admin Sep 10, 2026 2
admin Sep 9, 2026 11
admin Sep 5, 2026 199
admin Aug 31, 2026 5
admin Aug 13, 2026 18
admin Sep 12, 2026 11
admin Sep 12, 2026 3
admin Sep 12, 2026 38
admin Sep 12, 2026 6
admin Aug 27, 2026 13
admin Aug 26, 2026 6
admin Aug 14, 2026 6
admin Aug 8, 2026 4
admin Aug 2, 2026 5
admin Jul 27, 2026 10
admin Jul 25, 2026 18
admin May 29, 2026 9
admin Apr 17, 2026 63
admin Apr 14, 2026 31
admin Jul 25, 2026 5
admin May 16, 2026 18
admin May 15, 2026 16
admin May 14, 2026 15
admin Sep 11, 2026 65
admin Aug 29, 2026 6
admin May 29, 2026 69
admin May 27, 2026 11
admin May 17, 2026 67
admin Sep 12, 2026 4
admin Sep 11, 2026 115
admin Sep 10, 2026 179
admin Sep 8, 2026 6
admin Sep 6, 2026 4
Join our subscribers list to get the latest news, updates and special offers directly in your inbox
ରାଜନୀତି
ବୌଦ୍ଧ ଜିଲ୍ଲାରେ କଂଗ୍ରେସ୍ ର ଜିଲ୍ଲା ସ୍ତରୀୟ ଛାତ୍ରଓଂ କି ଗୁଞ୍ଜ ସମାବେଶ ଓ ସାମ୍ବାଦିକ ସମ୍ମିଳନୀ ବୌଦ୍ଧ:୨୭/୬(ରବିନ୍ଦ୍ର ପଟ୍ଟନାୟକ)ଏନଇଇଟି/ସିବିଏସଇ ପ୍ରଶ୍ନପତ୍ର ଲିକ ବିରୁଦ୍ଧରେ ଦେଶବ୍ୟାପୀ ଛାତ୍ରୋ କି ଗୁଞ୍ଜ ଆନ୍ଦୋଳନକୁ ଗ୍ରାମ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ନିମନ୍ତେ କଂଗ୍ରେସ୍ ର ହାଇ କମାଣ୍ଡ ରାହୁଲ୍ ଗାନ୍ଧୀ ଦେଇଥିବା ଆହ୍ୱାନ କ୍ରମେ ଆଜି ବୌଦ୍ଧ ମାଉସୀମା ମନ୍ଦିର ଠାରେ ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅବଦୁଲ କଲିମ ଖାଁ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ରାଜ୍ୟ କଂଗ୍ରେସ କମିଟିର ସଦସ୍ୟ ତଥା ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ହଳଧର ସେଠୀ ଯୋଗଦେଇ ରାଜସ୍ଥାନର କୋଟା ଠାରେ ରାହୁଲ୍ ଗାନ୍ଧୀ ଦେଶରେ ପ୍ରଶ୍ନ ପତ୍ର ଲିକ୍ ଘଟଣାକୁ ନେଇ ଦେଇଥିବା ଆହ୍ୱାନ ସମ୍ବନ୍ଧେ ଆଲୋଚନା କରିଥିଲେ l ଦେଶରେ ବାରମ୍ବାର ଘଟୁଥିବା ଏପରି ଘଟଣାକୁ କଂଗ୍ରେସ୍ ଘୋର ନିନ୍ଦା କରେ ବୋଲି ସେଠୀ ମହାଶୟ ଉଲ୍ଲେଖ କରିଥିଲେ l ଦେଶର ଭବିଷ୍ୟତ ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀ ମାନଙ୍କ ଜୀବନ ସହିତ ଖେଳ ଖେଳୁଥିବା ଓ ଏଥିପାଇଁ ହଜାର ହଜାର ଛାତ୍ର ଛାତ୍ରୀ ଜମି ବାଡ଼ି ବିକ୍ରି କରି ପିଲାଙ୍କ ପାଠ ପଢ଼ା ପାଇଁ ଲକ୍ଷ ଲକ୍ଷ ଟଙ୍କା ସ୍ଵାହା ହେବା ସହ ପିତା ମାତାଙ୍କ ସ୍ବପ୍ନ ସାକାର କରି ନ ପାରିବା ହେତୁ ଅକାଳରେ ଜୀବନ ହାରିବା ଘଟଣାକୁ ନେଇ ତୀବ୍ର ଉଦ୍ବେଗ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ ରାହୁଲ୍ ଗାନ୍ଧୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ କୋଟାରେ ଦେଇଥିବା ଉଦ୍ବୋଧନକୁ ପ୍ରସାରଣ କରାଯାଇଥିଲା l ପରେ ପର୍ଯ୍ୟବେକ୍ଷକ ଶ୍ରୀ ସେଠୀ ଓଡ଼ଶା ସରକାରଙ୍କ ନିଜସ୍ୱ ପାଠ୍ୟପୁସ୍ତକ ଛାପାଖାନା ଥାଇ ମଧ୍ୟ ଦ୍ୱାରା ରାଜ୍ୟ ବାହାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ଛପା ଘଟଣାରେ ପ୍ରଶ୍ନ ଉଠାଇବା ସହିତ ୨୦୦୦ ରୁ ଅଧିକ ଭୂଲ୍ ପାଇଁ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ ଏବଂ ଉଭୟ ପ୍ରଶ୍ନ ପତ୍ର ଲିକ୍ ଓ ଭୁଲ୍ ପୁସ୍ତକ ଛପା ଘଟଣାରେ ସମ୍ପୃକ୍ତ ଥିବା ବିଭାଗୀୟ ମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ପର୍ଯ୍ୟନ୍ତ ସମସ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ଉପସ୍ଥାପନ କରିଥିଲେ l ପରେ ଶ୍ରୀ ସେଠୀ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ l ଏହି କାର୍ଯ୍ୟକ୍ରମରେ ବୌଦ୍ଧ କଂଗ୍ରେସ ର ପୂର୍ବତନ ସଭାପତି ଶ୍ରୀ ନବ କୁମାର ମିଶ୍ର ଙ୍କ ସହିତ ବରିଷ୍ଠ କଂଗ୍ରେସ୍ ନେତା ଶ୍ରୀ ଶାନ୍ତନୁ କୁମାର ମହାପାତ୍ର, ସମରେଶ ମିଶ୍ରଙ୍କ ସହିତ ବୌଦ୍ଧ ଛାତ୍ର କଂଗ୍ରେସ୍ ସଭାପତି ତଥା ଅନ୍ୟାନ୍ୟ କଂଗ୍ରେସ୍ କର୍ମୀ ମାନେ ଉପସ୍ଥିତ ଥିଲେ l
Previous Article
Next Article
admin1
admin1 Jun 10, 2026 12
admin May 28, 2026 5
admin1 Jun 7, 2026 7
admin Jul 25, 2026 16
admin1 Jul 11, 2026 10
admin1 Jun 12, 2026 42
admin Aug 3, 2026 422
admin Aug 23, 2026 392
admin Aug 11, 2026 351
admin Aug 21, 2026 340
admin Aug 5, 2026 327
ବିଜେଡି
ବିଜେପି
କଂଗ୍ରେସ
Vote View Results
Total Vote: 40
View Options