ତାଲୁକ ଆଇନ ସେବା ସମିତି ତରଫରୁ ସୁରକ୍ଷିତ ବଚପନ୍ ଅଭିଯାନ।

ତାଲୁକ ଆଇନ ସେବା ସମିତି ତରଫରୁ ସୁରକ୍ଷିତ ବଚପନ୍ ଅଭିଯାନ।

ଆଜି ତା 27/10/2026 ଦିନ 1ଟା ରେ ତାଲୁକ ଆଇନ ସେବା ସମିତି ପଟ୍ଟାମୁଣ୍ଡାଇ ର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ବିଚାରପତି ଶ୍ରୀଯୁକ୍ତ ବିଦ୍ୟାଧର ପୃଷ୍ଟି ଙ୍କ ନିର୍ଦ୍ଦେଶ ରେ ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ଜେ ଏମ ଏଫ୍ ସି ବିଦ୍ୟୁତ୍ ଲତା ପ୍ରଧାନ ଙ୍କ ପୌରହିତ୍ୟ ରେ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ କଷଣ ଅଣ୍ଟା ପରିସର ରେ ସୁରକ୍ଷିତ ବଚପନ ଅଭିଜାନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ଉକ୍ତ କାର୍ଯ୍ୟକ୍ରମରେ ସରକାରୀ ଓକିଲ ଧୀରେନ୍ଦ୍ରନାଥ ସାହୁ, ଏ . ଵୀ,.ଓ . ସୁନୀତା ଦାଶ, ବରିଷ୍ଟ ଓକିଲ ବିଜୟ କୁମାର୍ ରାଉତ ଓ ପ୍ରଫୁଲ୍ଲ କୁମାର ଦାଶ , ପ୍ରଧାନ ଶିକ୍ଷକ ପ୍ରଭାସ ରଞ୍ଜନ ପ୍ରଧାନ ସୁରକ୍ଷିତ ବଚପନ୍ ଅଭିଯାନ ବିଷୟ ରେ ଆଲୋକ ପାତ କରିଥଲେ। ରିଟେନର ମନୋଜ କୁମାର ନାୟକ ସ୍ୱାଗତ ଭାଷଣ ସହିତ ଧନ୍ଯବାଦ ଅର୍ପଣ କରିଥିଲେ ଏହି କାର୍ଯ୍ୟକ୍ରମରେ ତାଲୁକ ଆଇନ ସେବା ସମିତି କର୍ମଚାରୀ ଅପର୍ଣ୍ଣା ସାମଲ ଓ ସଭ୍ୟାମାନ ଙ୍କ ସହିତ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ କଷଣ ଅଣ୍ଟା ରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ

ସଞ୍ଜୟ କୁମାର ପଣ୍ଡା ଙ୍କ ରିପୋର୍ଟ ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା y