ମାଥିଲି ଲ୍ୟାମ୍ପସ ର ପରିଚାଳନା କମିଟି ନିଲମ୍ବିତ

ମାଥିଲି ଲ୍ୟାମ୍ପସ ର ପରିଚାଳନା କମିଟି ନିଲମ୍ବିତ

ମାଥିଲି ଲ୍ୟାମ୍ପସ ର ପରିଚାଳନା କମିଟି ନିଲମ୍ବିତ। ମାଥିଲି,୦୮,୦୯ ମାଲକାନଗିରି ଜିଲ୍ଲା ମାଥିଲି ଲ୍ୟାମ୍ପସ ରେ ଦୀର୍ଘଦିନ ଧରି ଚାଲୁଥିଲା ମହା ଦୁର୍ନୀତି ଓ ବେନିୟମ ନିଯୁକ୍ତି ଅଭିଯୋଗ ର ପରିଚାଳନା କମିଟି କୁ ନିଲମ୍ବିତ କରାଯାଇଛି।ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ସହକାରୀ ସମିତିର ଉପ-ନିବନ୍ଧକ ଚିଠି ସଂଖ୍ୟା ୫୯୭/୦୬,୦୯,୦୨୫ ଦ୍ୱାରା ମାଥିଲି ଲ୍ୟାମ୍ପସ ର ପରିଚାଳନା କମିଟିକୁ ନିଲମ୍ବନ କରିଥିବା ସୂଚନା ଦେଇଛନ୍ତି।ଉଦୟ ନାଥ ମାଦ୍ରୀ ନିର୍ଦେଶକ ନିଜ ପତ୍ନୀକୁ କମିଟି ର ସଭାନେତ୍ରୀ ଭାବେ ବେନିୟମ ଚୟନ କରିଥିଲେ।ସେହିପରି ହଳଧର ପୂଜାରୀ ନିର୍ଦେଶକ ଥିବା ବେଳେ ତାଙ୍କ ପତ୍ନୀ ଙ୍କୁ ଉପ ସଭାନେତ୍ରୀ କରିଥିଲେ।ନିର୍ଦେଶକ ଜୀବମ ସାହୁ ତାଙ୍କ ପତ୍ନୀକୁ ଲ୍ୟାମ୍ପସ ର ବ୍ୟାବସ୍ଥାବକ (ଏମିଡି) ଭାବେ ବେନିୟନ ଭାବେ ନିଯୁକ୍ତି କରିଥିଲେ।ସେହିପରି ସୁବାଷ ଚନ୍ଦ୍ର ଖୁଡୁପିଆ ଲ୍ୟାମ୍ପସ ର ପରିଚାଳନା କମିଟି ରେ ନିର୍ଦେଶକ ଥିବା ବେଳେ ତାଙ୍କ ପତ୍ନୀ ଙ୍କୁ ଡାଟା ଅପରେଟ ଭାବେ ନିଯୁକ୍ତି କରିଛନ୍ତି.ଏହି ନିଯୁକ୍ତି ମାଧ୍ୟମରେ ବହୁ ପରିମାଣର ଅର୍ଥ ଆତ୍ମସାତ ବେନିୟବ ଭାବେ କର୍ମଚାରୀ ନିଯୁକ୍ତି କରିଥିବା ଅଭିଯୋଗ ହେଉଥିଲା।ତାହା ସହିତ ଚାଷୀ ମାନଙ୍କ ସାର ବଣ୍ଟନ ରେ ଅନିୟମିତତା ହୋଇଥିବା ସ୍ପଷ୍ଟ ପ୍ରମାଣିତ ହୋଇଛି।ଏହି ମହା ଦୁର୍ନୀତି ଓ ଅନିୟମିତତା କୁ ନେଇ ଲ୍ୟାମ୍ପସ ର ସହକାରୀ ସମିତିରେ ଅଭିଯୋଗ ହୋଇଥିଲା।ତଦନ୍ତ ପରେ ଉପ-ନିବନ୍ଧକ ସତ୍ୟତା ମିଳିବାରୁ ପରିଚାଳନା କମିଟି କୁ ନିଲମ୍ବନ କରାଯାଇଥିବା ଚିଠି ରେ ଉଲ୍ଲେଖ ରହିଛି।ସ୍ଥାନୀୟ ଲୋକେ କହିଛନ୍ତି ଲ୍ୟାମ୍ପସ ଚାଷୀଙ୍କ ଆର୍ଥିକ ସହାୟକ ସଂସ୍ଥା ଏହାକୁ ବ୍ୟକ୍ତିଗତ ସ୍ୱାର୍ଥ ଓ ପରିବାର ବାଦ ନିଯୁକ୍ତି ମାଧ୍ୟମରେ ଦୁର୍ନୀତି ର କେନ୍ଦ୍ର କରାଯାଇଥିବା ଅତ୍ୟନ୍ତ ଦୁଃଖଦ।ନିଲମ୍ବନ ପରେ ନୂଆ ଲ୍ୟାମ୍ପସ ପ୍ରଶାସନିକ ବ୍ୟବସ୍ଥା ଗଠନ କରାଯିବ।ଏବଂ ଦୁର୍ନୀତି ରେ ଜଡିତ ଥିବା ସମସ୍ତ ଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସହକାରୀ ସମିତି ପକ୍ଷରୁ ଚିଠି ରେ ଉଲ୍ଲେଖ କରାଯାଇଛି। ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର