ଖଣ୍ଡପଡା ଆଦର୍ଶ ବିଦ୍ୟାଳୟର ୨୦୨୫-୨୬ ର ସପ୍ତମ ବାର୍ଷିକ ଉତ୍ସବ "ପ୍ରୟାସ" ମହାଆଡମ୍ବରରେ ପାଳିତ।

ଖଣ୍ଡପଡା ଆଦର୍ଶ ବିଦ୍ୟାଳୟର ୨୦୨୫-୨୬ ର ସପ୍ତମ ବାର୍ଷିକ ଉତ୍ସବ "ପ୍ରୟାସ" ମହାଆଡମ୍ବରରେ ପାଳିତ।

Anchor - ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଖଣ୍ଡପଡା ବ୍ଲକ ଅଧିନ ଖଣ୍ଡପଡା ସହରାଞ୍ଚଳରେ ଅବସ୍ଥିତ ଖଣ୍ଡପଡା ଆଦର୍ଶ ବିଦ୍ୟାଳୟର ୨୦୨୫-୨୬ ର ସପ୍ତମ ବାର୍ଷିକ ଉତ୍ସବ "ପ୍ରୟାସ" ଶନିବାର ପୂର୍ବାହ୍ନରେ ମହାଆଡମ୍ବରରେ ପାଳିତ ହୋଇଯାଇଛି।ଉକ୍ତ ଅନୁଷ୍ଠାନର ଅଧ୍ୟକ୍ଷା ତଥା ଆବାହକ ଶ୍ରୀମତୀ ଶୁଭଲକ୍ଷ୍ମୀ ସାହୁଙ୍କ ତତ୍ବାବଧାନରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଇଞ୍ଜିନିୟର ଦୁଷ୍ମନ୍ତ କୁମାର ସ୍ବାଇଁ,ମୁଖ୍ୟ ବକ୍ତା ଭାବେ ନୟାଗଡ଼ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ତ୍ରିଲୋଚନ ଷଡ଼ଙ୍ଗୀ,ସମ୍ମାନିତ ଅତିଥି ଭାବେ କଟକ ଲୋକସଭା ସାଂସଦଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ବଳିଆର୍ ସିଂ, ଖଣ୍ଡପଡା ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କଳିଙ୍ଗ ଚନ୍ଦ୍ର ନାୟକ,ଖଣ୍ଡପଡା ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅଙ୍କୁର ଅଭିଳାଷ,ଖଣ୍ଡପଡା ତହସିଲଦାର ଶ୍ରୀଯୁକ୍ତ ବିଶ୍ୱବିଶୃତ ତ୍ରିପାଠୀ,ଖଣ୍ଡପଡା ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀଯୁକ୍ତ ମଦନ ମୋହନ ପ୍ରଧାନ,ରଣପୁର ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଶ୍ବରଂଜନ ବଳ ମଞ୍ଚାସୀନ ଥିଲେ। ଅନୁଷ୍ଠାନର ଶିକ୍ଷକ ଶ୍ରୀଯୁକ୍ତ ମନୋଜ କୁମାର ବିଶ୍ଵାଳ ଅତିଥି ପରିଚୟ ପ୍ରଦାନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ। ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଅତିଥି ମାନଙ୍କ ନିମନ୍ତେ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା ଓ ଅନୁଷ୍ଠାନ ତରଫରୁ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ସର୍ବପ୍ରଥମେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦ୍ଵୀପ ପ୍ରଜ୍ବଳନ କରି ମଞ୍ଚ ଉଦ୍ଘାଟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ,ସମସ୍ତ କର୍ମଚାରୀ , ଅଧ୍ୟୟନରତ ଛାତ୍ରଛାତ୍ରୀ, ଅଭିଭାବକ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

 ଉକ୍ତ ଅନୁଷ୍ଠାନରେ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କ ରହଣି ପାଇଁ ଏକ ଛାତ୍ରୀନିବାସ, ଏକ ଛାତ୍ରୀନିବାସ ନିର୍ମାଣ,ମାନସିକ ଓ ଶାରିରୀକ ଅଭିବୃଦ୍ଧି ପାଇଁ ଉନ୍ନତ ଧରଣର ଗୋଟିଏ କ୍ରୀଡ଼ାଙ୍ଗନ,ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଓ ଉନ୍ନତି ପାଇଁ ପଦକ୍ଷେପ ଯଥାଶୀଘ୍ର ନିଆଯିବ ବୋଲି ବିଧାୟକ ମତ ଦେଇଥିଲେ। ସାରା ବିଶ୍ବରେ ବିଶ୍ଵବିଖ୍ୟାତ ଜ୍ୟୋତିର୍ବିତ୍ ପଠାଣି ସାମନ୍ତ ମାଟି ରୂପେ ପରିଚିତ ଏଇ ଖଣ୍ଡପଡା ମାଟିରେ ଗଢି ଉଠିଥିବା ଆଦର୍ଶ ବିଦ୍ୟାଳୟ ହେଉଛି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ମନ୍ଦିର । ଉପସ୍ଥିତ ଅତିଥିମାନେ ସମସ୍ତ ଛାତ୍ରଛାତ୍ରୀ ତଥା ଉକ୍ତ ଅନୁଷ୍ଠାନର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।ଅତିଥି ମାନଙ୍କ ଦ୍ଵାରା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ପରିଶେଷରେ ସମସ୍ତଙ୍କ ମନୋରଞ୍ଜନ ପାଇଁ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା।ଉକ୍ତ ଅନୁଷ୍ଠାନକୁ ସମଗ୍ର ଓଡ଼ିଶାରେ ଏକ ନମ୍ବର କରି ଗଢି ତୋଳିବା ସହିତ ସରସ, ସୁନ୍ଦର ଓ ମଧୁମୟ କରିବା ଏକାନ୍ତ କାମ୍ୟ ବୋଲି ଅତିଥି ମାନେ ମତ ରଖିଥିଲେ।

ଖଣ୍ଡପଡ଼ା ରୁ ରଜତ ଦାସ୍ ଙ୍କ ରିପୋର୍ଟ ବିଶେଷ ଖବର