ନୟାଗଡ ର ରୁଦ୍ର ପ୍ରସାଦ ଙ୍କ କୃତିତ୍ୱ.

ନୟାଗଡ ର ରୁଦ୍ର ପ୍ରସାଦ ଙ୍କ କୃତିତ୍ୱ.

ନୟାଗଡ ର ରୁଦ୍ର ପ୍ରସାଦ ଙ୍କ କୃତିତ୍ୱ ନୟାଗଡ ୨୮/୬ ବିଶ୍ଵବିଦ୍ୟାଳୟ ଆୟୋଗ ଆନୁକୂଲ୍ୟରେ ପରିଚାଳିତ ସର୍ବ ଭାରତୀୟ ସାଧାରଣ ସ୍ନାତକୋତର ପ୍ରବେଶିକା ପରୀକ୍ଷାରେ ନୟାଗଡ ର ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଦର୍ଶନ ବିଭାଗ ର ଛାତ୍ର ରୁଦ୍ର ପ୍ରସାଦ ନାୟକ ସମଗ୍ର ଦେଶ ରେ ଦ୍ୱିତୀୟ ସ୍ଥାନ ହାସଲ କରି ଓଡିଶା ତଥା ନୟାଗଡ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି l ପରୀକ୍ଷାରେ ସେ ମୋଟ ୨୫୧ ମାର୍କ ରଖିବା ସହ ଏହି ଫଳାଫଳ ଆଧାର ରେ ଦେଶ ରେ ପ୍ରତିଷ୍ଠିତ ଜବାହରଲାଲ ନେହୁର ବିଶ୍ଵବିଦ୍ୟାଳୟ,ନୂଆଦିଲ୍ଲୀ ରେ ପ୍ରଥମ ସ୍ଥାନ ସହ ଅଧୟନ କରିବାର ସୁଯୋଗ ଲାଭ କରିଛନ୍ତି l ଉଲ୍ଲେଖ ଯୋଗ୍ୟ ଯେ,ରୁଦ୍ର ପ୍ରସାଦ ୨୦୨୫ - ୨୬ଶିକ୍ଷା ବର୍ଷ ରେ ଦର୍ଶନ ବିଭାଗ ରେ ଶ୍ରେଷ୍ଠ ହେବା ସହ ମହାବିଦ୍ୟାଳୟ ର ସମଗ୍ର କଳା ସ୍ରୋତ ରେ ଶ୍ରେଷ୍ଠ ସ୍ନାତକ ବିବେଚିତ ହୋଇଥିଲେ l ରୁଦ୍ର ଙ୍କର ଏହି ଅସାଧାରଣ ସଫଳତା ପାଇଁ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅଧକ୍ଷ ପ୍ରକାଶ କୁମାର ରାଉତ,ଦର୍ଶନ ବିଭାଗ ର ମୁଖ୍ୟ ଡ଼. ପ୍ରମୋଦ କୁମାର ଦାଶ ଅଧ୍ୟପିକା ମହେଶ୍ୱତା ମହାନ୍ତି,ଅଧ୍ୟାପକ ଜଗନ୍ନାଥ ମହାରଣା,ଓଡ଼ିଆ ବିଭାଗର ମୁଖ୍ୟ ଡ଼.ବନମ୍ବର ପୃଷ୍ଟି ଙ୍କ ସମେତ ମହାବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷା କର୍ମୀ ତାଙ୍କୁଉଚ୍ଛସିତ ସମର୍ଦ୍ଧନା ଜଣାଇ ଛନ୍ତି ଉଲେଖ୍ୟଯୋଗ୍ୟ ରୁଦ୍ର ପ୍ରସାଦନୟାଗଡ ଜିଲ୍ଲା ନୂଆଗାଁ ର ନୀଳ ମଣି ନାୟକ ଓ ପଦ୍ମାଳୟା ନାୟକ ଙ୍କ ସୁପୁତ୍ର ଅଟନ୍ତି l ରୁଦ୍ର ଙ୍କ ଏହି ଗୌରବମୟ ସଫଳତା ପାଇଁ ସମଗ୍ର ଅଞ୍ଚଳ ରେ ଏବେ ଖୁସିର ଲହରୀ ଖେଳିଯାଇଛି l ନୟାଗଡ ରୁ ଜିଲ୍ଲା ପ୍ରତିନିଧି ଅଶୋକ କୁମାର ସାଥୁଆ ଙ୍କ ରିପୋର୍ଟ ବିଶେଷ ଖବର