ମହିମା ଅଲେଖ ନାମରେ କମ୍ପିଲା ପୁରା ସଲାର ଜଳପୋକ ଗ୍ରାମ

ମହିମା ଅଲେଖ ନାମରେ କମ୍ପିଲା ପୁରା ସଲାର ଜଳପୋକ ଗ୍ରାମ

କେନ୍ଦ୍ରାପଡ଼|_ ବ୍ରହ୍ମ ଅବଧୂତ ତାରକଚନ୍ଦ୍ରବାବାଙ୍କ ୧୦୧ତମ ଜନ୍ମ ଜୟନ୍ତୀରେ ସୃତି ମନ୍ଦିର ପ୍ରତିଷ୍ଠା ସଲାର ଜଳପୋକ ଗ୍ରାମରେ ଅନୁଷ୍ଠିତ ହୋଇଥିଲା ।

ଏହି ଉତ୍ସବ ରେ ଭଜନ ସମାରୋହ . ସାଂସ୍କୃତିକ କାର୍ଯ୍ୟକ୍ରମ ସାଧୁମାନଙ୍କ ଦ୍ଵାରା ଧର୍ମ ଆଲୋଚନା କରାଯାଇଥିଲା, ପ୍ରଥମେ ଜଳକୁ ମ୍ଭ ଯାତ୍ରା, ବ୍ରହ୍ମ ଧୂନି ସ୍ଥାପନ, ଅଖଣ୍ଡ ବତୀ ପ୍ରଜଳନ। ପ୍ରତ୍ୟେହ ଅପରାହ୍ନ ୪ଘଟିକା ସମୟରେ ମହାପ୍ରଭୁଙ୍କ ବାଲ୍ୟଲୀଳା ଅର୍ପଣ ପ୍ରତ୍ୟେହ ପ୍ରାତଃ ଏବଂ ସାୟଂ ସମୟରେ ମନ୍ଦିରର ନୀତିକାନ୍ତି ଓ ଜଗତ ମଙ୍ଗଳ ପାଇଁ ବ୍ରହ୍ମ ଧୂନୀରେ ଘୃତାହୁତି ପ୍ରଦାନ ଓ ବେଢା ଭଜନ କାର୍ଯ୍ୟକ୍ରମମାନ ଚାଲୁ ରହିଥିଲା ଏହି ମହିମା ମେଳାର ପୌରହିତ କରିଥିଲେ ବ୍ରହ୍ମ ଅବଧୂତ ସୂଷମ୍ବର ବାବା, ବ୍ରହ୍ମ ଅବଧିତ କିଶୋରଚନ୍ଦ୍ରବାବା , ବ୍ରହ୍ମ ଅବଧିତ ଶଙ୍କର୍ଷଣ ବାବା ସାଧୁବାଦା କାଶିନାଥ ଦାସ, ନିରାକାର ଦାସ . ଅନାଦି ଦାସ ।

 ଦିବାକର ଦାସ .ପ୍ରଭୃତି ସାଧୁବୈରାଗୀ ପିଲାମାନେ ଯୋଗଦାନ କରିଥିଲେ। ଏହି ଉତ୍ସବରେ ପ୍ରତ୍ୟେହ ୩ ହଜାରୁ ଉର୍ଦ୍ଧ ଭକ୍ତମାନଙ୍କର ସମାଗମ ହୋଇଥିଲା । ଦ୍ଵିପ୍ରହରରେ ଓ ସନ୍ଧ୍ୟାରେ ଭକ୍ତମାନଙ୍କ ପାଇଁ ଭୋଜନର ବ୍ୟବସ୍ଥା ରଖାଯାଇଥିଲା, ଛୋଟ ପିଲାମାନଙ୍କ ପାଇଁ ବୁଲିବା ଖେଳିବାର ବ୍ୟବସ୍ଥା କରାଯାଇଥିଲା, ବିଭିନ୍ନ ପ୍ରକାର ଷ୍ଟଲ କ ଦୋକାନ ପଡିଥିଲା । ସମଗ୍ର ଅଞ୍ଚଳଟି ଲୋକାରଣ୍ୟ ହୋଇପଡିଥିଲା

ଡେରାବିଶ ବ୍ଲକ ପ୍ରତିନିଧି ସ୍ୱୟଂପ୍ରଭା ମିଶ୍ର ଙ୍କ ରିପୋର୍ଟ ବିଶେଷ ଖବର