ବିହାର ବିଧାନସଭା ନିର୍ବାଚନ ପାଇଁ ଏଯାଏ ଭାରତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିନାହାନ୍ତି।

ବିହାର ବିଧାନସଭା ନିର୍ବାଚନ ପାଇଁ ଏଯାଏ ଭାରତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିନାହାନ୍ତି।

ବିହାର ବିଧାନସଭା ନିର୍ବାଚନ ପାଇଁ ଏଯାଏ ଭାରତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିନାହାନ୍ତି। କିନ୍ତୁ ଏଥିପାଇଁ ଜୋରସୋରରେ ଚାଲିଛି। କୁହାଯାଉଛି ଯେ ବିହାର ବିଧାନସଭା ପାଇଁ ଭୋଟିଂ ଅକ୍ଟୋବର ୨୮ ଛଟ ପୂଜା ପରେ ଅନୁଷ୍ଠିତ ହେବ। ନଭେମ୍ବର ୫ରୁ ୧୫ ମଧ୍ୟରେ ଏଠାରେ ନିର୍ବାଚନ ହୋଇପାରେ ବୋଲି ଜଣାପଡ଼ିଛି। ସେହିପରି ୩ଟି ପର୍ଯ୍ୟାୟରେ ରାଜ୍ୟର ସମସ୍ତ ୨୪୩ଟି ଆସନରେ ମତଦାନ ହେବ। ବର୍ତ୍ତମାନ ସକ୍ରିୟ ଥିବା ବିହାର ବିଧାନସଭାର କାର୍ଯ୍ୟକାଳ ୨୦୨୫ ନଭେମ୍ବର ୨୨ରେ ଶେଷ ହେବ। ଏହି ତାରିଖ ପୂର୍ବରୁ ରାଜ୍ୟରେ ମତଦାନ କରିବାକୁ ନିର୍ବାଚନ କମିଶନ ଲକ୍ଷ୍ୟ ରଖିଛନ୍ତି। ଆସନ୍ତା ସପ୍ତାହରେ ତୃରମୂଳ ସ୍ଥିତିର ସମୀକ୍ଷା କରିବାକୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ବିହାର ଗସ୍ତ କରିବେ। ନିର୍ବାଚନ ପ୍ରସ୍ତୁତି ସହ ଏସଆଇଆର ପରେ ପ୍ରସ୍ତୁତ ହେଉଥିବା ଭୋଟର ତାଲିକାର ସମୀକ୍ଷା କରିବେ। ସେପ୍ଟେମ୍ବର ୩୦ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ସମ୍ଭବତଃ ଏହାପରେ ନିର୍ବାଚନ ତାରିଖ ଘୋଷଣା କରିବେ ଜ୍ଞାନେଶ କୁମାର। ଏସଆଇଆରର ଡ୍ରାଫ୍ଟ ତାଲିକାରୁ ୬୫ ଲକ୍ଷ ଲୋକଙ୍କ ନାଁ ବାଦ ପଡ଼ିଥିବାରୁ ଏହାକୁ ନେଇ ବିବାଦ ଦେଖାଯାଇଛି। ମାମଲା ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଛି। ସୁପ୍ରିମକୋର୍ଟ ଏହାର ଶୁଣାଣି କରୁଥିବା ବେଳେ ଏସଆଇଆର ପ୍ରସ୍ତୁତିରେ ତ୍ରୁଟି ଧରାପଡ଼ିଲେ ପୂରା ପ୍ରକ୍ରିୟାକୁ ରଦ୍ଦ କରାଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।