ରାୟଗଡା ପଦ୍ମପୁର ତାରିଖ 01/08/26 ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଜଗଂଲ ଜମି, ଘର ଡିହ, ସିଲିଂ ଜମି ର ପଟା ପାଇଁ ସତ୍ୟାଗ୍ରହ ଓ ଅନଶନ

ରାୟଗଡା ପଦ୍ମପୁର ତାରିଖ 01/08/26 ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଜଗଂଲ ଜମି, ଘର ଡିହ, ସିଲିଂ ଜମି ର ପଟା ପାଇଁ ସତ୍ୟାଗ୍ରହ ଓ ଅନଶନ

ଚଳିତ ମାସ 01 08 2026 ତାରିଖ ଦିନ ସି ପି ଆଇ (ଏମଏଲ)ଲିବରେସନ ପଦ୍ମପୁର ବ୍ଲକ କମିଟି ତରଫରୁ ତହସିଲ ଦାର କୁଂ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।ପଦ୍ମପୁର ବ୍ଲକ ଏକ ଆଦିବାସୀ ବହୁଳ ଅଞ୍ଚଳରେ ନିରିହ ଗରୀବ ଆଦିବାସୀ ମାନଙ୍କ ଦାରିଦ୍ର୍ୟ ଓ ସରଳତାର ସୁଯୋଗ ନେଇ ଜଗଂଲ ପାହାଡ କାଟି ସ୍ରୁଷ୍ଟି କରିଥିବା ଚାଷଜମି ସବୁକୁ ଅଣ ଆଦିବାସୀ ଜମିଦାର ସାହୁକାର ମାନେ ହାତେଇ ନେଇଛନ୍ତି। ଆଦିବାସୀ ମାନଙ୍କ ପାଖରେ ଜମି ନାହିଁ କିନ୍ତୁ ସାହୁକାର ମାନେ ଛଞ୍ଚକତା କରି ନିଜ ଅକ୍ତିଆରରେ ରଖିଛନ୍ତି। ବହୁ ବାର ଆଦୋଂଲନ ଫଳରେ ଜମି ବଣ୍ଟନ କରିବା ସହ ପୁଣି ଜମିଦାର ମାନେ ଜମି ନେବାର ଷଡଯନ୍ତ୍ର କରୁଛନ୍ତି ପଦ୍ମପୁର ବ୍ଲକ କେଦୁଂଗୁଡା ସାର୍କଲ ର ବିଭିନ୍ନ ଗାଁ ରେ ଜଗଂଲ ଜମି, ଘରଡିହ ପଟା ପ୍ରଦାନ କରିବା ପାଇଁ ଆର, ଆଇ ଓ ଓମିନ ମିଶି ଚିହ୍ନଟ କରିବା ପରେ ଦୀର୍ଘ ବର୍ଷ ଧରି ଗରିବ ଆଦିବାସୀ ମାନଙ୍କୁ ପଟା ପ୍ରଦାନ କରିବା ନେଇ ଅବହେଳା କରାଯାଉଛି।ଗରିବ ଲୋକଙ୍କୁ ଜଗଲ ଜମି, ଘରଡିହ ପଟାଓ ସିଲିଂ ଜମି ପଟ୍ଟା ବଣ୍ଟନ କରିବା, ଆଦିବାସୀମାନଙ୍କର ଉପରେ ମିଥ୍ୟା କେସ ପ୍ରତ୍ୟାହାର କରିବା, ଭିବି ଜି ରାମ ଜି ଆଇନ ବାତିଲ କରି ଏମ ଜି ଏନ ଆର ଇ ଜି ଏ ଆଇନ ର ବର୍ଷଖୁ 200 ଦିନ କାମ ଦୈନିକ 600 ମଜୁରୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ 5 ଲକ୍ଷ ଟଙ୍କା ପ୍ରଦାନ କରିବା, 300 ୟୁନିଟ୍ ବିଦ୍ୟୁତ ଯୋଗାଇବା, ରେସନ କାର୍ଡ ଧାରିକୁ 50 କେଜି ଚାଉଳ ଯୋଗାଇବା ଦେବା ପାଇଁ ସରକାର ପଦକ୍ଷେପ ଗ୍ରହଣ ନକଲେ ଅଗଷ୍ଟ ମାସ 13 08 2026, ଦିନ 12 ଘଣ୍ଟିକା ଠାରୁ ଓ 14 08 2026 12 ଘଣ୍ଟିକା ପର୍ଯ୍ୟନ୍ତ ଦେଶ ବ୍ୟାପି ଜିଲ୍ଲାପାଳ/ ଉପଜିଲ୍ଲାପାଳ / ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ ଅନଶନ / ସତ୍ୟାଗ୍ରହ ଆଦୋଂଲନ କରିବା ପାଇଁ ଆହ୍ବାନ ଦେଇଛନ୍ତି। 

ଏଲିଅ ରଇତ, ଭିମ ମାଝୀ,ଅର୍ଜୁନ ଶବର, ମହାସିଂଗଂ ଜାଗରାଗାଂ, ତବିଆସ ରଇତ,ଗୋପିନାଥ ନିମାଲା, ସୋମନାଥ ମାଝୀ, ରଞ୍ଜିତ ମାଝୀ, ତବିଏସ ରଇତ, ଝକ୍ଷ ଲିମା, ହର୍ଷନଦଂ ଲିମା, 

  ଏବଂ ନିବେଦକ ଟ୍ରିପଟି ଗମାଙ୍ଗ ପତିକ୍ରିୟା ରଖିଛନ୍ତି 

ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର