ବଣ୍ଡାଘାଟିର ଶ୍ରମିକ ମହିଳା ଓ ବଡଦିଦି ୟୁନିୟନର ସଦସ୍ୟମାନଙ୍କ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ତ .

ବଣ୍ଡାଘାଟିର ଶ୍ରମିକ ମହିଳା ଓ ବଡଦିଦି ୟୁନିୟନର ସଦସ୍ୟମାନଙ୍କ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ତ . ମାଲକାନଗିରି,୬।୫ ମାଲକାନଗିରି ଜିଲ୍‌ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିର ଶ୍ରମିକ ମହିଳା ଓ ବଡଦିଦି ୟୁନିଅନର ସଦସ୍ୟ ମାନେ ସେମାନଙ୍କ କିଛି ସମସ୍ୟାକୁ ନେଇ ଆଜି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତିା ଏହି ଦାବି ପତ୍ରରେ ଉଲ୍ଲେଖ ରହିଛି ଯେ, ବଣ୍ଡାଘାଟିର ମା ମାନେ ଶ୍ରମିକ ଭାବେ କାମ କରି ନିଜର ପରିବାର ପ୍ରତିପୋଷଣ କରି ଆସୁଥିବା ବେଳେ ସରକାରୀ ବେସରକାରୀ କାମ ତାଙ୍କ ଅଂଚଳରେ ଚାଲିଛିଥିବା ବେଳେ ସେଠାରେ ଏହି ମା ମାନେ କାମ କରନ୍ତିା ତେବେ ସେମାନଙ୍କୁ ତାଙ୍କ ପରିଶ୍ରମର ସମାନ ମଜୁରୀ ମିଳୁନାହିାଁ ଦୀର୍ଘବର୍ଷରୁ ସରକାରୀ ଓ ବେସରକାରୀ ସଂସ୍ଥାର ଅଧିକାରୀ, କର୍ମଚାରୀ ମାନେ ଏହି ମା ମାନଙ୍କ ଦୈନିକ ମଜୁରୀରୁ ପ୍ରାୟ ୧୦୦ ରୁ ୧୫୦ ଟଙ୍କା କାଟି ଏମାନଙ୍କୁ ମଜୁରୀ ପ୍ରଦାନ କରୁଛନ୍ତିା ତେଣୁ ଏଥିପ୍ରତି ଦୃଷ୍ଟି ଦେଇ ଏହି ମହିଳା ମା ମାନେ କିପରି ନିଜର ମଜୁରୀର ସମାନ ମୁଲ୍ୟ ପାଇବେ ସେଥିପ୍ରତି ଉଚିତ ନ୍ୟାୟ ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତିା ଏହି ଦାବିପତ୍ର ପ୍ରଦାନ ସମୟରେ ବଣ୍ଡାଘାଟିର ୫୦ରୁ ଉର୍ଧ ମହିଳା ମା ମାନେ ଉପସ୍ଥିତ ଥିଲୋ ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର .

ବଣ୍ଡାଘାଟିର ଶ୍ରମିକ ମହିଳା ଓ ବଡଦିଦି ୟୁନିୟନର ସଦସ୍ୟମାନଙ୍କ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ତ  .