ସରକାର ଆମ ଗୁହାରି ଶୁଣ.

ସରକାର ଆମ ଗୁହାରି ଶୁଣ.
ଓଡିଶା ଡ୍ରାଇଭର ମହାସଂଘର ଡାକରାରେ ଜିଲ୍ଲା ସହିତ, ସମସ୍ତ ବ୍ଲକ ସ୍ତରୀୟ ଡ୍ରାଇଭର ସଂଘ ଭଳି, ଆଜି ସଦର ବିଷମ କଟକ ଠାରେ, ବିଷମ କଟକ ବ୍ଲକର 21 ଟି ପଞ୍ଚାୟତର ସମସ୍ତ ଡ୍ରାଇଭର, 6 ଦଫା ଦାବିକୁ ନେଇ, ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନରେ ଯୋଗ ଦେଇଛନ୍ତି. ଏହା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଲୁ ରହିବ ଵୋଲି ପ୍ରାପ୍ତ ସୂଚନାରୁ ଜଣାଅପଡ଼ିଛି. ସ୍ୱାସ୍ଥ୍ୟ, ଶିକ୍ଷା ଭଳି ଟ୍ରାନ୍ସପୋର୍ଟ ସମାଜରେ ଏକ ବିଶେଷ ଭୂମିକା ବହନ କରୁଛି. ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ, ଜନ ସାଧାରଣ ହୁଅନ୍ତୁ କିମ୍ବା ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ ହେଉ ଅବା ସ୍କୁଲ ବସ, ନିଜ ପରିବାରକୁ ଛାଡି ଆମ୍ବୁଲେନ୍ସ, ଅଗ୍ନିସମ ଗାଡି, ଠିକ ଜାଗାରେ ଓ ଠିକ ସମୟରେ ପହଞ୍ଚାଇବା ଦାୟିତ୍ୱ ଜଣେ ଡ୍ରାଏଇଭର.ନିଜ ପରିବାରକୁ ଭୁଲି, ସମସ୍ତ ପ୍ରକାର ପରିବେଶରେ ଖାପ ଖୁଆଇ, ତାର କର୍ତ୍ତବ୍ୟକୁ ସୂଚାରୁ ରୂପେ ତୁଳାଇ ଥାଏ. କିନ୍ତୁ ଜାଡ଼ିକୁ ଗୁଡ଼ ମୁଆଁ ଦେଇ ଭଣ୍ଡାଇଲା ଭଳି, ସରକାର ଡ୍ରାଇଭର ଜାତିକୁ ସାବତ ପୁଅ ଭଳି ଦେଖି, ସମସ୍ତ ସୁବିଧା ସୁଯୋଗରେ ଅନ୍ତର ପାତର କରିବାର ଦେଖାଦେଇଛି. ଜଣେ ଡ୍ରାଇଭର ତାର ଠିକ ହକ ପାଇ ପାରୁ ନ ଥିବା ବେଳେ, ସରକାର ନିଜର ଜବାବ ରଖିପାରୁ ନାହାନ୍ତି. କହୁଛନ୍ତି ଗୋଟେ, କରୁଛନ୍ତି ଗୋଟେ. ଖାଲି ଭଣ୍ଡାଇବାରେ ଲାଗିଛନ୍ତି. ପୂର୍ବର ଅବା ବର୍ତ୍ତମାନର ଏହି ଛଳନା ସରକାର, ସମସ୍ତ ଡ୍ରାଇଭର ମାନଙ୍କର ନାର୍ଯ୍ୟ ଦାବି ପୂରଣ କରନ୍ତୁ. ନଚେତ, ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ଚାଲୁ ରହିବା ସାଙ୍ଗକୁ, ସରକାର ଆମ ଗୁହାରି ଶୁଣ ଵୋଲି, ସଂଘର ସଭାପତି ସୁଧୀର କୁମାର ପଣ୍ଡା, ଆନ୍ଦୋଳନ ମାଧ୍ୟମରେ ଅନୁରୋଧ ଜଣାଇବା ସଙ୍ଗେ ସଙ୍ଗେ, ସୀମାଦ୍ରି ଉଲ୍ଲାକା, ସାନାଟନ ଦୋରା ଏବଂ ଅନ୍ୟାନ୍ୟ ସମସ୍ତ ଡ୍ରାଇଭର ଭାଇ ମାନେ ଶାନ୍ତି ଶୃଙ୍ଖଳାର ସହିତ, ଆନ୍ଦୋଳନରେ ଉପସ୍ଥିତ ରହିଥିଲେ.
( ବିଷମ କଟକରୁ, ଅରୁଣ କୁମାର ଭୀମସିଂ ଙ୍କ ରିପୋର୍ଟ , ବିଶେଷ ଖବର ).