ବୌଦ୍ଧରେ ଜିଲ୍ଲାସ୍ତରୀୟ ଯୋଗ ଅଲମ୍ପିଆଡ ପ୍ରତିଯୋଗିତା .
ବୌଦ୍ଧରେ ଜିଲ୍ଲାସ୍ତରୀୟ ଯୋଗ ଅଲମ୍ପିଆଡ ପ୍ରତିଯୋଗିତା
ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ଜାତୀୟ ଯୋଗ ଅଲମ୍ପିଆଡ ପକ୍ଷରୁ ଦିଆଯାଇଥିବା ନିୟମାବଳୀ ଅନୁସାରେ ଆସନ ଓ ପ୍ରାଣାୟାମ ପ୍ରତିଯୋଗୀତା ହୋଇଥିଲା l ବିଚାରକ ଭାବେ ମୁଖ୍ୟ ଯୋଗ ପ୍ରଶିକ୍ଷକ ଦେବାଶିଷ ପୁରୋହିତ, ନଟବର ଅଗ୍ରୱାଲା, ଦିଲ୍ଲିପ କୁମାର ଚୌଧୁରୀ, ସୂର୍ଯ୍ୟ ନାରାୟଣ ପଣ୍ଡା, ବିକାଶ ଅଗ୍ରୱାଲା ଯୋଗ ଦେଇଥିଲେ l କୃତି ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ l ପ୍ରତିଯୋଗିତାକୁ ଡି.ପି.ଇ.ଓ. ଆନନ୍ଦ ବେହେରା, କ୍ରୀଡା ଶିକ୍ଷକ କୃଷ୍ଣଚନ୍ଦ୍ର ସେଠୀ, ରଞ୍ଜିତ ରଞ୍ଜନ ଚାନ୍ଦ, ଗାୟତ୍ରୀ ବେହେରା, ସୁରେନ୍ଦ୍ର ସାହୁ ପରିଚାଳନା କରିଥିଲେ l