ମାଥିଲି ଜଗନ୍ନାଥ ମନ୍ଦିର ପୂଜକ ସୀମାଞ୍ଚଳ ପାତ୍ରଙ୍କ ଧର୍ମପତ୍ନୀଙ୍କ ବିୟୋଗରେ ଶୋକର ଛାୟା ଖେଳି ଯାଇଛି।

ମାଥିଲି ଜଗନ୍ନାଥ ମନ୍ଦିର ପୂଜକ ସୀମାଞ୍ଚଳ ପାତ୍ରଙ୍କ ଧର୍ମପତ୍ନୀଙ୍କ ବିୟୋଗରେ ଶୋକର ଛାୟା ଖେଳି ଯାଇଛି।

ମାଥିଲି ଜଗନ୍ନାଥ ମନ୍ଦିର ପୂଜକ ସୀମାଞ୍ଚଳ ପାତ୍ରଙ୍କ ଧର୍ମପତ୍ନୀଙ୍କ ବିୟୋଗରେ ଶୋକର ଛାୟା ଖେଳି ଯାଇଛି।

ମାଥିଲି,୦୨,୧୨ (ଦର୍ଶନ ନ୍ୟୁଜ) ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ମହକୁମାରେ ଥିବା ଜଗନ୍ନାଥ ମନ୍ଦିର ପୂଜକ ସୀମାଞ୍ଚଳ ପାତ୍ରଙ୍କ ଧର୍ମପତ୍ନୀ ପୂର୍ଣ୍ଣପ୍ରଭା ପାତ୍ର (୬୫) ଙ୍କର ଆଜି ହୃଦଘାତ ରେ ଅକାଳ ବିୟୋଗ ହୋଇଛି।ଆଜି ଅପରାହ୍ନ ୪ଟା ସମୟରେ ହଠାତ ଶ୍ରୀମତୀ ପାତ୍ର ହଠାତ ଅସୁସ୍ଥ ଅନୁଭବ କରିବାରୁ ବଡ଼ ପୁଅ ପ୍ରଶାନ୍ତ କୁମାର ପାତ୍ର ଓ ସାନ ପୁଅ ଶ୍ରୀକାନ୍ତ କୁମାର ପାତ୍ର ସଙ୍ଗେ ସଙ୍ଗେ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ।କିନ୍ତୁ ଚିକିତ୍ସାଳୟରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।ଶ୍ରୀମତୀ ପାତ୍ର ଜଣେ ଧର୍ମ ପରାୟଣ ସହ ମିଳାପୀ ସମସ୍ତଙ୍କୁ ନିଜର କରି ରଖିବା ପାଇଁ ବେଶ ଜଣାଶୁଣା ଥିଲେ।ଶ୍ରୀମତୀ ପାତ୍ର ଙ୍କର ଏପରି ଅକାଳ ବିୟୋଗ ରେ ମାଥିଲି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।ଏହି ଅକାଳ ବିୟୋଗ ଶୁଣିବା ପରେ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଉପ ସଭାପତି ଏନ,ମହେଶ୍ୱର ରାଓ,ରାମ ମନ୍ଦିର ପୂଜକ ବାପି ମିଶ୍ର,ବରିଷ୍ଠ ପୁରୋହିତ ପ୍ରକାଶ ଚନ୍ଦ୍ର ହୋତା,ବ୍ରାହ୍ମଣ ସମାଜ ସଭାପତି ଶିବ ପ୍ରସାଦ ପରିଛା,ଲୋକେଶ୍ୱର ରାଓ,ବିଜୟ କୁମାର ପଣ୍ଡା,ମିନା ରାଓ,ମୁନା ପରିଛା,ଲକ୍ଷ୍ମୀକାନ୍ତ ସାହୁ,ବରିଷ୍ଠ ସାମ୍ବାଦିକ ବାସୁଦେବ ଜେନା ଓ ଶ୍ୟାମ ପ୍ରସାଦ ପଟ୍ଟନାୟକ ଶ୍ରୀଯୁକ୍ତ ପାତ୍ର ଙ୍କ ବାସଭବନରେ ପହଞ୍ଚି ଶ୍ରୀମତୀ ପାତ୍ର ଙ୍କ ମୃତ ଶରୀରକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ଆମର ଆତ୍ମାର ସଦଗତି କାମନା କରିଥିଲେ।ଏବଂ ଶୋକ ସନ୍ତପ୍ତ ପରିବାର ଲୋକଙ୍କୁ ଏପରି ସମୟରେ ଜଗତର ନାଥ ଜଗନ୍ନାଥ ଶହାୟ ହୁଅନ୍ତୁ ବୋଲି ପ୍ରାଥନା କରିଥିଲେ।ଏପରି ଦୁଃଖ ଖବର ପାଇବା ପରେ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ହୋଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।