ସୁଭଦ୍ରା ଟଙ୍କା ଚଳୁ କରିନେଲା ହିୟୁଜ୍ ଆପ୍ I
ସୁଭଦ୍ରା ଟଙ୍କା ଚଳୁ କରିନେଲା ହିୟୁଜ୍ ଆପ୍
ହଜାର ହଜାର ମହିଳାଙ୍କୁ ଲଗାଇଲା ଚୂନା
ନିଜ ଅଧିନରେ ଯେତେ ଅଧିକ ଲୋକଙ୍କୁ ସାମିଲ କରିବ ଦରମା ଆକାରରେ ମିଳିବ ସେତେ ଅଧିକ ଟଙ୍କା । କିଛି ଏଭଳି ଲୋଭନୀୟ ଅଫର ଦେଇ ନଭେମ୍ବର ୨୦୨୪ରେ ଜଗତସିଂହପୁର ବାଲିକୁଦା ଅଞ୍ଚଳରେ ଏଣ୍ଟ୍ରି ମାରିଥିଲା ଅନ୍ଲାଇନ୍ ମନି ଗେମ୍ ସଂସ୍ଥା ହିୟୁଜ୍ ଆପ୍ ।
୫୫୦୦ ଟଙ୍କା ନିବେଶ କଲେ ଦିନକୁ ମିଳିବ ୨୦୦ ଟଙ୍କା । ୧୬,୫୦୦ ନିବେଶ କଲେ ଦୈନିକ ମିଳିବ ୬୧୫ । ନିଜ ଅଧିନରେ ଯେତେ ଅଧିକ ଲୋକଙ୍କୁ ସାମିଲ କରିବ ଦରମା ଆକାରରେ ମିଳିବ ସେତେ ଅଧିକ ଟଙ୍କା । କିଛି ଏଭଳି ଲୋଭନୀୟ ଅଫର ଦେଇ ନଭେମ୍ବର ୨୦୨୪ରେ ଜଗତସିଂହପୁର ବାଲିକୁଦା ଅଞ୍ଚଳରେ ଏଣ୍ଟ୍ରି ମାରିଥିଲା ଅନ୍ଲାଇନ୍ ମନି ଗେମ୍ ସଂସ୍ଥା ହିୟୁଜ୍ ଆପ୍ । ଟାର୍ଗେଟରେ ଥିଲେ ଗ୍ରାମାଞ୍ଚଳର ଯୁବପିଢ଼ି ଓ ମହିଳା। ଆପ୍ରେ ଅଧିକରୁ ଅଧିକ ଲୋକ ଯୋଡ଼ିବାକୁ କୁଲର ଓ ଫ୍ରିଜ୍ ଉପହାରରେ ଦେଇଥିଲା । ବାସ୍ କମ୍ପାନୀର ଏହି ଲୋଭନୀୟ ଅଫର ଜାଲରେ ଛନ୍ଦି ହୋଇଯାଇଥିଲେ ବାଲିକୁଦା ଅଞ୍ଚଳର ହଜାର ହଜାର ଲୋକ । ଯେଉଁଥିରେ ହଜାରରୁ ଅଧିକ ସୁଭଦ୍ରା ହିତାଧିକାରୀ ମଧ୍ୟ ଥିଲେ । ଅଧିକ ଟଙ୍କା ପାଇବା ଆଶାରେ ସୁଭଦ୍ରା ଟଙ୍କାକୁ ଆପରେ ନିବେଶ କରିଥିଲେ । ହେଲେ ଗତ ୨୦ ତାରିଖ ପର ଠାରୁ ଅନ୍ଲାଇନ୍ ଆପ୍ର ନାହିଁ ଖୋଜ ଖବର । କୋଟି କୋଟି ଟଙ୍କା ଚୂନା ମାରି ଫେରାର ହୋଇଯାଇଛି ସଂସ୍ଥା ।



