ଓଡ଼ିଶାକୁ ରହିଛି ବାତ୍ୟା ବିପତ୍ତି
*ଓଡ଼ିଶାକୁ ରହିଛି ବାତ୍ୟା ବିପତ୍ତି । ଆଜି ଲଘୁଚାପ ସମ୍ଭାବନା, ଆଉ ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର । ଡରାଉଛି ଶ୍ରୀଲଙ୍କା ସ୍ଥିତ ଗଲ୍ଫ ଅଫ୍ ମନାରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ । ଘନୀଭୂତ ହୋଇ ଲଘୁଚାପର ରୂପ ନେଇ ପାରେ ଘୂର୍ଣ୍ଣିବଳୟ । ଓଡ଼ିଶାକୁ ବାତ୍ୟାର ଆଶଙ୍କା ସୃଷ୍ଚି କରିଛି ଏହି ଘୂର୍ଣ୍ଣିବଳୟ କିନ୍ତୁ ଏହା ଓଡ଼ିଶାକୁ କେତେ ଦୁର ପ୍ରଭାବିତ କରିବ ଏବେଠାରୁ ଆକଳନ କରିବା ସମ୍ଭବ ନୁହେଁ । ସେପଟେ ଆସନ୍ତା ୨୪ ଘଂଟାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା । ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୮ ଜିଲ୍ଲାରେ ଘଣ୍ଟା ପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ବହିପାରେ ।*


admin 
