ମା ପାଇଁ ଗଛ ଟିଏ

ପି.ଏମ୍. ଶ୍ରୀ ସରକାରୀ (ଏସ୍.ଏସ୍.ଡି) ହାଇ ସ୍କୁଲ୍ ରେ ବୃକ୍ଷ୍ୟ ରୋପଣ

ମା ପାଇଁ ଗଛ ଟିଏ

 ତା-୨୩/୦୭/୨୦୨୬ ରିଖ ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ଚନ୍ଦ୍ରପୁର ବ୍ଲକ ଆଜି ଦିନ ୪ ଘ. ସମୟ ରେ ସରକାରୀ ପି.ଏମ୍. ଶ୍ରୀ (ଏସ୍.ଏସ୍.ଡି) ହାଇ ସ୍କୁଲ୍, ଚନ୍ଦ୍ରପୁର ପ୍ୟାରିସର ରେ ପ୍ରଧାନ ଶିକ୍ଷକ ଶ୍ରୀ ଭାଷ୍କର ଗୋମଙ୍ଗ, ପରିବେଶବିତ୍ ପ୍ରଦିପ କୁମାର ଚୌଧୁରୀ, କୁନା କୁମାର ମାଝୀ, ସାରଙ୍ଗଧର ବାଗ, ସୁନୀଲ ମହାନ୍ତି, ମମତା ସବର୍, ବିଶିକେଶନ ସବାର, ବଳଭଦ୍ର କୁଟ୍ରୁକା, ଆନନ୍ଦ ଡୁବ୍ରୁ କା, ଏବଂ ବିଦ୍ୟାଳୟ ର ସମସ୍ତ ଛାତ୍ର ମାନଙ୍କୁ ନେଇ ୧୦୦ ଗୋଟି ଔଷଧୀୟ ବୃକ୍ଷ, ଫାଳ ଗଛ ଏବଂ ଫୁଲ ଗଛ ଲଗା ଯାଇଥିଲା ।

 ପ୍ରଧାନ ଶିକ୍ଷକ ଶ୍ରୀ ଭାଷ୍କର ଗୋମାଙ୍ଗ କହିଥିଲେ ସମସ୍ତ ଛାତ୍ର ଗୋଟିଏ ଗୋଟିଏ ଗଛ ଲଗାଇ ବଞ୍ଚେଇବା ଆବଶ୍ୟକ, ଜଳ ହିଁ ଜୀବନ ଜଳ ନାହିଁ ତ ଜୀବନ ନାହିଁ ଠିକ ସେମିତି ଗଛ ହିଁ ଜୀବନ ଗଛ ବଞ୍ଚିଲେ ଆମେ ବଞ୍ଚିବା, ବୃକ୍ଷ୍ୟ ରୋପଣ ସହିତ ନିଜ ଶିକ୍ଷା କୁ କିପରି ଉନ୍ନତ କରିବା ତାହା ଆଦେଶ ଦେଇଥିଲେ । ଶେଷରେ ଆଜି ର ଛାତ୍ର ଆସନ୍ତା କାଲି ର ଭବିଷ୍ୟତ, ଛାତ୍ର ଛାତ୍ରୀ ହେଉଛନ୍ତି ଆଗାମି ଦିନର ଦେଶର ଭବିଷ୍ୟତ କହି ଧନ୍ଯବାଦ ଅର୍ପଣ କରିଥିଲେ। ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର