ମାଟାପାକା ପଂଚାୟତ କତାମାଟେରୁ ଠାରେ ଖ୍ରୀଷ୍ଟିଆନଙ୍କୁ ଆକ୍ରମଣ ଘଟଣା କୁ ନେଇ ଆଲୋଚନା ବୈଠକ l

ମାଟାପାକା ପଂଚାୟତ କତାମାଟେରୁ ଠାରେ ଖ୍ରୀଷ୍ଟିଆନଙ୍କୁ ଆକ୍ରମଣ ଘଟଣା କୁ ନେଇ ଆଲୋଚନା ବୈଠକ l
ମାଲକାନଗିରି ତା:-୩୦/୦୬(ଶିବପ୍ରସାଦ ପରିଛା ବିଶେଷ ଖବର)
ମାଲକାନଗିରି ଜିଲ୍ଲା ମାଟାପାକା ପଞ୍ଚାୟତ କତାମାଟେରୁ ଠାରେ ଗତ ୨୧ ତାରିଖ ଦିନ ଖ୍ରୀଷ୍ଟୟାନ ସମ୍ପ୍ରଦାୟ ଲୋକଙ୍କୁ ଆକ୍ରମଣ କରିଥିଲେ ସେଠାକାର ସ୍ଥାନୀୟ ଆଦିବାସି । ଏହି ଆକ୍ରମଣରେ ୭ ଜଣଙ୍କୁ ଗଭୀର ମାଡ଼ ହୋଇଥିଲା। ଆକ୍ରମଣ ଘଟଣାକୁ ନେଇ ଜିଲ୍ଲା ଖ୍ରୀଷ୍ଟୟାନ ମଞ୍ଚ ଓ ପାଳକ ସଙ୍ଘ ପକ୍ଷରୁ ମାଲକାନଗିରି ଆଦର୍ଶ ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ପରେ ପରେ ଏସପି ଓ ଡ଼ିଆଇଜି ଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ କୌଣସି ପଦକ୍ଷେପ ନିଆ ଜାଇ ନଥିଲା। ତେଣୁ ଡିଏନକେ ବିବିଗୁଡା ଠାରେ ଖ୍ରୀଷ୍ଟୟାନ ମଞ୍ଚ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ମାଲକାନଗିରି ପୋଲିସ ପ୍ରାଥମିକ ଏତଲା ପଞ୍ଜିକୃତ କରି ଚୁପଚାପ ବସି ପଡ଼ିଥିବାରୁ ପୋଲିସର ଏହି ନିଷ୍କ୍ରିୟତାକୁ ବିରୋଧ କରି ଜିଲ୍ଲା ଖ୍ରୀଷ୍ଟିଆନ ମୋର୍ଚ୍ଚା ତରଫରୁ ବୈଠକରେ ଏକ ସ୍ୱରରେ ନିଷ୍ପତି ଗ୍ରହଣ କରାଗଲା କି, ଆସନ୍ତା ଜୁଲାଇ ୨ ତାରିଖ ଦିନ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ପକ୍ଷରୁ ପୋଡଶି ଆନ୍ଧ୍ର, ଛତିଶଗଡ଼ି ରାଜ୍ୟର ଏବଂ ପଡୋଶୀ ଜିଲ୍ଳା କୋରାପୁଟ ଏବଂ ନବରଙ୍ଗପୁର ର ଖ୍ରୀଷ୍ଟିଆନ ମଞ୍ଚଙ୍କ ସମର୍ଥନ ରେ ମାଲକାନଗିରି ବସଷ୍ଟାଣ୍ଡ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ରାଲିର ଆୟୋଜନ କରାଯିବ l ରାଲିପରେ ଜିଲ୍ଲାପାଳଙ୍କୁ ଏକ ସ୍ମରକପତ୍ର ପ୍ରଦାନ କରାଯିବ l ଏହୀ ବୈଠକ ରେ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ବିଜୟ ପୁସୁରୁ, ସାମୁଏଲ୍ ଗୋରଡା, ନକୁଳ ପଡା ସେଠି , ରାଜେଶ ପାତ୍ର ଲିମା , ଜିତେନ୍ଦ୍ର ଖୋସଲା ଏବଂ ଆଇନଜୀବୀ ମହାନନ୍ଦିଆ ଙ୍କ ଉପସ୍ଥିତି ରେ ଜିଲ୍ଳା ପୋଲିସର ଏହି ଭଳିଆ ପାତରଅନ୍ତର ନୀତିକୁ ତୀବ୍ର ବିରୋଧ କରିଥିଲେ l