ଯବାନଙ୍କ ଗୁଳିରେ ନିହତ ହେଲେ ଦୁଇ କୁଖ୍ୟାତ ମାଓବାଦୀ l

ଯବାନଙ୍କ ଗୁଳିରେ ନିହତ ହେଲେ ଦୁଇ କୁଖ୍ୟାତ ମାଓବାଦୀ l
ବହୁ ମାଓ ସାମଗ୍ରୀ ଜବତ,ଦକ୍ଷିଣାଞ୍ଚଳ
ଆଇଜିଙ୍କ ସାମ୍ବାଦିକ ସମ୍ମିଳନୀ l
Anchor- ମାଓବାଦୀ ଦମନ କ୍ଷେତ୍ରରେ କନ୍ଧମାଳ ଜ଼ିଲ୍ଲା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ବାଲିଗୁଡା ଥାନା ଅନ୍ତର୍ଗତ ପୁଶୁଙ୍ଗିଆ ସଂରକ୍ଷିତ ଜଙ୍ଗଲ ରେ କିଛି ମାଓବାଦୀ ଲୁଚି ରହିଥିବା ପୋଲିସ ଗୁଈନ୍ଦା ଦ୍ଵାରା ଗୁରୁତ୍ୱ ପୂର୍ଣ୍ଣ ସୂଚନା କନ୍ଧମାଳ ଏସପି ପାଇଥିଲେ l ଏସପି ହରିଶ ବିସି ଙ୍କ ନିର୍ଦେଶ କ୍ରମେ ଡିଭିଏଫ ଯବାନ ସମ୍ପୃକ୍ତ ଅଞ୍ଚଳରେ କମ୍ବିଂଙ୍ଗ ଅପରେସନ ଆରମ୍ଭ କରିଥିଲେ l ଅପରେସନ ସମୟରେ ଯବାନ ଓ ମାଓବାଦୀ ମଧ୍ୟରେ କିଛି ସମୟ ଗୁଳିବିନିମୟ ହୋଇଥିଲା l ଗୁଳିବିନିମୟ ସମୟରେ ୨ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଘଟଣା ସ୍ଥଳ ରେ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ଅନ୍ୟ ମାଓବାଦୀମାନେ ଛତ୍ର ଭଙ୍ଗ ଦେଇଘଞ୍ଚ ଜଙ୍ଗଲର ସୁଯୋଗ ନେଇ ପଳାୟନ କରିଥିବା ଦକ୍ଷିଣାଞ୍ଚଳ ଆଇଜି ନୀତିଶ ଶେଖର ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଥିଲେ l ଘଟଣା ସ୍ଥଳ ରୁ ଗୋଟିଏ ରାଇଫଲ, ରିଭଲଭର, ଜୀବନ୍ତ ଗୁଳି, ୱିକି ଟକି, ବ୍ୟାଟେରୀ ଏବଂ ଅନ୍ୟାନ୍ୟ ମାଓବାଦୀ ସାମଗ୍ରୀ ଜବତ କରାଯାଇଛି | ମୃତ୍ୟୁବରଣ କରିଥିବା ୨ ମାଓବାଦି ଛତିଶଗଡ ରାଜ୍ୟ ବିଜେପୁର ଅଞ୍ଚଳରେ l ମୃତ ମାଓବାଦୀ କନ୍ଧମାଳ ଜିଲାରେ ସକ୍ରିୟ ଥିବା କେକେବିଏନ ମାଓବାଦୀ ଗୃପର କ୍ୟାଡର (ମଙ୍କୁ ) ଏବଂ ( ଚନ୍ଦନ) ପାର୍ଟି ସଦସ୍ୟ ବୋଲି ଆଇଜି ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଥିଲେ। ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଯବାନ ପକ୍ଷରୁ ଜୋରଜାର ଅପେରଶନ କରାଯାଇଛି l ତତ ସହିତ ମାଓବାଦୀ ମାନେ ହିଂସାତ୍ମକ ମନ ଭାବ ଛାଡ଼ି ସମାଜରେ ମୁଖ୍ୟ ସ୍ରୋତ ରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ଆଇଜୀ ନୀତିଶ ଶେଖର l ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ଆଇଜି ଙ୍କ ସମେତ କନ୍ଧମାଳ ଏସପି, ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ l
ଫୁଲବାଣୀ ରୁ ଶିବ ପ୍ରସାଦ ନାୟକ ଙ୍କ ରିପୋର୍ଟ ବିଶେଷ ଖବର