ଏକର ଏକର ଧାନ ଜମି ପାଣି ରେ ଭାସୁଛି ,ଚାଷୀ ମୁଣ୍ଡରେ ଚଡକ

ଏକର ଏକର ଧାନ ଜମି ପାଣି ରେ ଭାସୁଛି ,ଚାଷୀ ମୁଣ୍ଡରେ ଚଡକ

ନୟାଗଡ଼ ୨୮/୧୦ ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଘୂର୍ଣି ଝଡ ର ପ୍ରଭାବ ରେ ତୁହାକୁ ତୁହା ବର୍ଷା ଯୋଗୁଁ ଏକଇ ଏକର ଧାନ ଜମି ଜଳମଗ୍ନ ହୋଇପଡିଛି l କିଛିଦିନ ପରେ ଚାଷୀ ଧାନ କାଟି ସୁନାର ଫସଲ କୁ ଖଳାକୁ ନେଇଆସିଥାନ୍ତା l ବର୍ତମାନ ପାଚିଲା ଧାନ ବିଲରେ ସ୍ବର୍ଣ୍ଣ ସବୁଜର ରୂପ ନେଇ ପ୍ରତୀୟ ମାନ ହୋଇଥିଲା ବେଳେ ଘୁର୍ଣି ବଳୟର ପ୍ରଭାବରେ ହାଲୁକା ବର୍ଷା ସାଙ୍ଗକୁ କୋହଲ।ପାବନ ଭ।ରକ୍ରାନ୍ତ ଧାନଗଛ କୁ କୋହଲା ପବନ ଶୁଆଇ ଦେଇଛି । ଜିଲ୍ଲା ପ୍ରଶାସନ ଚାଷୀ ଙ୍କୁ ସତର୍କ ବାଣୀ ଶୁଣାଇ ଥିଲେ ହେଁ ସ୍ୱଳ୍ପ ସମୟ କାରଣ ରୁ ଚାଷୀ ଧାନକାଟିବା ସମ୍ଭବ ହୋଇପାରିନାହିଁ l ବଡ କିସମ ଧାନ ଗୁଡିକ ସମ୍ପୂର୍ଣ ଭାବେ ପାଚି ପାରିନଥିବାରୁ ଚାଷୀ ପାଖରେ କାଟିବା ସମ୍ଭବପର ହୋଇପାରି ନାହିଁ l ଠିକଣା ସମୟରେ ପ୍ରକୃତି ଦାଉ ସାଜିଛି l ଧାର କରଜ ଅଥବା ବ୍ୟାଙ୍କ ଋଣ କରି ଚାଷୀ ଅର୍ଥ ବିନିଯୋଗ ସହ ଶ୍ରମଦାନ କରିଥିଲା ବେଳେ ବର୍ତମାନର ପ୍ରକୃତିକ ବିପତ୍ତି ଚାଷୀ ଆଖିରୁ ନିଦ ହଜାଇ ଦେଇଛି । ବର୍ଷ ଯାକ ର ନିଜର ଖାଦ୍ୟ ସଂଗ୍ରହ ସହିତ ଗାଈ ଗୋରୁ ମାନଙ୍କ ପାଇଁ ଗୋ - ଖାଦ୍ୟ ସଂଗ୍ରହ କରିଥାନ୍ତା କିନ୍ତୁ ଘୂର୍ଣୀ ବାତ୍ୟା ଜନିତ କାରଣ ରୁ ଆଜି ଏ ସବୁ ଧୂଳିସାତ ହେବାକୁ ବସିଛି l

ଆଖି ଆଗରେ ଭାଙ୍ଗିଯାଉଛି ଚାଷୀର ସ୍ବପ୍ନ l ଉଜୁଡି ଯାଉଛି ବର୍ଷକର ପରିଶ୍ରମର ଫଳ l ଜାତୀୟ ପାଣିପାଗ ବିଭାଗ ବାରମ୍ବାର ସତର୍କ ସୂଚନା ଦେଉଥିଲେ ହେଁ ଚାଷୀ ବର୍ତମାନ ସ୍ଥିତିରେ ନିରୁପାୟ l ଏଥି ସହିତ ବାଇଗଣ, ଟମାଟ, ଭେଣ୍ଡି, ମୂଳା, ଶାଗ, କଲରା ଆଦି ପନିପରିବା ଫସଲ ବର୍ଷା ଯୋଗୁ କ୍ଷତିଗ୍ରସ୍ତ ହୋଇଛି l ପନିପରିବା ଫସଲ ରେ ରୋଗ ପୋକ ଦମନ ପାଇଁ ଚାଷୀ ହଜାର ହଜାର ଟଙ୍କା ଔଷଧ କିଣି ଫସଲରେ ପ୍ରୟୋଗ କରିଥିଲେ ହେଁ ବର୍ଷା ପ୍ରଭାବରେ ପନିପରିବା ଗଛ ଉଜୁଡିବା ରେ ବସିଛି l ଏ ନେଇ ନୟାଗଡ ବ୍ଲକ ନବଘପୁର ଗ୍ରାମର ଚକ୍ରଧର ବରାଡ଼ କହନ୍ତି ଧାର କରଜ କରି ଧାନ ଭାଗ ଚାଷ କରି ଏ ବର୍ଷ ଚାଷରେ ୪୦ ହଜାର ଟଙ୍କା ଖର୍ଚ୍ଚ କରିଛି l

  ବର୍ତମାନ ଧାନ ବିଲର ଅବସ୍ଥା ଦେଖି ଆଖିରେ ଲୁହ , ମନରେ କୋହ ଉଠୁଛି l ସେହିଭଳି ଭାଟସାହି ପଂଚାୟତର ବିରାଡ଼ି ସାହି ର ମିଟୁ ପ୍ରଧାନ କହନ୍ତି ମହିଳା ଗ୍ରୁପ ମାଧ୍ୟମରୁ କିଛି ଅର୍ଥ ଏବଂ ନିକଟସ୍ଥ ପ୍ରାଥମିକ କୋପରେଟିଭ ସୋସାଇଟିରୁ ଋଣ ଆଣି ପରିବା ଚାଷ କରିଛି ହେଲେ ସବୁ ଆଶା ଆଖି ଆଗରେ ଧୂଳିସାତ ହେବାକୁ ଯାଉଛି l ପରିବାର କିପରି ଚଳିବ ଓ ଗୁଜୁରାଣ କିପରି ମେଣ୍ଟାଇବେ ମୁଣ୍ଡରେ ହାତ ଦେଇ ବସିଛି ।l ସ୍ଥାନୀୟ ପ୍ରଶାସନ ବର୍ଷା ପରେ କ୍ଷୟକ୍ଷତି ର ଆକଳନ କରି ଚାଷୀ ଙ୍କ କ୍ଷତି ର କେତେ ଭରଣା କରୁଛନ୍ତି ଚାଷୀ ଚାତକ ପରି ଅନାଇ ରହିଛି l

ଆଶୋକ କୁମାର ସାଥୁଆ ‌,ଜିଲ୍ଲା ପ୍ରତିନିଧି ନୟାଗଡ଼