ଭଞ୍ଜ ସେନାର ପ୍ରତିଷ୍ଠାତା ମହାଲି କାରିଗରଙ୍କୁ ଭେଟିଲେ ମହାଲି

ଭଞ୍ଜ ସେନାର ପ୍ରତିଷ୍ଠାତା ମହାଲି କାରିଗରଙ୍କୁ ଭେଟିଲେ ମହାଲି

ଭଞ୍ଜ ସେନାର ପ୍ରତିଷ୍ଠାତା ମହାଲି କାରିଗରଙ୍କୁ ଭେଟିଲେ ମହାଲି ସମ୍ପରଦାୟର ପାରମ୍ପରିକ ବାଉଁଶ କାରିଗରଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ପାଇଁ ଦାବୀ ବାରିପଦା ତା 21/10(ପି. ଏଁ. ଏସ.) ଆଜି ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ସଂଗଠନର କର୍ମକର୍ତ୍ତାଙ୍କ ସହିତ ବାମନଘାଟି ଉପଖଣ୍ଡ ବିଜାତଳା ଓ ରାଇରଙ୍ଗପୁର ବ୍ଳକ ଅନ୍ତର୍ଗତ ଯୋଡାମହୁଲ, କଟଣେ, ଚମ୍ପାଅଦା, ପଦ୍ମପୁର, କୁକୁଳିମୁଣ୍ଡି ପ୍ରଭୁତି ଗ୍ରାମକୁ ଯାଇ ମହାଲୀ ସମ୍ପ୍ରଦାୟର କାରିଗର ମାନଙ୍କୁ ଭେଟି ସମଗ୍ର ଜିଲ୍ଲାରେ ଥିବା କାରିଗର ମାନଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିଥିଲେ. ସୂଚନା ମୁତାବକ ମୟୁରଭଞ୍ଜ ଜିଲ୍ଲାର ମାହାଲି ସଂପ୍ରଦାୟ ତରଫରୁ ବାଉଁଶ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ଝୁଡି, କୁଲା, ପାଛିଆ, ଚେଞ୍ଚଡା, ଘାରି, ମାଛ ଧରିବା ଯନ୍ତା ପରି ବହୁ ସମାଗ୍ରୀର ଚାହିଦା ପୂର୍ବରୁ ବହୁଳ ଭାବରେ ଥିବା ବେଳେ ବର୍ତ୍ତମାନ କେବଳ ଗାଆଁ ଗହଳିରେ ବ୍ୟବହୃତ ହେଉଛି. ଶିଳ୍ପ ବିହୀନ ମୟୁରଭଞ୍ଜ ଜିଲ୍ଲାର ଏହି କୁଟୀର ଶିଳ୍ପ କାର୍ଯ୍ୟ ଉପରେ ନିର୍ଭର କରୁଥିବା ଆଦିବାସୀ କାରିଗର ମାନେ ପ୍ରସ୍ତୁତ ସମାଗ୍ରୀର ଉଚିତ ପ୍ରାପ୍ୟ ପାଉନଥିବା ସହିତ ସରକାରଙ୍କ ଅଣଦେଖା ଓ ଉଚିତ ବ୍ୟବସାୟୀକରଣ ବିନା ଅଭାବ ଅନାଟନ ମଧ୍ୟରେ କାଳାତିପାତ କରୁଛନ୍ତି. ଏହି କୁଟୀର ଶିଳ୍ପ କାରିଗର ମାନଙ୍କୁ ଯଦି ସରକାର ସଠିକ ପ୍ରଶିକ୍ଷଣ ଦେଇ ବାଉଁଶରୁ ସମୟ ଉପଯୋଗୀ ଡାଇନିଂ ଟେବୁଲ, ସୋଫା ସେଟ, ବାକ୍ସ, ଚେୟାର, ଟେବୁଲ, ଖାଇବା ପାଇଁ ବାଉଲ ଚାମୁଚ ପରି ବହୁ ଆତ୍ୟାଧୁନିକ ଘରୋଇ ଆସବାବପତ୍ର ପ୍ରସ୍ତୁତ ପାଇଁ ପ୍ରଶିକ୍ଷିତ କରିଥାନ୍ତେ ତେବେ ବହୁ କାରିଗର ବେଶ କିଛି ଅର୍ଥ ଉପାର୍ଜନ କରି ସ୍ୱାବଲମ୍ବୀ ହୋଇପାରିବେ ବୋଲି ଶ୍ରୀ ଜେନା କହିଛନ୍ତି. ପ୍ରତିଷ୍ଠାତାଙ୍କ ସହିତ ବାମନଘାଟି ଉପଖଣ୍ଡ ସଭାପତି ସୁନ୍ଦର ମୋହନ ଟୁଡୁ, ସମ୍ପାଦକ ବିଘ୍ନେଶ୍ୱର ବାସ୍କେ, ସମ୍ପଦ କୁମାର ପୃଷ୍ଟି, ଚୈତନ ପ୍ରସାଦ ମୁଖୀ ପ୍ରମୁଖ ସାମିଲ ଥିଲେ. ଆଗାମୀ ଦିନରେ ଏହି କୁଟୀର ଶିଳ୍ପକୁ ଆଗକୁ ବଢ଼ାଇବା ଓ ଏହାରି ମାଧ୍ୟମରେ ରୋଜଗାର ପାଉଥିବା ବ୍ୟକ୍ତିବିଶେଷ ମାନଙ୍କ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ସଂଗଠନ ପ୍ରତିଶୃତିବଦ୍ଧ ବୋଲି ବାମନଘାଟି ଉପଖଣ୍ଡ ସଭାପତି ସୁନ୍ଦର ମୋହନ ଟୁଡୁ କହିଛନ୍ତି.