ଜିଲ୍ଲା ସ୍ତରୀୟ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ଯକ୍ରମ.

ଜିଲ୍ଲା ସ୍ତରୀୟ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ଯକ୍ରମ.

ଜିଲ୍ଲା ସ୍ତରୀୟ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ଯକ୍ରମ ଜିଲ୍ଲା ପ୍ରତିନିଧି ଅଶୋକ କୁମାର ସାଥୁଆ ବିଶେଷ ଖବର ନୟାଗଡ ତା.୧୩.୦୬ ନୟାଗଡ ପଠାଣି ସାମନ୍ତ ସଂସ୍କୃତି ଭବନ ରେ ଜିଲ୍ଲା ସ୍ତରୀୟ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲପାଳ ମଧୁମିତା ରଥ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ସମବାୟ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ସମ୍ମାନିତ ଅତିଥି ଭାବେ ବାଚସ୍ପତି ସୁରମା ପାଢୀ,ବିଧାୟକ ତଥା ଜିଲ୍ଳା ଯୋଜନା ବୋର୍ଡର ଅଧ୍ୟକ୍ଷ ଇଂ. ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ହିତାଧିକାରୀ ମାନଙ୍କୁ ସ୍ମାର୍ଟଫୋନ, ମୁଖ୍ୟ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅନ୍ତର୍ଗତ କାର୍ଡ ବଣ୍ଟନ ଓ ଚରଖ ବଣ୍ଟନ କରାଯାଇଥିଲା । ଶେଷରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଲଗ୍ନଜିତ୍ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମଦ୍ଦାର, ସମସ୍ତ ଜିଲ୍ଳା ସ୍ତରୀୟ ଅଧକାରୀ, ସାମ୍ବାଦିକ, ବୁଦ୍ଧିଜିବୀ ଏଵଂ ଜନସାଧାରଣ ଯୋଗ ଦେଇଥିଲେ।