ଜାତୀୟ ଦିବସ ପାଳନ କମିଟିର ପ୍ରସ୍ତୁତି ବୈଠକ ।

ଜାତୀୟ ଦିବସ ପାଳନ କମିଟିର ପ୍ରସ୍ତୁତି ବୈଠକ ।

ଜାତୀୟ ପାଳନ ଦିବସ କମିଟି ପଟ୍ଟାମୁଣ୍ଡାଇ ର କମିଟି ବୈଠକ ସଭାପତି ତଥା ସ୍ଥାନୀୟ ତହସିଲଦାର ଶ୍ରୀ ପଞ୍ଚାନନ ନାୟକ ଙ୍କ ସଭାପତିତ୍ୱ ରେ ଏକ ବୈଠକ ତହସିଲ ପରିସରରେ ଅନୁଷ୍ଟିତ ଅନୁଷ୍ଟିତ ହୋଇ ଥିଲା।ଉକ୍ତ ବୈଠକ ରେ କମିଟିର ଆବାହକ ଶ୍ରୀ ବିଜୟୀ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ ଓ ଜାତୀୟ ଦିବସ ପାଳନ ସମ୍ପର୍କ ରେ ବୀଭିନ୍ୟ ପ୍ରସ୍ତାବ ମାନ ଦେଇଥିଲେ।ଏହି ସ୍ୱାଧୀନତା ପାଳନ ପାଇଁ ଉପସ୍ଥିତ ସଭ୍ୟ ଓ ସଭ୍ୟା ମାନେ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ସହ ମତି ପ୍ରଦାନ କରିଥିଲେ।

ଏହି ବୈଠକ ରେ ପଟ୍ଟାମୁଣ୍ଡାଇ ଥାନା ଅଧିକାରିଣୀ ବନ୍ଦନା ପାତ୍ର ସମତେ ବ୍ଲକ୍ ଶିକ୍ଷା ବିଭାଗ,ଜଳଯୋଗାଣ ବିଭାଗ ,ସ୍ୱାସ୍ଥ୍ୟ ବିଭାଗ,ପୂର୍ତ୍ତ ବିଭାଗ ,ପୌରପରିଷଦ ବିଭାଗ ର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲା ବେଳେ ଶିକ୍ଷାନୁଷ୍ଠାନ ର ପ୍ରତିନିଧି , ଜନ ପ୍ରତିନିଧି ଓ ଗଣ ପ୍ରତିନିଧି ମାନେ ଯୋଗ ଦେଇ ଜାତୀୟ ଦିବସ ପାଳନ କୁ ଶାନ୍ତି ଶୃଙ୍ଖଳା ରେ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା