ରାଜନୈତିକ ଆକ୍ରୋଶରୁ ପୂର୍ବତ୍ତନ ସମିତିସଭ୍ୟଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ସିସିଟିଭି ଯାଞ୍ଚ
ଭାପୁର,୦୪/୦୮() ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ରାଜନୀତି, ରାସ୍ତାଘାଟ ମିଥ୍ୟା ବିଲ ଓ ରାଜନେତା ମାନଙ୍କୁ ମରଣାନ୍ତକ ଆକ୍ରମଣ ଆଦି ବିଭିନ୍ନ ଘଟଣାକୁ ନେଇ ସଦାସର୍ବଦା ଚର୍ଚ୍ଚାରେ ରହିଆସିଛି. ରାଜନୈତିକ ଆକ୍ରୋଶରୁ ମଙ୍ଗଳବାର ଦିନ ପୂର୍ବତ୍ତନ ସମିତିସଭ୍ୟଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ଅପରାଧୀ ମାନେ ପୋଲିସ ଓ ଶାସକ ଦଳକୁ ଖୋଲା ଚ୍ୟାଲେଞ ଦେଇଛନ୍ତି. ଫତେଗଡ଼ ଥାନା ଅଞ୍ଚଳରେ ଏସବୁ କିଛି ନୂଆକଥା ନୁହେଁ ପୂର୍ବରୁ କେନ୍ଦୁପଲ୍ଲୀ ସମିତି ସଭ୍ୟ ଦୀପକ କୁମାର ଜେନାଙ୍କୁ ମରଣାନ୍ତକ ଆକ୍ରମଣ, ବିଧାୟକଙ୍କ ଭାପୁର ବ୍ଲକ ପ୍ରତିନିଧି ଜିତେନ୍ଦ୍ର କୁମାର ରଣସିଂହଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କରି ସହଜରେ ଖସିଯାଇଛନ୍ତି.
ଘଟଣାରୁ ପ୍ରକାଶ, ମଙ୍ଗଳବାର ଦିବା ଘ ୧:୩୦ ମିନିଟ ସମୟରେ ଧାନଚେଙ୍ଗଡ଼ା ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ଭୀମସେନ ସାମଲ କୌଣସି ଏକ କାର୍ଯ୍ୟରେ ଭାପୁର ବ୍ଲକକୁ ବାଇକ ଯୋଗେ ଆସୁଥିଲେ. ରାକମା ଗ୍ରାମ ପୋଖରୀ ହୁଡ଼ା କଲ୍ୟାଣୀ ମଣ୍ଡପ ନିକଟରେ ଦୁଇଜଣ ଯୁବକ ଏକ ବୁଲେଟ ଗାଡ଼ିରେ ହେଲମଟ ଓ ମୁଖା ପିନ୍ଧି ଭୀମସେନଙ୍କ ରାସ୍ତା ଓଗାଳି ଭାପୁର କେଉଁଆଡ଼େ ବୋଲି ପଚାରିଥିଲେ. ଭୀମସେନ ଡାହାଣ ହତ ଦେଖାଇ ଭାପୁର ରାସ୍ତା କହୁଥିବା ବେଳେ ଅପରାଧୀ ମାନେ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଡାହାଣ ପଟ ହାତକୁ ତିନି ପାହାର ହାଣିବା ଦେଇଥିଲେ. ଗାଡିରୁ ଭୀମସେନ ତଳେ ପଡ଼ିଯିବା ପରେ ଏହାର ସୁଯୋଗ ନେଇ ଉକ୍ତ ଦୁଇ ଯୁବକ ବାମ ଡେଣାକୁ ଗୋଟେ ପାହାର, ପିଠିକୁ ଦୁଇ ପାହାର ଓ ବାମ ପଟ ଗୋଡ଼କୁ ଗୋଟିଏ ପାହାର ହାଣି ଦେଇଥିଲେ. ଚିତ୍କାର ଶୁଣି ପୋଖରୀରେ ଗାଧଉଥିବା ମହିଳାମାନେ ଆସିଯିବାରୁ ଉକ୍ତ ଦୁଇ ଯୁବକ ଘଟଣା ସ୍ଥଳରୁ କଇଁଫୁଲ୍ଲିଆ ଗ୍ରାମ ଅଭିମୁଖେ ଦୃତ ଗତିରେ ପଳାଇ ଯାଇଥିଲେ. ଗୁରୁତର ଭୀମସେନଙ୍କୁ ଗ୍ରାମବାସୀ ମାନେ ଭାପୁର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ. କାର୍ଯ୍ୟରତ ଡାକ୍ତର ତାଙ୍କୁ ଚିକିତ୍ସା କରିବା ପରେ ଘରକୁ ପଠାଦେଇଥିଲେ. ବାରମ୍ବାର ଶାସକ ଦଳର ନେତା ଓ କର୍ମୀ ମାନଙ୍କ ଉପରେ ଏଭଳି ଆକ୍ରମଣ ହେଉଥିବ|
ନୟାଗଡ ରୁ କନକଲତା ପ୍ରଧାନ ଙ୍କ ରିପୋର୍ଟ ବିଶେଷ ଖବର


admin 
