ବାଲେଶ୍ୱର, ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ ଜିଲ୍ଲାରେ ବେଆଇନ ଖଣିଜ କାରବାର ଉପର ଚଢ଼ାଉ:
ବାଲେଶ୍ୱର, ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ ଜିଲ୍ଲାରେ ବେଆଇନ ଖଣିଜ କାରବାର ଉପର ଚଢ଼ାଉ:
୧୯ଟି ଗାଡ଼ି ସହ ୪୦ କିଲୋଗ୍ରାମ ବିସ୍ଫୋରକ ଜବତ ,
ବାଲେଶ୍ୱର, ୩୧ ମଇ ୨୦୨୬:
ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ୱର ଜିଲ୍ଲାରେ ବେଆଇନ ଖଣିଜ ପଦାର୍ଥ ପରିବହନ ଏବଂ ବେଆଇନ ଖନନ ବିରୋଧରେ ପ୍ରଶାସନ ପକ୍ଷରୁ କଡ଼ା ପ୍ରବର୍ତ୍ତନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତକାଲି ତା ୩୦.୦୫.୨୦୨୬ ରିଖ ବିଳମ୍ବିତ ରାତିରେ ଜିଲ୍ଲା ଖଣି ଅଧିକାରୀ (Mining Officer) ଏବଂ କନିଷ୍ଠ ଖଣି ଅଧିକାରୀ (JMOs) ମାନଙ୍କ ଦ୍ୱାରା ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ସମୁଦାୟ ୧୯ଟି ଗାଡ଼ି ଏବଂ ପ୍ରାୟ ୪୦ କିଲୋଗ୍ରାମ ବେଆଇନ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।
ଚଢ଼ାଉର ବିସ୍ତୃତ ବିବରଣୀ:
* ସିମୁଳିଆ ଅଞ୍ଚଳ: ଚଢ଼ାଉ ସମୟରେ ବେଆଇନ ଭାବେ ବାଲି ପରିବହନ କରୁଥିବା ୨ଟି ହାଇଭା (Hyva) ଗାଡ଼ିକୁ ଜବତ କରାଯାଇ ସିମୁଳିଆ ଥାନାରେ ଅଟକ ରଖାଯାଇଛି।
* ବାଗୁଡ଼ି ଅଞ୍ଚଳ (ବିସ୍ଫୋରକ ଜବତ): ବାଗୁଡ଼ି ସ୍ଥିତ ବେଆଇନ ପଥର ଖଣି ଅଞ୍ଚଳରେ ଚଢ଼ାଉ କରାଯାଇ ପ୍ରାୟ ୪୦ କିଲୋଗ୍ରାମ ବେଆଇନ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଏହି ସାମଗ୍ରୀକୁ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୋରୋ ଥାନାକୁ ହସ୍ତାନ୍ତର କରାଯାଇଛି।
* ଜଳେଶ୍ୱର ଅଞ୍ଚଳ: ବେଆଇନ ଭାବେ ମୋରମ ଏବଂ ବାଲି ବୋଝେଇ କରି ଯାଉଥିବା ୧୧ଟି ହାଇଭା ଓ ୪ଟି ଟ୍ରାକ୍ଟରକୁ ଜବତ କରାଯାଇ ଜଳେଶ୍ୱର ତହସିଲ କାର୍ଯ୍ୟାଳୟ ପରିସର ମଧ୍ୟରେ ଅଟକ ରଖାଯାଇଛି।
ଜିଲ୍ଲାରେ ବେଆଇନ ଲଘୁ ଖଣିଜ ସମ୍ପଦର ଚୋରା ଚାଲାଣ ଏବଂ ବେଆଇନ ଖଣିକୁ ରୋକିବା ପାଇଁ ଆଗାମୀ ଦିନରେ ଏହିଭଳି ଆକସ୍ମିକ ଚଢ଼ାଉ ଏବଂ କଠୋର ପ୍ରବର୍ତ୍ତନ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


admin1 
