର ଏବଂ ସୁପର ଭାଇଜର ମାନଙ୍କର ତାଲିମ୍ ପରିସମାପ୍ତି ହୋଇଛି। ସରକାରୀ ପି.ଏମ୍ .ଶ୍ରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା

ଏହି ତାଲିମ୍ ଗତ ମାର୍ଚ୍ଚ ୧୯,୨୦୨୬ ମସିହା ରୁ ଆରମ୍ଭ ହୋଇ ୩୦ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଚାଲିଥିଲା।ଏଥିରେ ତିନୋଟି ପର୍ଯ୍ୟାୟ ରେ ୧୧୫ ଜଣ ତଥ୍ୟ ସଂଗ୍ରହକାରୀ ଓ ୨୧ ଜଣ ସୁପରଭାଇସର ଙ୍କୁ ତାଲିମ୍ ପ୍ରଦାନ କରାଯାଇଥିଲା । ତାଲିମ୍ ଦାତା ଭାବେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଶ୍ରୀ ଉମାକାନ୍ତ ମିଶାଲ, ଓ ସହକାରୀ ଶିକ୍ଷକ ଶ୍ରୀ ଆଶିଷ ଶ୍ରଂବୋଟିକା ତାଲିମ୍ ପ୍ରଦାନ କରିଥିଲେ। ଏହି ତାଲିମ୍ ର ସଫଳ ପରିଚାଳନା ନିମନ୍ତେ ସରକାରୀ ପି. ଏମ୍.ଶ୍ରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀ ଭାସ୍କର ଗୋମଙ୍ଗୋ ଓ ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରଦୀପ ଚୌଧୁରୀ ପୂର୍ଣ୍ଣ ସହଯୋଗ କରିଥିଲେ । ଏହା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ରେ ତହସିଲ କାର୍ଯ୍ୟାଳୟ ର କନିଷ୍ଠ ରାଜସ୍ୱ ସହାୟକ ବିକ୍ରମ ସାହୁ ଏବଂ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରୁଥିଲେ।

ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର