ରାଜନଗର ମେଡିକାଲ ଦଲାଲଙ୍କ କବ୍ଜା ରେ ରୋଗୀଙ୍କୁ ଶୋଷଣ, ଚିରନିଦ୍ରା ରେ ମେଡିକାଲ ଅଫିସର।

ରାଜନଗର ମେଡିକାଲ ଦଲାଲଙ୍କ କବ୍ଜା ରେ ରୋଗୀଙ୍କୁ ଶୋଷଣ, ଚିରନିଦ୍ରା ରେ ମେଡିକାଲ ଅଫିସର।

କେନ୍ଦ୍ରାପଡ଼ା - କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ରାଜନଗର ମେଡିକାଲ ଏବେ ଦଲାଲଙ୍କ କବ୍ଜାରେ ରହିଥିବା ଚର୍ଚ୍ଚା ହେଉଛି। ଏହି ମେଡିକାଲରେ ଅଫିସର, ଡାକ୍ତର ଓ କର୍ମଚାରୀମାନେ ନାଁକୁ ମାତ୍ର ଡ୍ୟୁଟି କରି ଅନ୍ୟତ୍ର ଚାଲି ଯାଉଛନ୍ତି। ବିଭିନ୍ନ ବେପାର କରୁଥିବା ଅଧିକାରୀ ଅଗୋଚର କିମ୍ବା ଜାଣତରେ ଦଲାଲ ଦିନରାତି ବୁଲି ଥାନ୍ତି। ରୋଗୀଙ୍କୁ ଭଲ ଔଷଧ ନିରାମୟରୁ କମ ପଇସାରେ ଆଣି ଦେବାକୁ କହି ସେମାନଙ୍କଠାରୁ ଟଙ୍କା ନେଇଥାନ୍ତି। ଦିନ ରାତି ମେଡିକାଲ ଆଉଟଡୋର ଆଗରେ ନିଜର ଆମ୍ବୁଲାନ୍ସ ରଖି ଦଲାଲ ଜଣକ ସରକାରୀ ଆମ୍ବୁଲାନ୍ସରେ କେନ୍ଦ୍ରାପଡ଼ା ମେଡିକାଲ ଓ କଟକ ମେଡିକାଲକୁ ନଯିବାକୁ ପ୍ରଲୋଭନ ଦେଖାଉଥିବା ଅଭିଯୋଗ ହେଉଛି। ଗର୍ଭବତୀ, ପ୍ରସୂତି ମହିଳା, ଶିଶୁ ଓ ଅନ୍ୟ ରୋଗୀଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଘରୋଇ ମେଡିକାଲକୁ ନେବାରେ ସଫଳ ହୋଇଥାନ୍ତି। ମେଡିକାଲ ଅଫିସର ନିଜ ମୋବାଇଲରେ ସିସି କ୍ୟାମେରା ସେଟିଙ୍ଗ କରିଥିଲେ ମଧ୍ୟ ଦଲାଲଙ୍କୁ ଯେମିତି ଆଶ୍ରିବାଦ ଦେଲା ଭଳି ଚୁପ ରହିଥାନ୍ତି ବୋଲି ଆଲୋଚନା ହେଉଛି। ଦଲାଲ ଜଣକ କିରାଣୀ ଓ ଏନଆରଏଚଏମ ର ମୁଖ୍ୟ ଷ୍ଟାଫ ସହିତ ଧରମ କରମ କରି ବନ୍ଧୁତା ସ୍ଥାପନ କରିଥିବାରୁ ଅଫିସର ସେଥିପାଇଁ ଚୁପ ରହୁଥିବା ଶୁଣିବାକୁ ମିଳିଛି। ରାଜନଗର ମେଡିକାଲରୁ କେବେ ଦଲାଲ ହଟିବେ, ସେଥିପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା