ଭାରତୀୟ ଷ୍ଟେଟବ୍ୟାଙ୍କ ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ ଶିବିର  .

ଭାରତୀୟ ଷ୍ଟେଟବ୍ୟାଙ୍କ ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ ଶିବିର  .

ଭାରତୀୟ ଷ୍ଟେଟବ୍ୟାଙ୍କ ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ ଶିବିର  .

ବୌଦ୍ଧ: ବୌଦ୍ଧ ସଦର ଭାରତୀୟ ଷ୍ଟେଟବ୍ୟାଙ୍କ ର ପ୍ରତିଷ୍ଠା ଦିବସ ଅବସରରେ ଷ୍ଟେଟବ୍ୟାଙ୍କ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ ଶିବିର କୁ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଯୋଗଦେଇ ଉଦଘାଟନ କରିଥିଲେ । ଓ ଏହି ଶିବିର ର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ ।  ଏହି ଶିବିର ରେ ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ଯୋଗଦେଇ ସମସ୍ତ ରକ୍ତ ଦାତାଙ୍କୁ ଉତ୍ସ।ହିତ କରିଥିଲେ । ଏହି ଶିବିରରେ ଭାରତୀୟ ଷ୍ଟେଟବ୍ୟାଙ୍କ ର ଏଲ.ଡି.ଏମ୍. 
.ଡି ଏମ.ବୋସ୍କୋ,  ମୁଖ୍ୟ ପରିଚାଳକ ସୂର୍ଯ୍ୟକାନ୍ତ ରଣସିଂ ଙ୍କ ସମେତ ସମସ୍ତ ବ୍ୟଙ୍କ କର୍ମଚାରୀ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି ଶିବିର କୁ ଡା. ଏଚ.ଡି. ହେମ୍ବ୍ରମ ଙ୍କ ନେତୃତ୍ୱରେ ପରିଚାଳନା କରାଯାଇ ସର୍ଵମୋଟ ୫୦ ୟୁନିଟ ରକ୍ତ ସଂଗ୍ରହ କରିଥିବାବେଳେ ସମସ୍ତ ରକ୍ତଦାତାଙ୍କୁ ଉତ୍ସ।ହିତ କରାଯାଇଥିଲା ବୌଦ୍ଧ ରେଡ଼କ୍ରସ ଅଧ୍ୟକ୍ଷ ଡାଃ.ପ୍ରବୀର କୁମାର ଦାସ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ।