କଣ୍ଟିଲୋ ରାମଲୀଳା ର ଅନ୍ତିମ ରଜନୀ ନାଟକ।     ମହିରାବଣ ବଧ ରାବଣ ବଧ ଓ ରାମାଭିଶେକ୍।

କଣ୍ଟିଲୋ ରାମଲୀଳା ର ଅନ୍ତିମ ରଜନୀ ନାଟକ।     ମହିରାବଣ ବଧ ରାବଣ ବଧ ଓ ରାମାଭିଶେକ୍।

କଣ୍ଟିଲୋ ତା ୨୭/୦୫( ରଜତ ଦାସ୍) କଣ୍ଟିଲୋ ମାଧବ ଚୌଧୁରୀ ପାଟଣାସ୍ଥ ପ୍ରଭୁ ଶ୍ରୀ ରଘୁନାଥ ଜିଉ ଙ୍କ ପୀଠରେ ରଘୁନାଥ ରାମଲୀଳା ନାଟ୍ୟ ସମିତି ଅନୁଷ୍ଠାନ ତରଫରୁ ଗତ ମେ ମାସ ୨୨ ତାରିଖ ଶୁକ୍ରବାର୍ ଠାରୁ ଚାଲିଥିବା ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ମାନବୀୟ ଲୀଳା ଗତକାଲି ମଙ୍ଗଳବାର ଶେଷ ହୋଇଛି।ଗତକାଲି ମଙ୍ଗଳବାର ପଞ୍ଚମ ତଥା ଅନ୍ତିମ ରଜନୀ ନାଟକରେ ଅନୁଷ୍ଠାନର ଅଭିଜ୍ଞ କଳାକାର ମାନଙ୍କ ଦ୍ବାରା ଇନ୍ଦ୍ରଜିତ୍,ମହିରାବଣ ଓ ରାବଣ ବଧ ସହିତ ମର୍ଯ୍ୟାଦା ପୁରୁଷ ରଘୁକୁଳ ତିଳକ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ରାମାଭିସେକ୍ ନାଟକ ପ୍ରଦର୍ଶନ ହୋଇ ଯାଇଛି। ଗତକାଲି ର ନାଟକ ରେ ଶ୍ରୀରାମ, ଲକ୍ଷ୍ମଣ ଓ ସୀତା ଭୂମିକାରେ ଯଥାକ୍ରମେ ଦୀପକ୍,ଶୁଭମ୍,ଓମ୍ ଅଭିନୟକରିଥିଲାବେଳେ ରାବଣ,ଇନ୍ଦ୍ରଜିତ୍

ମହି ରାବଣ ଭାବେ ଯଥାକ୍ରମେ କଳା କାହ୍ନୁ,ବାପୁଜୀ,ବିଧାନ 

ଅଭିନୟ କରିଥିଲେ।ହନୁମାନ ଭାବେ ଚିତ୍ତରଞ୍ଜନ,ମକର ଧ୍ୱଜ ଭାବେ ରାକେଶଦାସ,ନିଦ୍ରାବତି ଭାବେ ଜୟ, ବିଭୀଷଣ ଭାବେ ଶିଶିର, ତ୍ରିଯଟା ଭାବେ ଦୀପକ୍, ତାରା ତାରିଣୀ ଭାବେ ପକିନ ଓ ମିଥୁନ,ପୂଜାରୀ ଭାବେ ଆଶିଷ, ବାୟା ଓ ମାନସ ଓ ଠାକୁରାଣୀ( କାଳୀ)ଭାବେ ପୁପୁନ ଅଭିନୟକରିଥିଲେ।

ବନ୍ଦାପନାର ସଖିଗଣଭାବେ ଅନୁଜ,ଶ୍ରୀକାନ୍ତ, ରାହୁଲ ଓ  ଆଶୀର୍ବାଦ ଅଭିନୟ କରୁଥିଲା ବେଳେ ସେବା, ଅଷ୍ଠସେନା ଓ ଅସୁର ଗଣ ଭାବେ ଅନୁଷ୍ଠାନର ଅନ୍ୟ କଳାକାର ମାନେ ଅଭିନୟ କରିଥିବା ସୂଚନା ମିଳିଛି।ଅନ୍ତିମ ରଜନୀ ତଥା  ଉଦଯାପନୀ ରାତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ,ସମ୍ମାନିତ ଅତିଥି ଭାବେ କଣ୍ଟିଲୋ ୬ ନମ୍ବର ଜୋନ୍ ଜିଲ୍ଲାପରିଷଦ ସଭ୍ୟା ଉଜ୍ଜଳ ମହାରଣା,  ବିଜେପି ନେତା ତଥା ସମାଜ ସେବୀ ଅଖିଳ କୁମାର ମହାରଣା ଓ ନିମନ୍ତ୍ରିତ ଅତିଥି ଭାବେ କଣ୍ଟିଲୋ ପୂର୍ବତନ ସରପଞ୍ଚ ପ୍ରତାପ କୁମାର ସାହୁ ଯୋଗ ଦେଇ ଥିବାର ସୂଚନା ହସ୍ତଗତ ହୋଇଛି।

ଖଣ୍ଡପଡ଼ା ରୁ ରଜତ ଦାସ୍ ଙ୍କ ରିପୋର୍ଟ ବିଶେଷ ଖବର