ଭାଉଜଙ୍କୁ ଉଲଗ୍ନ କରି ମାଡ଼ ମାରିଲା ଦିଅର   I

ଭାଉଜଙ୍କୁ ଉଲଗ୍ନ କରି ମାଡ଼ ମାରିଲା ଦିଅର   I

ଭାଉଜଙ୍କୁ ଉଲଗ୍ନ କରି ମାଡ଼ ମାରିଲା ଦିଅର   I
କେନ୍ଦ୍ରାପଡ଼ା,୦୭.୦୮୨୦୨୫:କେନ୍ଦ୍ରାପଡା ବ୍ଲକ ନିକିରାଇ ଥାନା ଅନ୍ତର୍ଗତ ମୁଗବାଡି ଗ୍ରାମରେ ଜଣେ ମହିଳାଙ୍କୁ ତାଙ୍କ ଦିଅର ଉଲଗ୍ନ କରି ମାଡ ମାରିଛି । ଏହି ମାଡ଼ର ଦୃଶ୍ୟ ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି । ଏ ନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରିଛି । ହେଲେ ପୁଲିସ ଅଭିଯୁକ୍ତ ଦିଅରକୁ ଗିରଫ କରି ନାହିଁ । ଖବର ନେବାରୁ ଜଣାପଡିଛି ଏହି ଗ୍ରାମର କବିତା ଜେନା ଓ ତାଙ୍କ ଦିଅର ଶଶୀକାନ୍ତ ଜେନା ମଧ୍ୟରେ ଜମିବାଡିକୁ କେନ୍ଦ୍ରକରି ବିବାଦ ରହିଥିଲା । ଭାଉଜ ଘର ପାଖରେ ଛିଡା ହୋଇଥିବା ବେଳେ ଦିଅର ଶଶୀକାନ୍ତ କୌଣସି କଥାକୁ ନେଇ ହଠାତ ଭାଉଜଙ୍କୁ ଉଲଗ୍ନ କରି ମାଡ ମାରିଥିଲା । ଏହା ସହ ଏକ ପଥରରେ ଭାଉଜର ମୁଣ୍ଡକୁ ଛେଚି ଦେଇଥିଲା । ଫଳରେ କବିତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଏ ନେଇ ସ୍ଥାନୀୟ ଲୋକେ ହସ୍ତକ୍ଷେପ କରିବା ପରେ ଅଭିଯୁକ୍ତ କବିତାଙ୍କୁ ଛାଡିଥିଲା । ଅଭିଯୋଗ ହେବା ପରେ ପୁଲିସ ଘଟଣା ସ୍ଥଳକୁ ଆସି ତଦନ୍ତ କରିଛି । ହେଲେ ଅଭିଯୁକ୍ତ ଦିଅରକୁ ଗିରଫ କରିନାହିଁ । ଏହାକୁ ନେଇ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଛି । ମତାମତ ନେବା ପାଇଁ ଥାନାଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନଥିଲା । ଏ ସଂକ୍ରାନ୍ତରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁଙ୍କୁ ପଚାରିବାରୁ ସେ କହିଲେ ସଂପୃକ୍ତ ଅଭିଯୁକ୍ତକୁ ନିଶ୍ଚିତ ଗିରଫ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 ସଂଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା