ବାଲେଶ୍ୱର – ଜିଲ୍ଲା ସ୍ତରୀୟ ଯୁବୋତ୍ସବ ଉଦଘାଟିତ
ବାଲେଶ୍ୱର – ଜିଲ୍ଲା ସ୍ତରୀୟ ଯୁବୋତ୍ସବ ଉଦଘାଟିତ
ବାଲେଶ୍ୱର,ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ ୧୧/୧୨/୨୦୨୫: ଆଜି ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–୨୦୨୬ ତଥା ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବର ବାଲେଶ୍ୱର ଫକିର ମୋହନ ସ୍ୱୟଂଚାଳିତ ମହାବିଦ୍ୟାଳୟର ପଡ଼ିଆରେ ଆୟୋଜିତ ହୋଇଛି। ଓଡିଶା ସରକାରର କ୍ରୀଡା ଓ ଯୁବ ସେବା ବିଭାଗ ଏବଂ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଙ୍କ ଦ୍ଵାରା ଆୟୋଜିତ ଏହି ଉଦଘାଟନୀ ସଭାରେ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ସଭାପତିତ୍ଵ କରିଥିଲେ। ମଞ୍ଚାସିନ ଅତିଥିମାନଙ୍କ ମଧ୍ୟରେ ମାନ୍ୟବର ବାଲେଶ୍ୱର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ,ମାନ୍ୟବର ବାଲେଶ୍ୱର ମୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତି ସବିତା ସାହୁ, ଅଧ୍ୟକ୍ଷ ,ଫକିର ମୋହନ କଲେଜ ଶ୍ରୀ ଦିନେଶ ଚନ୍ଦ୍ର ଦାସ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରତିଭା ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ୱିନୀ ରାଉତ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନା ଉପସ୍ଥିତ ଥିଲେ।
ଯୁବ ମାନଙ୍କ ଅନ୍ତର୍ନିହିତ ପ୍ରତିଭା ଓ ନେତୃତ୍ୱ କ୍ଷମତାକୁ ମଞ୍ଚ ଦେବା ହେଉଛି ଏହି ଉତ୍ସବର ପ୍ରମୁଖ ଉଦ୍ଦେଶ୍ୟ। ଯୁବକ ଓ ଯୁବତୀମାନେ ଦେଶର ଭବିଷ୍ୟତ ଭାବେ ଦେଶଗଠନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ବୋଲି ସଭାରେ ଉଲ୍ଲେଖ କରାଯାଇଥିଲା।
ଏହି ଉତ୍ସବ ଦୁଇ ଦିନ ଧରି—ଆଜି ଏବଂ କାଲି—ଆୟୋଜିତ ହେବ। ସର୍ବମୋଟ ୬୦୦ ପ୍ରତିଯୋଗୀ (ବୟସ ୧୫–୨୯ ବର୍ଷ) ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ମୋଟ ସାତଟି ପ୍ରତିଯୋଗିତା ଆୟୋଜନ କରାଯାଇଛି:
୧) ଲୋକନୃତ୍ୟ (ସମୂହ)
୨) ଲୋକଗୀତ (ସମୂହ)
୩) ବିଜ୍ଞାନ ମେଳା (ସମୂହ)
୪) କବିତା ଲେଖନ (ଏକାକୀ)
୫) ଗଳ୍ପ ଲେଖନ (ଏକାକୀ)
୬) ଚିତ୍ରାଙ୍କନ (ଏକାକୀ)
୭) ବକ୍ତୃତା (ଏକାକୀ)
ପ୍ରତିଯୋଗିତାର ବିଜୟୀମାନଙ୍କୁ ୧ମ, ୨ୟ ଏବଂ ୩ୟ ସ୍ଥାନ ପାଇଁ ନଗଦ ଅର୍ଥରାଶି ସହ ପୁରସ୍କାର ସହ ସମ୍ମାନିତ କରାଯିବ। ୧ମ ଓ ୨ୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବରେ ଭାଗ ନେବାର ସୁଯୋଗ ପାଇବେ।
ବାଲେଶ୍ୱର ଜିଲ୍ଲା ପ୍ରଶାସନ ଦ୍ୱାରା ଏହି ଯୁବୋତ୍ସବକୁ ଯୁବ ପ୍ରତିଭା ପ୍ରଦର୍ଶନର ଏକ ମଞ୍ଚ ଭାବେ ଅବତୀର୍ଣ୍ଣ କର�



