ମୋଟୁ ବନ ବିଭାଗ ଦ୍ୱାରା ୪୭୩ ଟି କୋଇଁଚ ଏବଂ ଗୋଟିଏ ବୋଲେର ଜବତ | ଦୁଇ ଅଭିଯୁକ୍ତ ଫେରାର |

ମୋଟୁ ବନ ବିଭାଗ ଦ୍ୱାରା ୪୭୩ ଟି କୋଇଁଚ ଏବଂ ଗୋଟିଏ ବୋଲେର ଜବତ | ଦୁଇ ଅଭିଯୁକ୍ତ ଫେରାର | ମୋଟୁ ୨୫|୦୪(ଶିବପ୍ରସାଦ ପରଛା ବିଶେଷ ଖବର):ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଠାରେ ଚୋରା ଚାଲାଣ ହୋଉଥିବା ୪୭୩ ଟି କୋଇଁଚ ସମେତ ଗୋଟିଏ ବୋଲେର ପ୍ଲସ ଗାଡ଼ି ଜବତ କରିଛି ମୋଟୁ ବନ ବିଭାଗ | ସୂଚନା ଥାଉ କି ଶୁକ୍ରବାର ଭୋର ୪ଟା ସମୟରେ ଆନ୍ଧ୍ର ଠାରୁ ଓଡିଶା କୁ କୋଇଁଚ ଚୋରା ଚାଲାଣ ହୋଉଥିବା ଗୁପ୍ତ ଖବର ପାଇ ମୋଟୁ ବନ ବିଭାଗ ରେଞ୍ଜୋର ରଶ୍ମି ରଞ୍ଜୋନ ସ୍ୱାଇଁ ଙ୍କ ନିର୍ଦ୍ଧେଶ କ୍ରମେ ମୋଟୁ ଫୋରେଷ୍ଟର ମୁରଳିଧର ଅନୁଗୁଳିଆ ଙ୍କ ନେତୃତ୍ୱରେ ଏକ ଟିମ ହୋଇ ମୋଟୁ ଦେଇ ମାଲକାନଗିରି କୁ ସଂଯୋଗ କରୁଥିବା ଦୁଇଟି ବୋର୍ଡର ଚେକଗେଟ ଯଥା ଆନ୍ଧ୍ର ର କାଲେରୁ ଛତିଶଗଡ ର କୋଣ୍ଟା ମୋଟୁ ପୋଲ ଠାରେ ଜଗି ରହିଥିଲେ ବନ ବିଭାଗ | ଶେଷରେ ଶୁକ୍ରବାର ଭୋର ପ୍ରାୟ ୪ଟା ସମୟ ରେ କୋଣ୍ଟା ମୋଟୁ କୁ ସଂଯୋଗ କରୁଥିବା ପୋଲ ଦେଇ ଆସୁଥିବା ସନ୍ଦେହ ଜନକ ଏକ ଓ ଆର ୧୦ ଇ ୫୮୭୭ ନମ୍ବର ବିଶିଷ୍ଟ ବୋଲେର ପ୍ଲସ ଗାଡ଼ି କୁ ମୋଟୁ ବନ ବିଭାଗ ଅଟକାଇ ବାକୁ ଚେଷ୍ଟା କରୁଥିବା ବେଳେ ଗାଡ଼ି ଛାଡ଼ି ଦୁଇ ଅଭିଯୁକ୍ତ ଫେରାର ହୋଇଗଲେ | ଗାଡ଼ି କୁ ଯାଞ୍ଚ କରିବା ପରେ ଗାଡ଼ି ଠାରୁ ୪୭୩ ଟି କୋଇଁଚ ରହିଥିବା ଦେଖିବାକୁ ମିଳିଥିଲା | ଶେଷରେ ବନ ବିଭାଗ ଦ୍ୱାରା ଗାଡ଼ିକୁ ଜବତ କରି ମୋଟୁ ବନାଞ୍ଚଳ କାର୍ଯ୍ୟାଳୟକୁ ନିଆ ଗଲା | ଏହି କୋଇଁଚ ଆନ୍ଧ୍ର ଠାରୁ ଓଡିଶାର କାଲିମେଳା ର ବିଭିନ୍ନ ଅଞ୍ଚଳରେ ବିକ୍ରି କରିବା ପାଇଁ ନିଆ ଯାଉଥିବା ଜଣାପଡିଛି | ଉକ୍ତ ବୋଲେର ପ୍ଲସ ଗାଡ଼ିକୁ ଜବତ କରାଯାଇଥିବା ବେଳେ ଫେରାର ଦୁଇ ଅଭିଯୁକ୍ତ ଙ୍କୁ ଧରିବାର ପ୍ରୟାସ ଜାରି ରହିଥିବା ସୂଚନା ଦେଇଛନ୍ତି ମୋଟୁ ଫୋରେଷ୍ଟର ମୁରଳିଧର ଅନୁଗୁଳିଆ |

ମୋଟୁ ବନ ବିଭାଗ ଦ୍ୱାରା ୪୭୩ ଟି କୋଇଁଚ ଏବଂ ଗୋଟିଏ ବୋଲେର ଜବତ | ଦୁଇ ଅଭିଯୁକ୍ତ ଫେରାର |