ମାଲକାନଗିରି ପ୍ରଶାସନର ତୁରନ୍ତ ପଦକ୍ଷେପ: କତାପାଲି କଲୋନୀରେ ଜଳ ସଙ୍କଟର ସଫଳ ସମାଧାନ*

ମାଲକାନଗିରି ପ୍ରଶାସନର ତୁରନ୍ତ ପଦକ୍ଷେପ: କତାପାଲି କଲୋନୀରେ ଜଳ ସଙ୍କଟର ସଫଳ ସମାଧାନ*

*ମାଲକାନଗିରି ପ୍ରଶାସନର ତୁରନ୍ତ ପଦକ୍ଷେପ: କତାପାଲି କଲୋନୀରେ ଜଳ ସଙ୍କଟର ସଫଳ ସମାଧାନ*

*ମାଲକାନଗିରି,

ଜନସାଧାରଣଙ୍କ ପ୍ରତିଟି ସମସ୍ୟାର ସମାଧାନ ଏବଂ ସେମାନଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ସଦାସର୍ବଦା ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରିଆସିଛି। ଏହି କ୍ରମରେ ଜିଲ୍ଲା ପ୍ରଶାସନର ଲୋକାଭିମୁଖୀ କାର୍ଯ୍ୟଧାରାର ଆଉ ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କୋରକୁଣ୍ଡା ବ୍ଲକ ଅନ୍ତର୍ଗତ କତାପାଲି କଲୋନୀରେ। ଗ୍ରାମବାସୀଙ୍କ ଦୀର୍ଘଦିନର ପାନୀୟ ଜଳ ସମସ୍ୟାକୁ ଅତି ଗମ୍ଭୀରତାର ସହ ନେଇ ପ୍ରଶାସନ ପକ୍ଷରୁ ରେକର୍ଡ ସମୟ ମଧ୍ୟରେ ଏକ ନୂତନ ନଳକୂପ ସ୍ଥାପନ କରାଯାଇଛି, ଯାହା ସ୍ଥାନୀୟ ଅଞ୍ଚଳରେ ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛି।

ପ୍ରାୟ ୨,୦୦୦ ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏବଂ ୧୨୧ ପରିବାର ବସବାସ କରୁଥିବା ଏହି ବୃହତ ଗ୍ରାମରେ ପୂର୍ବରୁ ମାତ୍ର ୬ ଟି ନଳକୂପ ରହିଥିଲା। ଗ୍ରାମର ଜନସଂଖ୍ୟା ତୁଳନାରେ ଏହି ଉତ୍ସଗୁଡ଼ିକ ଯଥେଷ୍ଟ ନଥିବାରୁ ବିଶେଷ କରି ଗ୍ରୀଷ୍ମ ଋତୁରେ ଲୋକମାନେ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏ ସମ୍ପର୍କରେ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରାଯିବା ମାତ୍ରେ ଏହାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଥିଲା। ଜିଲ୍ଲାପାଳଙ୍କ ସୂଚନା ଏବଂ ପ୍ରତ୍ୟକ୍ଷ ନିର୍ଦ୍ଦେଶକ୍ରମେ ଗ୍ରାମର ଭୂତଳ ଜଳ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଏକ ସ୍ୱତନ୍ତ୍ର ବୈଷୟିକ ଦଳ ତୁରନ୍ତ କତାପାଲି କଲୋନୀ ଗସ୍ତ କରିଥିଲେ।

ସର୍ଭେ କାର୍ଯ୍ୟ ଶେଷ ହେବା ମାତ୍ରେ ବିଭାଗୀୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଯୁଦ୍ଧକାଳୀନ ଭିତ୍ତିରେ ଏକ ନୂତନ ନଳକୂପ ଖନନ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ପ୍ରଶାସନର ସଠିକ୍ ପରିଚାଳନା ଏବଂ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଅତି କମ୍ ସମୟ ମଧ୍ୟରେ ଏହି ହ୍ୟାଣ୍ଡପମ୍ପଟିକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଇପାରିଛି। ବର୍ତ୍ତମାନ କଲୋନୀର ସମସ୍ତ ପରିବାର ନିଜ ଘର ପାଖରେ ସ୍ୱଚ୍ଛ, ନିରାପଦ ଓ ବିଶୁଦ୍ଧ ପାନୀୟ ଜଳ ପାଇବା ଆରମ୍ଭ କରିଛନ୍ତି, ଯାହା ସେମାନଙ୍କର ଦୈନନ୍ଦିନ ଜୀବନଧାରଣକୁ ବହୁତ ସହଜ କରିଦେଇଛି।

ଜନସାଧାରଣଙ୍କ ସୁଖଦୁଃଖରେ ସାମିଲ ହୋଇ ପ୍ରଶାସନ ଯେଭଳି ସକାରାତ୍ମକ ଓ ଦ୍ରୁତ ପଦକ୍ଷେପ ଗ୍ରହଣ କଲେ, ସେଥିପାଇଁ କତାପାଲି କଲୋନୀର ସମସ୍ତ ଗ୍ରାମବାସୀ ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଅନ୍ତରରୁ ଅଶେଷ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରିଛନ୍ତି। ମାଲକାନଗିରି ରୁ ଆବ୍ରାହମ କୁମାର ସେନାପତି