ସ୍ଥଗିତ ହେଲା ଏଏନଏମର ଦ୍ୱିତୀୟ ବର୍ଷର ପରୀକ୍ଷା ।  

ସ୍ଥଗିତ ହେଲା ଏଏନଏମର ଦ୍ୱିତୀୟ ବର୍ଷର ପରୀକ୍ଷା ।  

ସ୍ଥଗିତ ହେଲା ଏଏନଏମର ଦ୍ୱିତୀୟ ବର୍ଷର ପରୀକ୍ଷା ।  
ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ପରୀକ୍ଷା ସ୍ଥଗିତ ନିର୍ଦ୍ଦେଶ ଦିଆଯାଇଛି । 
ଦିନ ୨ଟାରେ ହୋଇଥାନ୍ତା ଏଏନଏମ୍ ପରୀକ୍ଷା, ହେଲେ ୧୧ଟାରୁ ମାର୍କେଟରେ ବୁଲିଲା ପ୍ରଶ୍ନପତ୍ର। ଆଉ ଅଭିଯୋଗ ପରେ ବାତିଲ ହେଲା ଦ୍ବିତୀୟ ବର୍ଷର ପ୍ରଥମ ପରୀକ୍ଷା ସେପଟେ ଏଏନଏମ ପ୍ରଶ୍ନପତ୍ର ଲିକ୍ ନେଇ ବିଧାନସଭାରେ କଂଗ୍ରେସ ବିଧାୟକ ରାଜନ ଏକ୍କା ପ୍ରଶ୍ନ ଉଠାଇଥିଲେ । ପଏଣ୍ଟ ଅଫ୍ ଅର୍ଡରରେ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ରାଜନ ଏକ୍କା । ପରୀକ୍ଷାକୁ ବାତିଲ ସହ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ କି ବୋଲି ପ୍ରଶ୍ନ କରିଥିଲେ ବିଧାୟକ । ସୁଚନା ମୁତାବକ ଶୁକ୍ରବାର ୨ଟା ବେଳେ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ଦିନ ୧୧ଟା ବେଳେ ବଜାରରେ ପ୍ରଶ୍ନପତ୍ର ବିକ୍ରି ହେଉଥିବା ନେଇ ବିଧାୟକ ପ୍ରଶ୍ନ କରିଥିଲେ ।
ଗଜପତି ଜିଲ୍ଲାରେ ପାରଳାଖେମୁଣ୍ଡି ମହାରାଜ ବାଳକ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ମଧ୍ୟ ବଣ୍ଟା ହୋଇଥିଲା । ପରେ ହଠାତ ପରୀକ୍ଷାକୁ ବାତିଲ କରାଯାଇଛି । ପରିଶ୍ରମ କରି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିବା ପରୀକ୍ଷାର୍ଥୀ ମାନେ ପରୀକ୍ଷାକେନ୍ଦ୍ରରୁ ନିରାଶ ହୋଇ ଫେରିଥିଲେ । ସେହି ସମୟରେ ପରୀକ୍ଷାର୍ଥୀ ମାନେ ଭାବବିହ୍ବଳ ହୋଇପଡ଼ିଥିଲେ । କେହି ଦୁର୍ବୃତ୍ତ ପ୍ରଶ୍ନପତ୍ର ଲିକ୍ କରିବା ଯୋଗୁଁ ସମସ୍ତଙ୍କୁ ହଇରାଣ ହେବାକୁ ପଡିଲା ବୋଲି ପରୀକ୍ଷାର୍ଥୀ କହିଛନ୍ତି ।ପୂର୍ବରୁ ମଧ୍ୟ ଅନେକ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଅପବାଦ ମୁଣ୍ଡାଇଛନ୍ତି ସରକାର। ଏପରିକି ପରୀକ୍ଷା ବାତିଲ ମଧ୍ୟ ହୋଇଛି। ତେଣୁ ଏସବୁ ରୋକିବାକୁ ସରକାରଙ୍କୁ ଅଧିକ ସତର୍କ ଏବଂ କଠୋର ହେବାର ଆବଶ୍ୟକତା ରହିଛି ।