ଆଜି ପବିତ୍ର ରାମ ନବମୀ, ଏଥିପାଇଁ ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ରାମ ମନ୍ଦିର
ଆଜି ରାଜ୍ୟସାରା ପାଳିତ ହେଉଛି ରାମନବମୀ । ଗାଁ ଠାରୁଁ ସହର ସବୁଠି ଉତ୍ସବ ମୁଖର,ରାମଚନ୍ଦ୍ର ହେଉଛନ୍ତି ସକଳ ଶକ୍ତିର ଆଧାର । ତେଣୁ ତାଙ୍କୁ କଳିଯୁଗରେ ପୂଜା କଲେ ସମସ୍ତ ଦୁଃଖ କଷ୍ଟରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି ତେଣୁ ଏଥିପାଇଁ ସବୁଠି ଶୁଭୁଛି ରାମ ନାମ । ରାମ ଧ୍ୱନୀରେ ଉତ୍ସବ ମୁଖର ହୋଇ ଉଠିଛି ପତେଗଡ଼ ଗିରଗୋବର୍ଦ୍ଧନ ପାହାଡ।ରାମନାମ ଧ୍ବନିରେ ଗୁଞ୍ଜରିତ ହେଇଛି ପୁରା ଗଗନ ପବନ। ମର୍ଯ୍ୟାଦା ପୁରୁଷୋତ୍ତମଙ୍କୁ ଆଖି ପୂରେଇ ଦେଖି ନେବାର ଅଭୀପ୍ସା ହଜାର ହଜାର ଭକ୍ତଙ୍କୁ ମନ୍ଦିରକୁ ଟାଣି ଆଣିଛି। ଆଜି ଭୋରରୁ ଚଳଚଞ୍ଚଳ ନୟାଗଡ ଜିଲ୍ଲା ଫତେଗଡ ରାମ ମନ୍ଦିର। ଭକ୍ତ ଓ ଭଗବାନଙ୍କ ମିଳନରେ କିଛି ଯେମିତି ଊଣା ନହେବ ସେ ନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା କରିଛନ୍ତି। ଫୁଲ, ଫଳ ଓ ପୂଜା ସାମଗ୍ରୀ ଦୋକାନରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ସକାଳ ୫ ଟାରୁ ଦ୍ବାରା ଫିଟା ନୀତି ଅନୁଷ୍ଠିତ ହୋଉଛି। ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ମନ୍ଦିର ଖୋଲା ରହିବ।ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର କମିଟି ଏବଂ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି. ସମସ୍ତ ଭକ୍ତଙ୍କ ପାଇଁ ଟଙ୍କ ତୋରାଣି ଓ ପ୍ରସାଦ ର ବ୍ୟବସ୍ଥା କରାଯାଇଛି ।
ଏହି ରାମ ମନ୍ଦିର କୁ ଦେଖିବାପାଇଁ କେତେ ମହାନ ଗୁଣି ଜ୍ଞାନୀ ଗୁଣି ବ୍ୟତୀଆସିଥିଲେ!ଦ୍ୱିତୀୟ ଅଯୋଧ୍ୟା ର ନାମ କରଣ କୁ ଗଢି ଥିବା ଶ୍ରୀବେଣୁଧର ପ୍ରଧାନ ଙ୍କୁ ବହୁ ଆଶ୍ରିବାଦ ଦେଇ ଥିଲେ
ସୁପ୍ରିୟା ଦାସ ଜିଲ୍ଲା ପ୍ରତିନିଧି ବିଶେଷ ଖବର


admin 
