ମୁନିଗୁଡ଼ା ବିଡ଼ିଓଙ୍କୁ ବ୍ଲକର ଶିକ୍ଷକ କର୍ମଚାରୀ ସଂଘର ୪ ଦଫା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର.
ମୁନିଗୁଡ଼ା, ୫/୮ (ନିପ୍ର): ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି (ଓଏସସିଟିଇସିସି) ର ଆହ୍ୱାନ କ୍ରମେ ଆଜି ମୁନିଗୁଡ଼ା ବ୍ଲକ ତରଫରୁ ଏକ ସ୍ମାରକ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁନିଗୁଡ଼ା ବ୍ଲକର ଇନ୍ଦିରାଗାନ୍ଧୀ, ପାତ୍ରଗୁଡା, କୁମୁଡାବାଲି ଓ ଶିବପଦର ହାଇସ୍କୁଲର ଶିକ୍ଷକ ଓ କର୍ମଚାରୀ ମିଳିତ ଭାବେ ଆଜି ବୁଧବାର ମୁନିଗୁଡ଼ା ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ 4 ଦଫାର ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏହି ସ୍ମାରକ ପତ୍ରର ନକଲ ଉଚ୍ଚ ଶିକ୍ଷା ମନ୍ତ୍ରୀ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀଙ୍କୁ ମଧ୍ୟ ପ୍ରଦାନ କରାଯାଇଛି।
ସମିତି ପକ୍ଷରୁ ପ୍ରକାଶ ଯେ, ପୁରୁଣା ବ୍ଲକ ଗ୍ରାଣ୍ଟ ବ୍ୟବସ୍ଥାକୁ ଉଚ୍ଛେଦ କରି ୨୦୧୭ ଜିଆଇଏ ନୀତି ଲାଗୁ କରାଯିବା ପରେ ଏଥିରେ ସେବା ସର୍ତ୍ତ ଓ ପେନସନ ସୁବିଧା ନ ଥିବାରୁ ରାଜ୍ୟର ୧୯୪ଟି ଯୋଗ୍ୟ ହାଇସ୍କୁଲ ଆଜି ଯାଏଁ ସରକାରଙ୍କ ଠାରୁ ଗୋଟିଏ ଟଙ୍କା ମଧ୍ୟ ପାଉନାହାନ୍ତି। ଶିକ୍ଷକମାନେ ୨୫ ବର୍ଷରୁ ଉର୍ଦ୍ଧ୍ୱ ଚାକିରି କରି ଖାଲି ହାତରେ ଅବସର ନେଉଛନ୍ତି, ଯାହା ଅତ୍ୟନ୍ତ ଦୁଃଖଦାୟକ। ୧. ସମସ୍ତ ଯୋଗ୍ୟ ସ୍କୁଲ-କଲେଜକୁ GIA ଭୁକ୍ତ ଓ ପେନସନ ସେବା ସର୍ତ୍ତ ଲାଗୁ, ୨. ନୂଆ ନିଯୁକ୍ତି ଆରମ୍ଭ ଓ ଅବସର ବୟସ ୬୦ରୁ ୬୨ କୁ ବୃଦ୍ଦ୍ଧି, ୩. ଗ୍ରେଡ୍ ପେ ଅସଙ୍ଗତି ଦୂର ଓ ୬ଟି ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ, ୪. ସମସ୍ତ ଏଡେଡ୍ ସ୍କୁଲ କଲେଜର ସରକାରୀକରଣ ସହ ଓପିଏସ ଲାଗୁ ଏହି ସ୍ମାରକ ପତ୍ର ପ୍ରଦାନ ଅବସରରେ ମୁନିଗୁଡ଼ା ବ୍ଲକ ସଭାପତି ରାମ ପ୍ରସାଦ ରଥ, କାର୍ଯ୍ୟକାରୀ ସଭାପତି ସୁଶାନ୍ତ ପଣ୍ଡା, ସମ୍ପାଦକ ପବିତ୍ର ମୋହନ କର, ଓଷ୍ଠାର ରାଜ୍ୟ ସହ ସମ୍ପାଦକ ମନୋଜ ପାଢ଼ିଙ୍କ ସହ ବହୁ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ଥିଲେ।
(ମୁନିଗୁଡା ବ୍ଲକ ପରିସରରୁ, ଲଷ୍ମୀ କାନ୍ତ ବେହେରା ବିଶେଷ ଖବର )


admin 
