୯ ମତ୍ସ୍ୟଜିବୀ ଙ୍କ ସହିତ ଗହିରମଥା ସାମୁଦ୍ରୀକ ଅଭୟାରଣ୍ୟରୁ ୧ ଟ୍ରଲର ଜବତ।
୯ ମତ୍ସ୍ୟଜିବୀ ଙ୍କ ସହିତ ଗହିରମଥା ସାମୁଦ୍ରୀକ ଅଭୟାରଣ୍ୟରୁ ୧ ଟ୍ରଲର ଜବତ।
ରାଜନଗର, (ଆଜିର ବିଶେଷ ଖବର) : ଗହିରମଥା ସାମୁଦ୍ରୀକ ଅଭୟାରଣ୍ୟରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ବନ ବିଭାଗର ପାଟ୍ରୋଲିଂ ଦଳ ସାମୁଦ୍ରୀକ ଅଭୟାରଣ୍ୟର ମାଦଳୀ ମୁହାଣ ଠାରୁ ୧୦ କି.ମି ଦୂରରୁ ଡେଜ୍ ନାମକ ଟ୍ରଲରକୁ ଜବତ କରିଥିଲେ । ସେଥିରେ ଥିବା ୯ ଜଣ ମତ୍ସ୍ୟଜିବୀଙ୍କୁ ଗିରଫ କରିବା ସହ ଗୋଟିଏ ଜିପିଏସ, ଦୁଇଟି ଭିଏଚଏଫ୍ , ଗୋଟିଏ ଫିସଫାଇଣ୍ଡର, ୧୦ ଟି ଜାଲ ଓ ୨୯ କ୍ୟୁଣ୍ଟାଲ ୫୦କି.ଗ୍ରା ମାଛ ଜବତ କରିଥିଲେ । ଗିରଫ ମତ୍ସ୍ୟଜିବୀ ମାନେ
ହେଲେ ନରେନ ମାଝି, ସୁରେଶ ମାଝି, ଯୁଧ୍ର ଖଟୁଆ, ସୁଦର୍ଶନ ମଳିକ, ମକର ତରାଇ, ଅଜୟ ବେହେରା, ଗୟାଧର ଦାସ, ନିରଞ୍ଜନ ଖଟୁଆ, କମଳାକାନ୍ତ ମଳିକ । ଗିରଫ ମତ୍ସ୍ୟଜିବୀ ମାନେ ବାଲେଶ୍ଵର ଜିଲ୍ଲା ବାଲେଶ୍ଵର ସଦର ଓ ସୋର ଥାନା ଅଞ୍ଚଳର ବୋଲି ବନ ବିଭାଗ ପକ୍ଷରୁ ଜଣାପଡିଛି । ଗିରଫ ମତ୍ସ୍ୟଜିବୀମାନଙ୍କୁ କେନ୍ଦ୍ରାପଡା ସିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା । ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ରାଜନଗର ରୁ ବିଶ୍ୱଜିତ ପଣ୍ଡା ଙ୍କ ରିପୋର୍ଟ।



