*ମ୍ୟାଜିକସିଆନ ଇଜ କମ୍ପ୍ରମାଇଜଡ : ଯୁବ କଂଗ୍ରେସ*
ଭୁବନେଶ୍ୱର ତା. ୨୨.୪- ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ରଣଞ୍ଜିତ ପାତ୍ର ମ୍ୟାଜିକସିଆନ ଇଜ କମ୍ପ୍ରମାଇଜଡ ଶୀର୍ଷକରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀଙ୍କୁ ମ୍ୟାଜିକସିଆନ ଭାବେ ଦର୍ଶାଯାଇଛି ଏବଂ ଏହି ମ୍ୟାଜିକସିଆନ ସଲାସୁତରା ହୋଇଛନ୍ତି ବୋଲି କୁହାଯାଇଛି । ବିଭିନ୍ନ ପ୍ରସଙ୍ଗରେ ବାହାସପୋଟ ମାରି ବଡ଼ ବଡ଼ କଥା କହି ନିଜ ମୁହଁରେ ନିଜ ପ୍ରଶଂସା କରୁଥିବା ପ୍ରଧାନମନ୍ତ୍ରୀଙ୍କ ଭିତର ରୂପଟି ଅଲଗା । ନିଜର ବିଫଳତା, କୁଶାସନ, ସାଧାରଣ ଜନତାଙ୍କ ଅସନ୍ତୋଷ ଓ ଦୁର୍ନୀତିକୁ ଲୋକଲୋଚନରୁ ଏଡାଇବାକୁ ବହୁ ପ୍ରସଙ୍ଗ ସୃଷ୍ଟି କରିପାରନ୍ତି । ବିମୁଦ୍ରୀକରଣ, ପାଲାକୋର୍ଟ ଆକ୍ରମଣ, ଅପରେସନ ସିନ୍ଦୁର ଭଳି ବହୁ ପ୍ରସଙ୍ଗ ରାତାରାତି ତିଆରି କରିବାରେ ସେ ମାହିର ।
ଅନ୍ୟପକ୍ଷରେ ମହିଳା ସ୍ଥାନ ସଂରକ୍ଷଣ ଲାଗୁ ପାଇଁ ସମସ୍ତ ରାଜନୈତିକ ଦଳଙ୍କର ସହମତି ଥିବା ବେଳେ ଏହାକୁ ଡିଲିମିଟେସନ ସହ ଯୋଡ଼ି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କଲେ । ମହିଳା ସଂରକ୍ଷଣ ନିମନ୍ତେ ତାଙ୍କର ଆନ୍ତରିକତା ନାହିଁ । ଯଦି ଆନ୍ତରିକତା ଥା’ନ୍ତା ତେବେ ୫୪୩ ଲୋକସଭା ସିଟ ଥାଇ ମହିଳା ସଂରଣକ୍ଷ କରାଯାଉ ନାହିଁ କାହିଁକି? ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ହତ୍ୟା କରି ରାଜନୈତିକ ଫାଇଦା ଉଠାଇବା ପାଇଁ ୮୫୦ ଲୋକସଭା ସିଟ ଯେଉଁ ପ୍ରକ୍ରିୟାରେ କରାଯାଉଛି ସେଥିରେ ଓଡ଼ିଶା ସମେତ ବହୁ ରାଜ୍ୟ କ୍ଷତିଗ୍ରସ୍ତ ହେବେ । ୨୦୧୧ ସେନସକୁ ନେଇ ଡିଲିମଟେସନ କରିବା କେତେ ଯୁକ୍ତିଯୁକ୍ତ । ମହିଳାଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କର ଆଚରଣ ଓ ଉଚାରଣ କେବେ ଠିକ ନଥାଏ । ସୁତରାଂ ମ୍ୟାଜିକ ସିଆନ ଇଜ କମ୍ପ୍ରମାଇଜଡି ବୋଲି ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି ।
ଆଇଟି ମନ୍ତ୍ରୀଙ୍କୁ ଯୁବ କଂଗ୍ରେସର ଜବାବ
ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓକାକର ଟେଣ୍ଡର ଦୁର୍ନୀତିକୁ ନେଇ ଯେଉଁ ଉତ୍ତର ରଖିଲେ ତାହା ହାସ୍ୟାସ୍ପଦ ବୋଲି ଭୁବନେଶ୍ୱର ଲୋକସଭା କଂଗ୍ରେସ ପ୍ରାର୍ଥୀ ୟାସିର ନୱାଜ କହିଛନ୍ତି ।


admin 
