ବାପା ବିଜେଡିରେ ଥିବାବେଳେ ଦୁଇ ପୁଅ ମିଶିଲେ ବିଜେପିରେ I

ବାପା ବିଜେଡିରେ ଥିବାବେଳେ ଦୁଇ ପୁଅ ମିଶିଲେ ବିଜେପିରେ I

ଭଦ୍ରକ ବିଜେଡିକୁ ଶକ୍ତ ଝଟ୍‌କା , ବାପା ବିଜେଡିରେ ଥିବାବେଳେ ଦୁଇ ପୁଅ ମିଶିଲେ ବିଜେପିରେ । ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ବିଶାଳ ମିଶ୍ରଣ ପର୍ବରେ ବିରୋଧୀ ଦଳ ବିଜେଡିକୁ ଶକ୍ତ ଧକ୍କା ଲାଗିଛି । ବିଜେପିର 'ଅପରେସନ ଲୋଟସ' ଅଭିଯାନ କ୍ରମରେ ଆଜି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ଉପସଭାପତି ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ଆନୁଷ୍ଠାନିକ ଭାବେ ପଦ୍ମ ଧରିଛନ୍ତି ।

ଏହି ମିଶ୍ରଣ ପର୍ବ କେବଳ ପ୍ରଫୁଲ୍ଲ ସାମଲଙ୍କ ପରିବାର ମଧ୍ୟରେ ସୀମିତ ରହିନାହିଁ, ବରଂ ଭଦ୍ରକ ଜିଲ୍ଲାର ରାଜନୈତିକ ସମୀକରଣକୁ ମଧ୍ୟ ଦୋହଲାଇ ଦେଇଛି । ନିକଟରେ ବିଜେଡି ଛାଡିଥିବା ଭଦ୍ରକ, ବନ୍ତ, ଭଣ୍ଡାରୀପୋଖରୀ ଏବଂ ବାସୁଦେବପୁରର ୪ ଜଣ ବ୍ଲକ ଅଧ୍ୟକ୍ଷ ବିଜେପିରେ ସାମିଲ ହୋଇଛନ୍ତି । ଏହା ବ୍ୟତୀତ ଭଦ୍ରକ ଜିଲ୍ଲାର ବହୁ ସଂଖ୍ୟକ ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ଓ ବ୍ଲକ ସ୍ତରୀୟ ବହୁ ବିଜେଡି ନେତା ଓ କର୍ମୀ ଆଜି ପଦ୍ମ ଶିବିରରେ ଯୋଗ ଦେଇଛନ୍ତି ।