ରାଜନଗର ନିର୍ବାଚନ ମଣ୍ଡଳୀ କେତେ ବିକଶିତ ତାହା ମଙ୍ଗରାଜପୂର୍ ଅଙ୍ଗନବାଡି କେନ୍ଦ୍ର ର ରାସ୍ତା ରୁ ଜଣାପଡ଼େ।
ରାଜନଗର ବ୍ଲକ ମହିଂସାସୁର ପଞ୍ଚାୟତ ମଙ୍ଗରାଜପୁର ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଠାରୁ ଅଙ୍ଗନବାଡି କେନ୍ଦ୍ର ପର୍ଯ୍ୟନ୍ତ ରାସ୍ତାରେ ଜମିରହୁଛି ବର୍ଷା ଜଳ। ବର୍ଷ ବର୍ଷ ଧରି ନିର୍ଯାଚିତ ହେଉଛନ୍ତି କୁନି କୁନି ପିଲା। ଖରା ଦିନ ଆସିଲେ କଥା ନିଆରା। ବର୍ଷା ଦିନ ଆସିଲେ ମନରେ ଭୟର ବାତାବରଣ ସୃଷ୍ଟି ହୁଏ। ପ୍ରାୟ 15 ଫୁଟର ରାସ୍ତାରେ 1 ଫୁଟ ଲେଖାଏଁ ପାଣି ଜମି ରହୁଛି। ପାଖରେ ଥିବା ଗୁହାଳରୁ ଗୋବର ଓ ଅଳିଆ ଆବର୍ଜନା ପାଣିରେ ଜମିଯିବା ଫଳରେ ପୋକ ସାଲୁବାଲୁ ହେଉଛନ୍ତି। ତା ଭିତର ଦେଇ ଅଙ୍ଗନବାଡି କେନ୍ଦ୍ରକୁ ଯାଉଛନ୍ତି ଅଙ୍ଗନବାଡିର କର୍ମୀ, ସହାୟତା ଓ ପ୍ରି-ସ୍କୁଲର ଛାତ୍ରଛାତ୍ରୀ ମାନେ। ଏ ଦିନକର ଘଟଣା ନୁହେଁ ବର୍ଷବର୍ଷ ଧରି ଏମିତି ଏକ ଘଟଣା ଲାଗି ରହିଛି। ସରପଞ୍ଚଙ୍କ ଠୁ ଆରମ୍ଭ କରି ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ଫଳ ଶୁନ।
ଏଥି କହିବାର କଥା ରାଜନଗର ବ୍ଲକ ବହୁ ଦୁର୍ନୀତି ରେ ଜଡ଼ିତ ଥିଲା ବେଳେ ଏକ ଅଙ୍ଗନବାଡି ର ରାସ୍ତା ଟି ଏ କରି ପାରୁନି।ରାଜନଗର ନିର୍ବାଚନ ମଣ୍ଡଳୀ ର ବିଧାୟକ କହୁଛନ୍ତି ମୁଁ ରାଜନଗର ବିକାଶ କରୁଛି କିନ୍ତୁ ଯାହା ଜଣା ପଡୁଛି ରାଜନଗର ରେ ବିକାଶ ବଦଳ ରେ ଦୁର୍ନୀତି ଜୋର୍ ହେଉଛି । ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଯାଇଛି। ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଅଭିଭାବକ ମାନେ ଅନୁରୋଧ କରିଛନ୍ତି। ଯଦି ଆଗାମୀ ଦିନ ରେ ଅଙ୍ଗନବାଡି କେନ୍ଦ୍ର ର ରାସ୍ତା ନ ହୁଏ ଅଭିଭାବକ ମାନେ ଏକ ଜନଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇ ଛନ୍ତି ।
ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା।


admin 
