ଲଘୁଚାପଜନିତ ବର୍ଷାରେ ବନ୍ୟା ପରିସ୍ଥିତି
ଖେଡାବରଣା ଗ୍ରାମ ପରିଦର୍ଶନ କଲେ ବିଜେପି ନେତୃବୃନ୍ଦ
ନୟାଗଡ଼ ୨୫/ ୦୯ସାମ୍ପ୍ରତିକ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନାଟୁଗାଁ ଗ୍ରାମ ପଞ୍ଚାୟତର ଖେଡାବରଣା ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟାଜଳ ଯୋଗୁଁ ଗ୍ରାମବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଖବର ପାଇ ବିଜେପିର ରାଷ୍ଟ୍ରୀୟ ଓ ରାଜ୍ୟ ପରିଷଦ ସଦସ୍ୟା ପ୍ରତ୍ୟୁଷା ରାଜେଶ୍ୱରୀ ସିଂ( ରାଣୀ ମା ) ଓଡ଼ିଶା ବାହାରେ ଥିବା ଯୋଗୁଁ ସ୍ଥାନୀୟ ନେତୃବୃନ୍ଦଙ୍କୁ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝିବାକୁ ନିର୍ଦ୍ଦେଶ ଦେଇଥିଲେ।
ନିର୍ଦ୍ଦେଶକ୍ରମେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା ବର୍ତ୍ତମାନର ନୟାଗଡ଼ ପୌରାଞ୍ଚଳ ବିଜେପି ପ୍ରଭାରୀ ନସିର ଅହମଦ( ନସ ) ଏବଂ ପୂର୍ବତନ ସମିତି ସଭ୍ୟ ତଥା ବର୍ତ୍ତମାନର ଇଟାମାଟି ମଣ୍ଡଳ ବିଜେପି ସହ-ପ୍ରଭାରୀ ପୂର୍ଣ୍ଣଚନ୍ଦ୍ର ନାୟକ ଖେଡାବରଣା ସମେତ ସ୍ଥାନୀୟ ଅଞ୍ଚଳ ପରିଦର୍ଶନ କରିଥିଲେ।
ଏହି ଅବସରରେ ସେମାନେ ବନ୍ୟା ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରି ବନ୍ୟାଜନିତ କ୍ଷୟକ୍ଷତି, ଜନସାଧାରଣଙ୍କ ଅସୁବିଧା ଓ ତତ୍କାଳୀନ ଆବଶ୍ୟକତା ସମ୍ପର୍କରେ ଅବଗତ ହୋଇଥିଲେ। ଏଥିସହ ଆବଶ୍ୟକ ପ୍ରଶାସନିକ ସହାୟତା ଯେପରି ଶୀଘ୍ର ପହଞ୍ଚିପାରିବ, ସେଥିପାଇଁ ସ୍ଥାନୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ସକ୍ରିୟ ରହିବା ସହ ପ୍ରଶାସନ ସହ ସମନ୍ୱୟ ରକ୍ଷା କରିବାକୁ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ( ରାଣୀ ମା )ନିର୍ଦ୍ଦେଶ ଦେଇଥିଲେ।
ଅଶୋକ କୁମାର ସାଥୁଆ ଜିଲ୍ଲା ସାମ୍ବାଦିକ ନୟାଗଡ


admin 
