ଆଗାମୀ ପଞ୍ଚାୟତ ନିର୍ବାଚନ ରେ ବିଜେପି ଦଖଲ କରିବ କି ଦୁଇ ବ୍ଲକ୍ ବିଜେଡି ର ବହୁ ଆଗ ଧାଡ଼ି ର ନେତା ଲଳିତ ବେହେରା ଙ୍କ ସହ ଯୋଗାଯୋଗରେ ।

ଆଗାମୀ ପଞ୍ଚାୟତ ନିର୍ବାଚନ  ରେ  ବିଜେପି ଦଖଲ  କରିବ କି  ଦୁଇ ବ୍ଲକ୍ ବିଜେଡି ର ବହୁ ଆଗ ଧାଡ଼ି ର ନେତା ଲଳିତ ବେହେରା ଙ୍କ ସହ ଯୋଗାଯୋଗରେ ।

                                     

                           ପଟ୍ଟାମୁଣ୍ଡାଇ ରାଜନଗର ନିର୍ବାଚନ ମଣ୍ଡଳୀ ରେ ଧୀରେ ଧୀରେ ବିଜେଡି ର ଲୋକ ପ୍ରୀୟତା କମି ବାରେ ଲାଗିଛି।ତାହା ର କାରଣ ଯୋଉ ନେତା ମାନେ ରାଜନଗର ବ୍ଲକ୍ ,ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରପାଳିକା ର ଅଧ୍ୟକ୍ଷ ଅଛନ୍ତି ସେମାନେ ଲୋକ ମାନଙ୍କ ନିକଟରେ ପହଂଚି ନାହାନ୍ତି। ରାଜନଗର ବ୍ଲକ ଓ ପଟ୍ଟାମୁଣ୍ଡାଇ ବ୍ଲକ ବହୁ ଦୁର୍ନୀତି ରେ ନେତା ମାନେ ଜଡ଼ିତ ଥିବାରୁ ଜନସାଧାରଣ ଙ୍କ ର ବିଜେଡି ପ୍ରତି ଭଲ ପାଇବା କମିଛି। ଯୁବ ବିଜେପି ନେତା ଲଳିତ ବେହେରା ରାଜନଗର ନିର୍ବାଚନ ମଣ୍ଡଳୀ ରେ ବିଧାୟକ ପ୍ରାଥି ରୂପେ ବହୁ କମ ଭୋଟ ରେ ହାରି ମଧ୍ୟ ତାଙ୍କ ଲୋକ ପ୍ରୀୟତା ବଢ଼ି ବାରେ ଲାଗିଛି।ଧୀରେ ଧୀରେ ବହୁ ଅଞ୍ଚଳ ରୁ ବିଜେଡି ଦଳ ର କର୍ମୀ ଦଳ ତ୍ୟାଗ କରି ବିଜେପି ମିଶୁ ଥିବାରୁ ବିଜେପି ଦଳ ର ଲୋକ ପ୍ରିୟ ନେତା ଲଳିତ ବେହେରା ଙ୍କ ଲୋକ ପ୍ରିୟାତା ବଢ଼ି ବା ଦେଖି ବିଜେଡି ଦଳ ନେତା ଙ୍କ ମନରେ ଭୟ ଦେଖାଯାଉଛି।କିଛି ସରପଞ୍ଚ ,ସମିତି ସଭ୍ୟ ,ୱାର୍ଡ ମେମ୍ବର ଓ ଅଧ୍ୟକ୍ଷା ବିଜେଡି ଦଳ ର ନେତା ଙ୍କ ଉପରେ ଅସନ୍ତୁଷ୍ଟ ହୋଇ ବିଜେଡି ଦଳ ତ୍ୟାଗ କରି ବିଜେପି ଦଳ ର ନେତା ଲଳିତ ବେହେରା ଙ୍କ ସହ ମିଶି ଧୀରେ ଧୀରେ ବିଜେପି ଦଳ କୁ ଶକ୍ତି ଶାଳୀ କରିବାରେ ଲାଗିଛନ୍ତି।ଆଗକୁ ପଞ୍ଚାୟତ ନିର୍ବାଚନ।ପ୍ରତି ଦିନ ସହ ସହ ବିଜେଡି କର୍ମୀ ଦଳ ତ୍ୟାଗ କରି ବିଜେପି ଦଳ ରେ ଯୋଗ ଦେବା ଦ୍ଵାରା ବିଜେଡି ଦଳ ଦୁର୍ବଳ ହେବାରେ ଲାଗି ପଡ଼ିଛି।ଧୀରେ ଧୀରେ ରାଜନଗର ନିର୍ବାଚନ ମଣ୍ଡଳୀ ରେ ବିଜେଡି ଦୁର୍ବଳ ହେବାରେ ଲାଗିବାରୁ ରାଜନଗର ଓ ପଟ୍ଟାମୁଣ୍ଡାଇ ବିଜେଡି ଦଳ ର ନେତା ଙ୍କ ମନ୍ ରେ ଭୟ ଦେଖାଯାଇଛି।ବହୁ ବିଜେଡି ଦଳ ର ବଡ ବଡ ନେତା ବିଜେପି ଦଳ ରୁ ଟିକେଟ ନେଇ ପଞ୍ଚାୟତ ନିର୍ବାଚନ ରେ ବିଜେପି ଦଳ ରୁ ପାର୍ଥି ହେବେ ବୋଲି ବିଜେପି ଦଳ ର ଲୋକ ପ୍ରିୟ ନେତା ଙ୍କ ଶହ ଯୋଗାଯୋଗ ରେ ଅଛନ୍ତି।

ସେମାନେ ମଧ୍ୟ ଖୁବ୍ ଶୀଘ୍ର ଦଳ ରେ ମିଶିବେ ବୋଲି ଗ୍ରିନ ସିଗ୍ନାଲ ଦେଇ ସାରି ଛନ୍ତି। ଲଳିତ ବେହେରା ରାଜନଗର ନିର୍ବାଚନ ମଣ୍ଡଳୀ ର ଲୋକ ମାନଙ୍କ ଭଲ ମନ୍ଦ କଥା ବୁଝି ବା ଦ୍ଵାରା ତାଙ୍କ ଲୋକ ପ୍ରୀୟ ତା ବଢି ବାରେ ଲାଗିଛି।ଯୋଉ ଜାଗା ରେ ଦୁର୍ନୀତି ର ଖବର ତାଙ୍କ ନିକଟରେ ପହଂଚି ଗଲେ ସିଏ ସାଙ୍ଗେ ସଙ୍ଗେ ପହଞ୍ଚି ସେଇ ବିଭାଗ ର ଅଧିକାରୀ ଙ୍କୁ ତାଗିଦ୍ କରୁଛନ୍ତି।ରାଜନଗର ଓ ପଟ୍ଟାମୁଣ୍ଡାଇ ଜନସାଧାରଣ ଙ୍କ ଅସୁବିଧାରେ ଠିଆ ହେଉଛନ୍ତି ଓ ସେମାନଙ୍କର ଯାହା ସମସ୍ୟା ରହୁଚି ଅଧିକାରୀ ଙ୍କ ଶହ ଆଲୋଚନା କରି ସମସ୍ୟା ର ସମାଧାନ କରୁଛନ୍ତି।ସବୁ ବେଳେ ଲୋକ ମାନଙ୍କ ନିକଟ ରେ ଠିଆ ହେବା ଦ୍ବାରା ଧୀରେ ଧୀରେ ଜନସାଧାରଣ ବିଜେପି ଦଳ ସହିତ ମିଶିବାକୁ ଚାହୁଁଛନ୍ତି।ବିଜେଡି ଦଳ ରେ ବହୁ ଟାଣୁଆ କର୍ମୀ ଦଳ ତ୍ୟାଗ କରି ବିଜେପି ରେ ମିଶୁ ଥିବାରୁ ବିଜେପି ଦଳ ରାଜନଗର ଓ ପଟ୍ଟାମୁଣ୍ଡାଇ ରେ ଶକ୍ତି ଶାଳୀ ହେବାରେ ଲାଗିଛି।ଯଦି ଆଗକୁ ଏହିପରି ଲାଗିରହେ ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନ ରେ ବିଜେଡି ରାଜନଗର ନିର୍ବାଚନ ରେ ତାହା ର ଅସ୍ତିତ୍ବ ହରାଇବ ଏଥି ରେ ସନ୍ଧେହ୍ ନାହିଁ କହି ଛନ୍ତି ରାଜନୀତି ବିଶାରଦ ଅମୂଲ୍ୟ ପୃଷ୍ଟି।ଏବେ ଠୁ ନେତା ସଚେତନ ହୋଇ ବ୍ଲକ୍ ରେ ହେଉଥିବା ଦୁର୍ନୀତି କୁ ଅଟକାଇବାକୁ ପଡ଼ିବ ନ ହେଲେ ଧୀରେ ଧୀରେ ରାଜନଗର ଓ ପଟ୍ଟାମୁଣ୍ଡାଇ ବାସୀ ନେତା ଙ୍କ ଉପରୁ ଆସ୍ତା ହରାଇ ବିଜେପି ଦଳ କୁ ପଞ୍ଚାୟତ ନିର୍ବାଚନ ରେ ବିପୁଳ ଭୋଟ ଦେବେ ଏଥିରେ ସନ୍ଧେହ ନାହିଁ।

ସଞ୍ଜୟ କୁମାର ପଣ୍ଡା ଙ୍କ ରିପୋର୍ଟ ବିଶେଷ ଖବର