କେନ୍ଦ୍ରାପଡ଼ାରେ ମୁସନ ବେହେରାଙ୍କ ସ୍ମୃତିରେ ଭବ୍ୟ ଶ୍ରଦ୍ଧାଞ୍ଜଳି ସଭା
*କେନ୍ଦ୍ରାପଡ଼ା* : କେନ୍ଦ୍ରାପଡ଼ା ସ୍ଥିତ ଚଉଦକୁଲାଟ ତମାଳ ଶାସନ ରଥଦାଣ୍ଡରେ କେନ୍ଦ୍ରାପଡା ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ସାନ ଭାଇ ମୁସନଙ୍କ ସ୍ମୃତିରେ ଏକ ଭବ୍ୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି।
ଏହି ଶୋକ ସଭାରେ କଟକ ମେୟର ସୁବାଶ ସିଂ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଓ ଶଶିଭୂଷଣ ବେହେରା, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା, ବିଧାୟକ ଧ୍ରୁବ ଚରଣ ସାହୁ ଓ ଅରବିନ୍ଦ ମହାପାତ୍ର, ପୂର୍ବତନ ଏମ୍.ଏଲ୍.ଏ ସିପ୍ରା ମଲ୍ଲିକ ଏବଂ ପୂର୍ବତନ ଏମ୍.ପି ଅର୍ଚ୍ଚନା ନାୟକ ଯୋଗଦେଇଥିଲେ।ସଭାରେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ବିଜେଡି ଜିଲ୍ଲା ସଭାପତି ସହ ଅନେକ ଦଳୀୟ କର୍ମୀ ଓ ସ୍ଥାନୀୟ ନାଗରିକମାନେ ଉପସ୍ଥିତ ଥିଲେ।
ଅତିଥିମାନେ ମୁସନଙ୍କ ଜୀବନ ଓ ସମାଜ ପ୍ରତି ତାଙ୍କର ଅବଦାନକୁ ସ୍ମରଣ କରି କହିଥିଲେ ଯେ, ସେ ଜଣେ ସରଳ, ମିଳନସାର ଓ ସମାଜସେବୀ ବ୍ୟକ୍ତିତ୍ୱ ଥିଲେ। ତାଙ୍କର ଅକାଳ ବିୟୋଗ ସମାଜ ପାଇଁ ଅପୂରଣୀୟ କ୍ଷତି ବୋଲି ସେମାନେ ମତ ପ୍ରକାଶ କରିଥିଲେ।
ସମସ୍ତେ ମୁସନଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରି ତାଙ୍କ ଆତ୍ମାର ସଦ୍ଗତି କାମନା କରିଥିଲେ। ଶେଷରେ ଏକ ମିନିଟ୍ ନିରବ ପ୍ରାର୍ଥନା ସହ ଶୋକ ସଭାର ସମାପନ ହୋଇଥିଲା।
ବିଶେଷ ଖବରର ପ୍ରତିନିଧି
*ପ୍ରମୋଦ କୁମାର ଜେନା*
କେନ୍ଦ୍ରାପଡ଼ା


admin 
