ମେସିନ କରୁଛି ମନରେଗା କାର୍ଯ୍ୟ, ଦିନକୁ ଦିନ ବଢୁଛି ଦାଦନ ଶ୍ରମିକଙ୍କ ସଂଖ୍ୟା।

ମେସିନ କରୁଛି ମନରେଗା କାର୍ଯ୍ୟ, ଦିନକୁ ଦିନ ବଢୁଛି ଦାଦନ ଶ୍ରମିକଙ୍କ ସଂଖ୍ୟା।

ମେସିନ କରୁଛି ମନରେଗା କାର୍ଯ୍ୟ, ଦିନକୁ ଦିନ ବଢୁଛି ଦାଦନ ଶ୍ରମିକଙ୍କ ସଂଖ୍ୟା।

ମାଲକାନଗିରି ମାଥିଲି, ୦୩,୦୬  ଶ୍ରମିକ ମାନଙ୍କୁ ନିଜ ଗାଁରେ କାମ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କରିଛନ୍ତି। କିନ୍ତୁ ଏଠି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ (ମନରେଗା) କାର୍ଯ୍ୟ ପ୍ରକଳ୍ପ ଗୁଡିକୁ ଲୋକ ବଦଳେ କରୁଛି ମେସିନ୍ ।ରାତି ଅଧରେ କାର୍ଯ୍ୟ ଆରମ୍ଭ ରାତି ପହିଲା ବେଳକୁ କାର୍ଯ୍ୟ ଶେଷ। ଏପରି ଚିତ୍ର ଦେଖିବକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତି ଗୁଡା ପଞ୍ଚାୟତ ଅନ୍ତର୍ଗତ ବାମନଗୁଡାରେ।ବାମନଗୁଡା ଗାଁ ଠାରୁ ଏହି ମୋରମ ଓ ମେଟାଲ ରାସ୍ତା ଅନୁମୋଦନ ହୋଇଛି କି ନାହିଁ ତାହା କାହାରିକୁ ଜଣା ନାହିଁ କି କାର୍ଯ୍ୟର କୌଣସି ଫଳକ ମଧ୍ୟ ଲଗା ଯାଇ ନାହିଁ କିନ୍ତୁ ରାତି ଅଧରେ ଠିକାଦାର କାମ ସାରି ଦେଉଛନ୍ତି।ରାତା ରାତି ମେସିନ ଦ୍ବାରା କାମ କରାଯାଉ ଥିବା ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଯାହାକୁ ନେଇ ବିଭିନ୍ନ ମହଲରୁ ଏନେକ ପ୍ରତିକ୍ରିୟା ପ୍ରକାଶ ପାଇଛି।ବ୍ଲକ ରେ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନା (ମନରେଗା)ରେ ଏହି ଗୋଟିଏ କାମ ନୁହେଁ ବ୍ଲକର ୨୦ ପଞ୍ଚାୟତ ରେ ଅନେକ କାମ ଗୁଡ଼ିକ ମେସିନ କରୁଥିବା ବେଳେ ଲୋକେ କାମ ନ ପାଇ ପଡୋଶୀ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଅଭିଯୋଗ ହୋଇଛି।ଏହି ବାମନଗୁଡା କାର୍ଯ୍ୟ ବିଷୟରେ ଆମେ ବିଭାଗୀୟ ଅଧିକାରୀ ଲିଙ୍ଗରାଜ କରକରିଆ ଙ୍କୁ ପଚାରିବାରୁ ଏବିଷୟରେ ମତେ ପଚାରିବା ଅପେକ୍ଷା ପଞ୍ଚାୟତ ର ସରପଞ୍ଚ ଙ୍କ ପ୍ରତିନିଧି ଯିଏ ଅଛନ୍ତି ତାଙ୍କୁ ପଚାରିବା ପାଇଁ ଉତ୍ତର ଦେଇଥିଲେ।ଏପରି ଅଜବ ଉତ୍ତର ଶୁଣିବା ପରେ ଆମେ ମାଥିଲି ଜିଲ୍ଲା ପରିଷଦ ଜୋନ-୩ର ସଭ୍ୟା ସସ୍ମିତା ମାଝୀ ଙ୍କୁ ପଚାରିବାରୁ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ନିଯୁକ୍ତି ଯୋଜନାରେ କାର୍ଯ୍ୟ ଗୁଡିକ ଆମକୁ ଜଣାଉ ନାହାଁନ୍ତି ଏପରି କି କାର୍ଯ୍ୟ ଗୁଡିକ ବିନା ମଞ୍ଜୁରୀ ରେ କାର୍ଯ୍ୟ ହେଉଛି।ଏମିତି କି ଅନେକ କାର୍ଯ୍ୟ ଅଧ ପନ୍ତରିଆ ହୋଇ ପଡି ରହିଛି ବାରମ୍ବାର ଅଭିଯୋଗ କରିଲେ କୌଣସି ସୁଫଳ ମିଳୁ ନାହିଁ। ବାମନଗୁଡାର କାର୍ଯ୍ୟ ୧୦ ଲକ୍ଷ ଅଟକଳ କରାଯାଇଛି କିନ୍ତୁ ସେହି କାର୍ଯ୍ୟ ଏପର୍ଯ୍ୟନ୍ତ ମଞ୍ଜୁର ହୋଇ ନାହିଁ ବୋଲି ଆମକୁ କହିଥିଲେ। ଏଠି ପ୍ରଶ୍ନ ଉଠୁଛି ବିନା ମଞ୍ଜୁରୀ ରେ କିପରି କାର୍ଯ୍ୟ ହେଉଛି ତାହା ବି ମେସିନ ମାଧ୍ୟମରେ।ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ବ୍ଲକ ରେ ସମସ୍ତ କାର୍ଯ୍ୟକୁ ଉଚ୍ଚ ପଦସ୍ଥ ଅଧିକାରୀ କିମ୍ବା ଭିଜିଲାନ୍ସ ଦ୍ୱାରା ତଦନ୍ତ କରାଇଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ବହୁ ବୁଦ୍ଧିଜୀବୀ ଦାବି କରିଛନ୍ତି।
ମାଲକାନଗିରି ମଥିଲି ରୁ ଶିବପ୍ରସାଦ ପରିଛା ବଶେଷ ଖବର