ସେପ୍ଟେମ୍ବର ୭ ତାରିଖରେ ହେବାକୁ ଥିବା ଚନ୍ଦ୍ରଗ୍ରହଣ ଯୋଗୁ ରାମନଗରୀର ଧାର୍ମିକ ଦିନଚର୍ଯ୍ୟା ଉପରେ ପଡ଼ିବ ବଡ଼ ପ୍ରଭାବ

ସେପ୍ଟେମ୍ବର ୭ ତାରିଖରେ ହେବାକୁ ଥିବା ଚନ୍ଦ୍ରଗ୍ରହଣ ଯୋଗୁ ରାମନଗରୀର ଧାର୍ମିକ ଦିନଚର୍ଯ୍ୟା ଉପରେ ପଡ଼ିବ ବଡ଼ ପ୍ରଭାବ

ସେପ୍ଟେମ୍ବର ୭ ତାରିଖରେ ହେବାକୁ ଥିବା ଚନ୍ଦ୍ରଗ୍ରହଣ ଯୋଗୁ ରାମନଗରୀର ଧାର୍ମିକ ଦିନଚର୍ଯ୍ୟା ଉପରେ ପଡ଼ିବ ବଡ଼ ପ୍ରଭାବ । ଦ୍ୱିପ୍ରହର ୧୨ ଟା ୫୭ ସମୟରେ ଲାଗିଯିବ ସୂତକ । ଏହାଦ୍ୱାରା ଦ୍ୱିପ୍ରହର ପରେ ରାମଲଲାଙ୍କ ଦର୍ଶନ ବନ୍ଦ ହୋଇଯିବ । ସୂତକ ଲାଗିବା ସହିତ ରାମ ମନ୍ଦିର ସମେତ ଅଯୋଧ୍ୟା ଧାମର ପ୍ରମୁଖ ମଠ-ମନ୍ଦିରର କବାଟ ଭକ୍ତମାନଙ୍କ ପାଇଁ ବନ୍ଦ କରିଦିଆଯିବ । ଗ୍ରହଣ ଶେଷ ହେବା ପରେ ବିଧି-ବିଧାନ ଅନୁସାରେ ଶୁଦ୍ଧିକରଣ କରାଯିବ । ଏହାପରେ ସେପ୍ଟେମ୍ବର ୮ ତାରିଖ ସକାଳୁ ଭକ୍ତମାନେ ପୁଣି ରାମଲଲ୍ଲା ଏବଂ ଅନ୍ୟ ଦେବାଳୟମାନଙ୍କର ଦର୍ଶନ କରିପାରିବେ । ଜ୍ୟୋତିଷାଚାର୍ଯ୍ୟଙ୍କ କହିବାନୁସାରେ ଗ୍ରହଣ ସମୟରେ ମନ୍ଦିରର କବାଟ ବନ୍ଦ ରଖିବା ସନାତନ ପରମ୍ପରାର ଏକ ଅଂଶ । ଏହି ସମୟରେ ଭକ୍ତମାନେ ଘରେ ରହି ମନ୍ତ୍ର-ଜପ, ଭଜନ-କୀର୍ତ୍ତନ ଏବଂ ଧାର୍ମିକ ପାଠର ଆୟୋଜନ କରି ପୁଣ୍ୟ ଲାଭ କରିପାରିବେ ।