୨ ନାବାଳିକା ଅପହରଣ ଅଭିଯୋଗ ଦଶହରା

୨ ନାବାଳିକା ଅପହରଣ ଅଭିଯୋଗ ଦଶହରା

୨ ନାବାଳିକା ଅପହରଣ ଅଭିଯୋଗ ଦଶହରା ଯାତ୍ରା ଦେଖିବାକୁ ଯାଇ ଅପହରଣ ହେଲେ ୨ନାବାଳିକା, କିଛି ଏଭଳି ଅଭିଯୋଗ ଏବେ ୨ ନାବାଳିକାଙ୍କ ପରିବାର ଲୋକେ ଆଣିଛନ୍ତି। ଏମ ଭି ୪୧ ନମ୍ବର ଗ୍ରାମର ଗୋଟିଏ ପରିବାରର ୨ ନାବାଳିକା, ଦୁହେଁ ଗୋଟିଏ ଘରର ୨ ଭୋଉଣୀ ବୋଲି ଜଣାପଡିଛି। ନିଖୋଜ ପରେ ପୋଲିସ କୁ ଖବର ଦେଇଥିଲେ ପରିବାର ଲୋକେ। ପରେ ଜଣାପଡ଼ିଥିଲା ଉଭୟ ଘର ଲୋକଙ୍କୁ ନ ଜଣାଇ ରାତି ଅଧ ରେ ଦଶହରା ଦେଖିବାକୁ ଚାଲିଯାଇଥିଲେ। ଏବଂ ପରିବାର ବର୍ଗଙ୍କ ଅଭିଯୋଗ ଆଧାରରେ ଦୁହିଁଙ୍କୁ କାଲିମେଳା ଥାନା ଅନ୍ତର୍ଗତ ଏମ.ପି.ଭି ୩୩ ନମ୍ବର ଗ୍ରାମର ୨ ସାବାଳକ ଯୁବକ ପ୍ରଲୋଭନ ଦେଖାଇ ଅପହରଣ କରିଛନ୍ତି। ତେବେ ଆଜି ଉଭୟ ଏମ.ପି.ଭି ୩୩ ଗ୍ରାମବାସୀ ଏବଂ ଏମ.ଭି ୪୧ ଗ୍ରାମରେ ଥିବା ନାବାଳିକାଙ୍କ ପରିବାର ବର୍ଗ ନିଜ ଗ୍ରାମ ବାସୀଙ୍କ ସହିତ ଏକାଠି ବସିଥିଲେ। ଏବଂ ଗାଁ ଲୋକେ ଚାଇଲ୍ଡ ଲାଇନ କୁ ଖବର ଦେଇଥିଲେ। ଖବର ପାଇଁ ସଖି ଅନ୍ ଷ୍ଟପ ସେଣ୍ଟର ଜିଲ୍ଲା ମୁଖ୍ୟାଳୟର କର୍ମଚାରୀ ମାଲକାନଗିରି ରୁ ଆସି ଉଭୟ ଚାଇଲ୍ଡ ଲାଇନ ଏବଂ ସଖି ସେଣ୍ଟର ର କର୍ମଚାରୀ ୨ ନାବାଳିକାଙ୍କୁ ଉଦ୍ଧାର କରି ସଖି ସେଣ୍ଟର ମାଲକାନଗିରି କୁ ନେଇଥିବା ଜଣାପଡିଛି। ତେବେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ କରିବା ସହିତ ଏସ.ପି.ଭି ୩୩ ନମ୍ବର ର ଉଭୟ ଯୁବକଙ୍କୁ ଅଧିକ ପଚରାଉଚରା କରୁଥିବା ଜଣାପଡ଼ିଛି। ପରିବାର ଲୋକେ ଅପହରଣ ଅଭିଯୋଗ ଆଣିଥିବା ବେଳେ ନାବାଳିକା ଉଭୟ ଭୋଉଣୀ ଙ୍କର ବୟସ ବହୁତ କମ୍ ରହିଥିବା ଗ୍ରାମବାସୀ କହିଛନ୍ତି ଉଭୟଙ୍କ ବୟସ ୧୩ ରୁ ୧୪ ବର୍ଷ ରହିଛି। ତେବେ ପୋଲିସ ଏହା ଉପରେ ଅଧିକ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ପରିବାର ଲୋକେ। ମାଲକାନଗିରି ରୁ ଆବ୍ରାହମ କୁମାର ସେନାପତି