ଓଡିଶା ଡ୍ରାଇଭର ମହାସଂଘ ଖଣ୍ଡପଡ଼ା ବ୍ଲକ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା ।

ଓଡିଶା ଡ୍ରାଇଭର ମହାସଂଘ ଖଣ୍ଡପଡ଼ା ବ୍ଲକ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା ।

ଓଡିଶା ଡ୍ରାଇଭର ମହାସଂଘ ଖଣ୍ଡପଡ଼ା ବ୍ଲକ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା । ଖଣ୍ଡପଡା,୧୯/୬ (ରଜତ ଦାସ୍) ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ଅନ୍ତର୍ଗତ ରୟତି ଢୋଲମରା ଗ୍ରାମ ପଞ୍ଚାୟତ ଅଧୀନ ପାଇକି ଢୋଲମରା ଗ୍ରାମର ପୂର୍ବତନ ସରପଞ୍ଚ ନିରଞ୍ଜନ ମହାନ୍ତିଙ୍କ ୪୪ ବର୍ଷୀୟ ଯୁବକ ଜ୍ଞାନରଞ୍ଜନ ମହାନ୍ତି (ଡୁମା) ଙ୍କର ଗତ ୮ ତାରିଖ ସୋମବାର ଅପରାହ୍ନରେ ଦେହାନ୍ତ ଘଟିଥିଲା। ପରିବାରଙ୍କ କହିବା ମୁତାବକ ସେ ଦୀର୍ଘ ୬ମାସ ଧରି କର୍କଟ ରୋଗରେ ପୀଡିତ ଥିଲେ। ତାଙ୍କର ୧୦ ବର୍ଷର ଗୋଟିଏ ପୁଅ ଓ ଦେଢ଼ ବର୍ଷର ଏକ ଝିଅ ଅଛନ୍ତି। ଜଣେ ଅତ୍ୟନ୍ତ ମେଳାପି,ମିଷ୍ଟଭାଷୀ, ପରୋପକାରୀ, କର୍ତ୍ତବ୍ୟନିଷ୍ଠ , ଧର୍ମପରାୟଣ ବ୍ୟକ୍ତି,ସଚ୍ଚୋଟ ଓ ଉତ୍ତମ ଡ୍ରାଇଭର ଭାବେ ସ୍ବର୍ଗତ ମହାନ୍ତି ସ୍ୱଳ୍ପ ବୟସରେ ବିଭିନ୍ନ ମହଲରେ ପରିଚିତ ଥିଲେ। ସେ ରୟତି ଢୋଲମରା ପଞ୍ଚାୟତ ଡ୍ରାଇଭର ମହାସଂଘର ଜଣେ ସଭ୍ୟ ହୋଇ କୋଷାଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଥିଲେ । ଗତକାଲି ଗୁରୁବାର ଏକାଦଶାହ ଦିବସରେ ସନ୍ଧ୍ୟା ୭ ଟା ସମୟରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଗ୍ରାମର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ଏକ କ୍ୟଣ୍ଡେଲ ଶୋଭାଯାତ୍ରାରେ ବାହାରି ସମଗ୍ର ଗ୍ରାମକୁ ପରିକ୍ରମା କରି " ଜ୍ଞାନରଞ୍ଜନ ଭାଇ ଅମର ରହେ " ସ୍ଲୋଗାନ ଦେଇ ତାଙ୍କ ବାସଭବନ ନିକଟରେ ପହଞ୍ଚିଥିଲେ। ସେଠାରେ ସ୍ବର୍ଗତ ମହାନ୍ତିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ତାଙ୍କର ଏକ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ, ଧୂପ ,ଦୀପ ଓ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଜଗନ୍ନାଥଙ୍କ ନିକଟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିବା ଦେଖିବାକୁ ମିଳିଛି। ଡ୍ରାଇଭର ମହାସଂଘର ସମସ୍ତ ନୀତି ନିୟମ ଅନୁସାରେ ସ୍ବର୍ଗତ ମହାନ୍ତିଙ୍କ ପରିବାରକୁ ୩୦ ହଜାର ଟଙ୍କାର ଏକ ବ୍ୟାଙ୍କ ଚେକ୍ ପ୍ରଦାନ କରିଥିବା ଜଣାଯାଇଛି। ଏହି କ୍ୟାଣ୍ଡେଲ ଶୋଭାଯାତ୍ରାରେ ଓଡ଼ିଶା ଡ୍ରାଇଭର ମହାସଂଘର ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲି, ରାଜ୍ୟ ଉପଦେଷ୍ଟା ଅବକାଶ କାଠୁଆ,ଖଣ୍ଡପଡା ବ୍ଲକ କମିଟିର ସଭାପତି ରଜତ ଦାସ,ନିର୍ଦ୍ଦେଶ କ୍ରମେ ବ୍ଲକ ଉପସଭାପତି ପ୍ରଶାନ୍ତ ବେହେରା,ସମ୍ପାଦକ ଅରୁଣ କୁମାର ବେହେରା,ସହ ସଂପାଦକ ଦିଲ୍ଲୀପ ମହାଳିକ,କୋଷାଧ୍ୟକ୍ଷ ବେଲାଳସେନ ପଣ୍ଡା,ଉପଦେଷ୍ଟା ଆନନ୍ଦ ବେହେରା,ସାଂଗଠନିକ ସମ୍ପାଦକ ସୁଦାମ ସାହୁ, ଢୋଲମରା ପଞ୍ଚାୟତ ସଭାପତି ତୋଫାନ ସ୍ୱାଇଁଙ୍କ ସହିତ ସମଗ୍ର ଖଣ୍ଡପଡା ବ୍ଲକର ସମସ୍ତ ୨୨ ଗୋଟି ପଞ୍ଚାୟତ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ବ ଡ୍ରାଇଭର ଏକତ୍ରିତ ହୋଇ ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିବା ଜଣାପଡିଛି। ଖଣ୍ଡପଡ଼ା ରୁ ରଜତ ଦାସ୍ ଙ୍କ ରିପୋର୍ଟ ବିଶେଷ ଖବର