ରାଜ୍ୟ ବ୍ୟାପୀ ସ୍ଵତନ୍ତ୍ର ଅଭିଯାନ ଅପରେସନ ଅନ୍ୱେଷଣ ୩
୧୩୮ଜଣକୁ ଉଦ୍ଧାର କରିବାରେ ସଫଳ କଂଧମାଳ ପୋଲିସ
ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ବ୍ୟାପି ସ୍ଵତନ୍ତ୍ର ଅଭିଯାନ ଅପରେସନ ଅନ୍ୱେଷଣ3ଦ୍ଵାରା କଂଧମାଳ ପୋଲିସ ଚଳିତ ମାସ 18ତାରିଖରୁ 22 ତାରିଖ ମଧ୍ୟରେ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲା।
ଖବର ପ୍ରକାଶ ଥାଉକି କଂଧମାଳ ଆରକ୍ଷୀ ଅଧିକ୍ଷକ ଙ୍କ ତତ୍ୱାବ ଧାନରେ ଜିଲାର ସମସ୍ତ ପୋଲିସ ଷ୍ଟେସନ ରେ ଏକ ସ୍ବତନ୍ତ୍ର ଦଳ ଗଠନ କରାଯିବା ସହିତ TECHNICAAL INTLIGENCE, ଫିଲ୍ଡ ଇନଭେଷ୍ଟିଗେସନ ଓ ଆନ୍ତ୍ ରାଜ୍ୟ ଟ୍ରାକିଂ ବ୍ୟବହାର କରି କଂଧମାଳ ପୋଲିସ ମାତ୍ର ପାଞ୍ଚ ଦିନ ଭିତରେ ମୋଟ 138ଜଣ ନିଖୋଜ ବ୍ୟକ୍ତି ଙ୍କୁ ସଫଳତାର ସହ ଖୋଜିଁପାଇଥିଲା IAHTU ଓ CAW &CW ର ଅଧିକାରୀ ମାନଙ୍କୁ ସ୍ଵତନ୍ତ୍ର ସ୍କ୍ୱାର୍ଡ ,ମହିଳା ଅଧିକାରୀ, ସ୍ଥାନୀୟ ପୋଲିସ କର୍ମଚାରୀଙ୍କୁ ପରିବହନ ସ୍ଥାନ ଓ ଆଶ୍ରୟସ୍ଥଳି ମାନଙ୍କ ରେ ମୃତାୟନ କରାଯାଇଥିଲା।
ଅପହରଣ ଓ ନିଖୋଜ ମାମଲାରେ ଜଡ଼ିତ ଥିବା ମହିଳାଙ୍କୁ ଖୋଜିବା ପାଇଁ ଭୁବନେଶ୍ବର,ନୟାଗଡ଼ କଳାହାଣ୍ଡି, ବ୍ୟତୀତ ଅନ୍ୟଜିଲା କୁ ମଧ୍ୟ ପଠାଯାଇଥିଲା। ଫୁଲବାଣୀ ଟାଉନ ପୋଲିସ ୨୩ ଜଣ ମହିଳା, ଗୋଟିଏ ଝିଅ ଏବଂ ଖଯୁରିପଦା ପୋଲିସ ୨୪ ଜଣ ମହିଳା ଓ ଦୁଇ ଜଣ ଝିଅ କୁ ଉଦ୍ଧାର କରିଛି। ଏହିପରି ମୋଟ ୧୨୯ ଜଣ ମହିଳା ଓ ୯ଜଣ ଝିଅ କୁ ଉଦ୍ଧାର କରିଛି।
ଏସପି ରାମେଣ୍ଡର ପ୍ରସାଦ ଜନସାଧାରଣଙ୍କୁ ସୂଚନା ଦେଇଛନ୍ତି ଯେ କୌଣସି ନାବାଳକ ଓ ମହିଳାଙ୍କ ଶୋଷଣ ସହିତ ଜଡିତ ନିଖୋଜ ବ୍ୟକ୍ତି କିମ୍ବା ସନ୍ଦେହ ଜଣକ କାର୍ଯ୍ୟ କଳାପ ସମ୍ପର୍କରେ ତୁରନ୍ତ ପୋଲିସ ଷ୍ଟେସନ କୁ ରିପୋର୍ଟ କରିବା ସହିତ ଜରୁରୀ କାଳୀନ ହେଲ୍ପ ଲାଇନ ନମ୍ବର ୧୧୨ କୁ ଡ଼ାଏଲ୍ କରନ୍ତୁ ବୋଲି ଗଣମାଧ୍ୟମକୁ ଏସପି ରାନେନ୍ଦ୍ର ପ୍ରସାଦ ଜଣାଇଥିଲେ
କନ୍ଧମାଳ ରୁ ଶିବ ପ୍ରାସାଦ ନାୟକ ଙ୍କ ରିପୋର୍ଟ୍ ବିଶେଷ ଖବର


admin 
