ଅବହେଳିତ ଯୁଆଙ୍ଗ ବସ୍ତି ରେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ.

ଅବହେଳିତ ଯୁଆଙ୍ଗ ବସ୍ତି ରେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ.

ଅବହେଳିତ ଯୁଆଙ୍ଗ ବସ୍ତି ରେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲାର ନଗଡା ର ନାମ ଅନେକ ଜାଣିଥିବେ l ସେମାନେ ମୌଳିକ ସୁବିଧା ରୁ ବଞ୍ଚିତ ଅଟନ୍ତି l ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ଅନ୍ତର୍ଗତ କଅଁସ ପଂଚାୟତ ର ଟିକରପଡା ଗ୍ରାମ ଏବେବି ଅଭାବ ଅନଟନ ର ଉଦାହରଣ ରେ ରହିଛି l ବଜାର ର ବହୁତ ଦୂରତା ଥିବାରୁ ଅର୍ଥ ର ଅଭାବ ଥିବାରୁ ବସ୍ତ୍ର ର ବହୁତ ଅଭାବ ଏଠାରେ ପରିଲକ୍ଷିତ ହୋଇଥାଏ l ଦୈତାରି ପାହାଡ଼ ର ପାଦ ଦେଶ ରେ ଅବସ୍ଥିତ ଏହି ଯୁଆଙ୍ଗ ବସ୍ତି ରେ ଚର୍ମ ଜନିତ ରୋଗ ସହ ଖାଦ୍ୟ ଓ ବସ୍ତ୍ର ର ଅଭାବ ରହିଛି l ଜଙ୍ଗଲ କାଠ ଓ ପତ୍ର ସଂଗ୍ରହ ରେ ଏମାନେ ଚଳିଥାନ୍ତି l ଏହିପରି ଅବସ୍ଥା କୁ ଅନୁଧ୍ୟାନ କରିବା ପରେ ଓଡିଶା ର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ଏକ ଟିମ ଏହି ସ୍ଥାନ ରେ ପହଁଚିଥିଲା l ବସବାସ କରିଥିବା ଅନ୍ୟୁନ ପଚାଶ ପରିବାର ଙ୍କ ପାଇଁ ବସ୍ତ୍ର ତାଙ୍କ ଅଂଚଳ ରେ ପହଞ୍ଚାଇଥିଲେ l ଛୋଟ ଛୁଆ ମାନେ ବସ୍ତ୍ର ପାଇବା ପରେ ଖୁସି କହିଲେ ନ ସରେ l ବୟସ୍କ ମାନେ ନିଜ ନିଜ ପରିବାର ପାଇଁ ବସ୍ତ୍ର ସଂଗ୍ରହ କରିଥିଲେ l ପରିଶେଷରେ ବୁଢ଼ୀ ମା ଓ ବୁଢା ବାପା ମାନେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମ ପାଇଁ ଆଶୀର୍ବାଦ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, କେଦାର ସ୍ୱାଇଁ, ମନୋଜ ରାଉତ, ରାକେଶ ବଳ, ତପନ ସେନାପତି, ମନୋଜ ନାୟକ, ରମେଶ ଦେଉରୀ, ସୀତାରାମ ମଲ୍ଲିକ, କଟକ ଜିଲ୍ଲା ପ୍ରତିନିଧି ମକର ବେହେରା ଓ ୟୁଟୁବର ଗୌରାଙ୍ଗ ନାୟକ ଉପସ୍ଥିତ ଥିଲେ l ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା