ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଭାପୁର ସ୍ଥିତ ବିଜେଡ଼ି କାର୍ଯ୍ୟାଳୟ ଠାରେ ରବିବାର ପୂର୍ବାହ୍ନରେ ମହିଳା ବିଜେଡି ପକ୍ଷରୁ ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଭାପୁର ସ୍ଥିତ ବିଜେଡ଼ି କାର୍ଯ୍ୟାଳୟ ଠାରେ ରବିବାର ପୂର୍ବାହ୍ନରେ ମହିଳା ବିଜେଡି ପକ୍ଷରୁ ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଖଣ୍ଡପଡ଼ା/ଭାପୁର, ୨୪|୫(ରଜତ ଦାସ୍ ): ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଭାପୁର ସ୍ଥିତ ବିଜେଡ଼ି କାର୍ଯ୍ୟାଳୟ ଠାରେ ରବିବାର ପୂର୍ବାହ୍ନରେ ମହିଳା ବିଜେଡି ପକ୍ଷରୁ ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜେଡିର ଶତାଧିକ ମହିଳା କର୍ମୀ ଓ ନେତ୍ରୀ ଏକଜୁଟ୍ ହୋଇ ମହିଳାଙ୍କ ପାଇଁ ଆସନ ସଂରକ୍ଷଣ ତଥା ମହିଳାଙ୍କ ସୁରକ୍ଷା ପାଇଁ ସ୍ବର ଉଠାଇବା ସହ ରାଷ୍ଟ୍ରପତିଙ୍କ ଉଦ୍ୟେଶରେ ଦସ୍ତଖତ ସମ୍ମିଳିତ ଏକ ସ୍ମାରକ ପତ୍ର ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ପ୍ରଦାନ କରାଯିବ ବୋଲି ଜଣାପଡିଛି। ଭାପୁର ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନଙ୍କ ନେତୃତ୍ବରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରୁ ମହିଳା ମାନେ ଯୋଗ ଦେଇଥିଲେ। ୨୦୨୩ରୁ ପାରିତ ହୋଇଥିବା ମହିଳା ସଂରକ୍ଷଣ ବିଲ୍ ତୁରନ୍ତ ଲାଗୁ କରିବାକୁ ସମସ୍ତ ନେତୃ ମଣ୍ଡଳୀ ଦାବି କରିଛନ୍ତି।

 ରାଜ୍ୟରେ ଡବଲ୍ ଇଞ୍ଜିନ୍ ସରକାର ଫେଲ୍ ମାରିବା ସହ ନାରୀ ହିଂସାରେ ଓଡ଼ିଶା ଦେଶରେ ଅଲୋଡ଼ା ରେକର୍ଡ କରିଛି। ମହିଳା ସଂରକ୍ଷଣ ନାଁରେ ବିଜେପି ମା ମାନଙ୍କୁ ଭୁଆଁ ବୁଲାଉଥିବା କହିଥିଲେ ବିଜେଡି ମହିଳା ନେତ୍ରୀମାନେ। ମହିଳାଙ୍କ ସହ ବିଜେପିର ଛଳନା କୁ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନରେ ଓଡିଶାର ମା ଭଉଣୀ ମାନେ ନିଶ୍ଚିତ ଭାବେ ଜବାବ ଦେବେ ବୋଲି ବିଜେଡି ନେତ୍ରୀ ତଥା ଖଣ୍ଡପଡ଼ା ବ୍ଲକ ଅଧ୍ୟକ୍ଷା ଉପମା ବେହେରା କହିଥିଲେ। ମହିଳାଙ୍କ ଅଧିକାର ଏବଂ ସମ୍ମାନ ପାଇଁ ବିଜେପି ସରକାର ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ସେ ଆହ୍ବାନ ଦେଇଛନ୍ତି। ମହିଳାଙ୍କୁ ୩୩% ସଂରକ୍ଷଣ ଦେବାରେ ବିଜେପି ସରକାର ବିଫଳ ଏବଂ ନାରୀ ନିର୍ଯାତନାକୁ ରୋକିବାରେ ଅସମର୍ଥ ରାଜ୍ୟ ବିଜେପି ସରକାର ବୋଲି ବିଜେଡି ସଭାପତି ବେଣୁଧର ପ୍ରଧାନ କହିଥିଲେ। ସେହିପରି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନୟାଗଡ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ବିଷ୍ନୁପ୍ରିୟା ବେହେରା, ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର କୁମାର ଧଳ, ଭାପୁର ବ୍ଲକ ବିଜେଡ଼ି ସଭାପତି ଶିବ ପ୍ରସାଦ ଷଡ଼ଙ୍ଗୀ, ବିଜୁ ମହିଳା ସଭାନେତ୍ରୀ କବିତା ମହାରଣା, ପ୍ରତିମା ପରିଡ଼ା, ଶିବାନୀ ଦାଶ, ବରିଷ୍ଠ ନେତା ଲିଙ୍ଗରାଜ ଦାଶ, ବୈକୁଣ୍ଠନାଥ ଦାସ, ସନ୍ତୋଷ ତ୍ରିପାଠୀ, ନାରାୟଣ ଆଚାର୍ଯ୍ୟ ପ୍ରମୁଖ ମଞ୍ଚ ଉପରେ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମରେ ୪୨ ଗୋଟି ପଞ୍ଚାୟତ ଓ ଖଣ୍ଡପଡ଼ା ଏନଏସିର ଜନପ୍ରତିନିଧି, ସଭାପତି ଓ ଛାମୁଆ କର୍ମୀମାନେ ଉପସ୍ଥିତ ରହିଥିଲେ।

ଖଣ୍ଡପଡ଼ା ରୁ ରଜତ ଦାସ୍ ଙ୍କ ରିପୋର୍ଟ ବିଶେଷ ଖବର